କନକବ୍ୟୁରୋ : ଆଫ୍ରିକୀୟ ଦେଶ ସୁଦାନ (SUDAN)ରେ ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କ ଅପହରଣ ଖବର ଆସିବା ପରେ ଓଡ଼ିଶା ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ଏ ସଂପର୍କିତ ଖବର ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଦର୍ଶଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ଅଧିକ ପଢନ୍ତୁ ...ନାଟକୀୟ ମୋଡ଼ ନେଲା ନୂଆପଡ଼ା ରାଜନୀତି : ନବୀନଙ୍କ ବେଇମାନ ଆକ୍ଷେପକୁ ନେଇ ଚିହିଁକି ଉଠିଲେ ଜୟଙ୍କ ପରିବାର

ଏହା ପରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ (MEA)କୁ ଏକ ପତ୍ର ଲେଖି ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ସେହିପରି ଦିଲ୍ଲୀରେ ଅବସ୍ଥାପିତ ଆବାସିକ କମିସନର ଏମଇଏକୁ ପତ୍ର ଲେଖି ସୁଦାନରେ ଥିବା ଭାରତୀୟ ଦୂତାବାସକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ସୁଦାନରେ ଥିବା ଭାରତର ରାଷ୍ଟ୍ରଦୂତ କହିଛନ୍ତି ଯେ ଆଦର୍ଶଙ୍କୁ ମକୁଳାଇବାକୁ ସୁଦାନ ସରକାରଙ୍କ ସହ ସେ ଆଲୋଚନା କରିଛନ୍ତି । 

ଅଧିକ ପଢନ୍ତୁ ...ଟକମକ ଫୁଟୁଥିବା ନଦୀ : ଥରେ ଭିତରକୁ ଗଲେ ବଞ୍ଚିବା ଅସମ୍ଭବ

ସୂଚନାଯୋଗ୍ୟ ଯେ ୩୬ ବର୍ଷୀୟ ବେହେରାଙ୍କୁ ଖାର୍ତୁମ୍ ଠାରୁ ୧୦୦୦ କିଲୋମିଟର ଦୂରରେ ଥିବା ଅଲ୍ ଫାସିର୍ ସହରରୁ ଅପହରଣ କରାଯାଇଥିଲା। ରାପିଡ୍ ସପୋର୍ଟ ଫୋର୍ସ (RSF)ର ଲୋକମାନେ ଅପହରଣ କରିନେଇଛନ୍ତି । ସେଠାରୁ ତାଙ୍କୁ ନାୟାଲା ସହରକୁ ନିଆଯାଇଥିଲା, ଯାହା ଆରଏସଏଫର ଏକ ଗଡ଼ ଏବଂ ଦକ୍ଷିଣ-ପଶ୍ଚିମ ସୁଡାନର ଦକ୍ଷିଣ ଦାରଫୁରର ରାଜଧାନୀ, ଖାର୍ତୁମ୍ ଠାରୁ ୧୨୦୦ କିଲୋମିଟର ଦୂରରେ ଅବସ୍ଥିତ । ବେହେରା ୨୦୨୨ ମସିହାରେ ସୁଡାନରେ ସୋକରାତି ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଥିଲେ । 
 

ଅପହରଣର ଭିଡିଓ ଭାଇରାଲ୍ 
ଏହି ଅପହରଣ ସଂପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଦେଖାଯାଉଛି ଯେ ଆଦର୍ଶ ଦୁଇଜଣ ଆରଏସଏଫ ବିଦ୍ରୋହୀଙ୍କ କବଳରେ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ପଚାରୁଛି ଯେ ତୁମେ କଣ ଶାହରୁଖ ଖାଁଙ୍କୁ ଜାଣିଛ ? ଅନ୍ୟ ଜଣେ ସୈନିକ ତାଙ୍କୁ ଡାଗାଲୋଙ୍କୁ ପ୍ରସଂଶା କରିବାକୁ କହୁଛି । ମହମ୍ମଦ ହମଦାନ ଡାଗାଲୋ ହେଉଛନ୍ତି ଆରଏସଏଫର ନେତା ।

ସୁଦାନ ଗୃହଯୁଦ୍ଧ

ସୁଦାନ ହେଉଛି ଏପରି ଏକ ଦେଶ ଯେଉଁଠାରେ  ୨୦୨୩ରୁ ସୁଦାନିଜ୍ ସଶସ୍ତ୍ର ବାହିନୀ (ଏସଏଫ) ଏବଂ ଅର୍ଦ୍ଧସାମରିକ ବଳ ଆରଏସଏଫ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଜାରି ରହିଛି। ରାଜଧାନୀ ଖାର୍ତୁମ୍ ଏହି ଭୟଙ୍କର ସଂଘର୍ଷର କେନ୍ଦ୍ରସ୍ଥଳ ହୋଇଛି, ଯାହା ଦ୍ବାରା ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ମୃତାହତ ହୋଇସାରିଲେଣି ଓ  ୧୩ ନିୟୁତରୁ ଅଧିକ ଲୋକଙ୍କୁ ବାସହୀନ ହୋଇଛନ୍ତି ।