ଟାଟା ପାଓ୍ୱାର ବିରୋଧରେ ତେଜିଲା ସ୍ୱର: ଅତିରିକ୍ତ ସୁରକ୍ଷା ଜମା ରାଶିକୁ ବିରୋଧ

Advertisment

ବିଦ୍ୟୁତ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଛି ଅତିରିକ୍ତ ସୁରକ୍ଷା ଜମା ରାଶି। ଟିପିସିଓଡିଏଲର ନୋଟିସ୍ ମିଳିବା ପରେ ସବୁଠି ଶୁଭିଲାଣି ବିରୋଧର ସ୍ୱର। ଟାଟା ପାଓ୍ୱାରର ମନମୁଖି ନିୟମ ବିରୋଧରେ ଓଇଆରସି କାର୍ଯ୍ୟାଳୟରେ ପହଞ୍ଚିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ଟାଟା ପାୱାର ଜିଜିଆ କର ଆଦାୟ କରୁଛି,ବିଦ୍ୟୁତ ଉପଭୋକ୍ତାଙ୍କୁ ନୋଟିସ ପଠାଇ ଧମକ ଦେଉଛି ଏଭଳି ଅଭିଯୋଗ କରିଛି ମହାସଂଘ।

tata power

tata power Photograph: (kanak news)

କନକ ବ୍ୟୁରୋ: ବିଦ୍ୟୁତ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଛି ଅତିରିକ୍ତ ସୁରକ୍ଷା ଜମା ରାଶି। ଟିପିସିଓଡିଏଲର ନୋଟିସ୍ ମିଳିବା ପରେ ସବୁଠି ଶୁଭିଲାଣି ବିରୋଧର ସ୍ୱର। ଟାଟା ପାଓ୍ୱାରର ମନମୁଖି ନିୟମ ବିରୋଧରେ ଓଇଆରସି କାର୍ଯ୍ୟାଳୟରେ ପହଞ୍ଚିଛି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ। ଟାଟା ପାୱାର ଜିଜିଆ କର ଆଦାୟ କରୁଛି,ବିଦ୍ୟୁତ ଉପଭୋକ୍ତାଙ୍କୁ ନୋଟିସ ପଠାଇ ଧମକ ଦେଉଛି ଏଭଳି ଅଭିଯୋଗ କରିଛି ମହାସଂଘ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଟାଟା ପାଓ୍ବାରକୁ ନିର୍ଦ୍ଦେଶ ଦିଆଯାଉ ବୋଲି ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ଦାବି କରିଛି।

  • ଅତିରିକ୍ତ ସୁରକ୍ଷା ଜମା ରାଶିକୁ ବିରୋଧ 
  • ଟାଟା ପାଓ୍ୱାର ବିରୋଧରେ ତେଜିଲା ସ୍ୱର

ଆହୁରି ପଢ଼ନ୍ତୁ : ନଦୀ ପଠାରେ ଗଣଦୁଷ୍କର୍ମ! ଛାତି ଥରାଇଲା ‘ଧଉଳି’ କାଣ୍ଡ

୨୦୧୭-୧୮ ଠାରୁ ରାଜ୍ୟର କୋଟିଏ ଉପଭୋକ୍ତାଙ୍କଠାରୁ ଜାତୀୟ ହାରଠାରୁ ଅଧିକ ବିଦ୍ୟୁତ ଶୁଳ୍କ ଆଦାୟ ହେଉଛି। ସୁଧ ସହିତ ଉପଭୋକ୍ତାଙ୍କୁ ଫେରାଇବା ପାଇଁ ମହାସଂଘ ଦାବି କରିଛି। ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍‌ ନିୟାମକ ଆୟୋଗ ଏହି ଅର୍ଥ ଫେରସ୍ତ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ସେହିଭଳି ବ୍ୟବସ୍ଥା କରିବାକୁ ଦାବି ହୋଇଛି। ପୂର୍ବ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମାରାଶି ଆଳରେ ଅତିରିକ୍ତ ବୋଝ ଦେଉଥିବା ଅଭିଯୋଗ ହୋଇଛି। ଶକ୍ତି ମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ କହିଛି। ତେବେ ଟାଟା ପାୱାର କାର୍ଯ୍ୟାଳୟରେ ଏବେ ପରିସ୍ଥିତି ଅଣାୟତ ହେଲାଣି।  ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପାରେ ବୋଲି କହିଛି ବିଦ୍ୟୁତ ଉପଭୋକ୍ତା ସଂଘ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe