କନକ ବ୍ୟୁରୋ :ଛତିଶଗଡ଼ର ବାଲୋଦା ବଜାର ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣାରେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ, ବାକୁଲାହି ଅଞ୍ଚଳରେ ଅବସ୍ଥିତ ରିଅଲ୍ ଇସ୍ପାତ କାରଖାନାରେ ଏହି ଦୁର୍ଘଟଣା ଘଟିଛି। ପ୍ଲାଣ୍ଟର ଡିଏସ୍ସି କୋଇଲା ଫର୍ଣ୍ଣେସରେ ହଠାତ୍ ବିସ୍ଫୋରଣ ହେବାରୁ ସାତ ଜଣ ଶ୍ରମିକଙ୍କ ଜୀବନ ଯାଇଛି। ବିସ୍ଫୋରଣ ସମୟରେ ଶ୍ରମିକମାନେ ଫର୍ଣ୍ଣେସ ନିକଟରେ ସଫା କରୁଥିଲେ। ଗରମ କୋଇଲାରେ ସେମାନେ ପୋଡ଼ି ଯାଇଥିଲେ। ବିସ୍ଫୋରଣରେ ବହୁ ଶ୍ରମି ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିପାଣିଆ ଆଉଟପୋଷ୍ଟ ଓ ଭାଟାପାରା ଗ୍ରାମୀଣ ପୁଲିସ ଷ୍ଟେସନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଧିକ ପଢ଼ନ୍ତୁ : ମହାନଦୀ ଜଳ ବିବାଦ ଘଟଣା; ମୋହନ ମାଝୀଙ୍କ ଚିଠିର ଉତ୍ତର ଦେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ବହୁ ଶ୍ରମିକ ଆହତ
ବିସ୍ଫୋରଣରେ ଅନ୍ୟ ଅନେକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛନ୍ତି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, କଳା ଧୂଆଁ କିଛି ମିଟର ଉଚ୍ଚତା ପର୍ୟ୍ୟନ୍ତ ବ୍ୟାପିଯାଇଥିଲା। ପ୍ଲାଣ୍ଟ କୋଠାର କାନ୍ଥ କଳା ହୋଇଯାଇଥିଲା। ବିସ୍ଫୋରଣର ପ୍ରକୃତ କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି।
ତଦନ୍ତରେ ନିୟୋଜିତ ପ୍ରଶାସନ
ଦୁର୍ଘଟଣା ଯୋଗୁ ଇସ୍ପାତ କାରଖାନା ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା। ପ୍ରଶାସନ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାରଖାନାର ଅନ୍ୟ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରିଥିଲେ। ମୃତକଙ୍କ ମୃତଦେହକୁ ମଧ୍ୟ ପରିସରରୁ ବାହାରକୁ ଅଣାଯାଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/22/22bbs_26_22012026_111-2026-01-22-17-26-41.jpg)