ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ : ଚାଲିଗଲା ମା’ଝିଅଙ୍କ ଜୀବନ

Advertisment

କଟକ ଜିଲ୍ଲା ପାଗାରେ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି।

କଟକ ଜିଲ୍ଲା ପାଗାରେ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି।

34

Photograph: (kanaknews)

କନକବ୍ୟୁରୋ : କଟକ ଜିଲ୍ଲା ପାଗାରେ ବାଣ ବିସ୍ଫୋରଣ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ସୁଧାଂଶୁବାଳାଙ୍କର ଆଜି ସକାଳେ ମୃତ୍ୟୁ ହୋଇଛି । 

ଅଧିକ ପଢନ୍ତୁ... ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା, ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଗତକାଲି ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ମା’ ଓ ଝିଅଙ୍କ ଜୀବନ ଚାଲିଯାଇଥିଲା ।  ୩୨ ବର୍ଷୀୟା ଜୁଲି ନାୟକ ଓ ତାଙ୍କ ୩ବର୍ଷ ଝିଅର ମୃତ୍ୟୁ ହୋଇଥିଲା ।  ଜୁଲିଙ୍କ ଶାଶୁ ସୁଧାଂଶୁବାଳାଙ୍କର ଆଜି ମୃତ୍ୟୁ ହୋଇଛି ।  ଜଗତପୁର ପାଗା ଫାଣ୍ଡି ଅନ୍ତର୍ଗତ ମହାଜନପୁର ନାୟକ ସାହିରେ ଅଘଟଣ ଘଟିଥିଲା। ଗତ ରାତି ପ୍ରାୟ ୭ଟା ସମୟରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହେବାର କିଛି ସମୟ ମଧ୍ୟରେ ଅଞ୍ଚଳ ଧୂଆଁ ମୟ ହୋଇ ପଡ଼ିଥିଲା ।  ଶାଶୂ, ବୋହୂ ଓ ନାତୁଣୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତଳେ ପଡ଼ିଥିଲେ। ପୁଲିସ୍ ସହାୟତାରେ ତୁରନ୍ତ ସେମାନଙ୍କୁ ଏସସିବିକୁ ନିଆଯାଇଥିଲା। ଏହାପରେ ଜଣକ ପରେ ଜଣଙ୍କର ମୃତ୍ୟୁ ହେଉଛି । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe