କନକବ୍ୟୁରୋ : ଆଜି ବି ସ୍ବାଭାବିକ ହୋଇପାରିଲାନି ବିଧାନସଭା। ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ପୁଣି ବିରୋଧୀଙ୍କ ହଟ୍ଟଗୋଳ। ଲଗାତାର ଚତୁର୍ଥ ଦିନରେ ଆଜି ପୁଣି ବିରୋଧୀ ହଙ୍ଗାମା କରିଛନ୍ତି । ଆଜିବି ଚାଲିପାରିଲାନି ଗୃହକାର୍ଯ୍ୟ । ଗୃହରେ ବିରୋଧୀ ନାରାବାଜି ମୁଣ୍ଡରେ କଳାପଟି ଦେଇ ଏବଂ ପ୍ଲାକାର୍ଡ ଧରି ହୋହଲ୍ଲା କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ ତେଜିଛନ୍ତି ବିରୋଧୀ । କୌଣସି ମତରେ ଗୃହକାର୍ଯ୍ୟ ସଠିକ୍ ଭାବେ ସମ୍ପାଦନ ହୋଇପାରୁନାହିଁ ।
ଚାଷୀଙ୍କ ଦୁଃଖକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଛି । ବାଚସ୍ପତି ସୁରମା ପାଢୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ହୋଇପାରିନି ଗୃହକାର୍ଯ୍ୟ । ମାତ୍ର ୫ ମିମିଟ୍ ହୋଇପାରିଛି ପ୍ରଶ୍ନକାଳ । କାନ୍ଦୁଛି ଚାଷୀ କାନ୍ଦେ ଜନତା , କୁଆଡ଼େ ଗଲା ତୁମ ଓଡ଼ିଆ ଅସ୍ମିତା ନାରାବାଜିରେ କମ୍ପିଲା ଗୃହ । ପରିସ୍ଥିତି ଅଣାୟତ୍ତ ହେବା ହେତୁ ପୁଣି ବାଚସ୍ପତି ସୁରମା ପାଢୀ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/20/assembly-2026-02-20-11-14-39.jpg)