କନକ ବ୍ୟୁରୋ: ମହାନଦୀ ଜଳ ବିବାଦ ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠିର ଉତ୍ତର ରଖିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ । କିଛି ଦିନ ତଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳ ବିବାଦ ନେଇ ଦୁଇ ରାଜ୍ୟ ମଧ୍ୟରେ ଆପୋଷ ବୁଝାମଣା ସମ୍ପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଆଉ ଏବେ ଏହି ଚିଠିର ଉତ୍ତର ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।
/filters:format(webp)/kanak/media/media_files/2025/08/02/letter-2025-08-02-12-32-16.jpg)
ଅନ୍ୟପଟେ ଆଜି ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ହେବାକୁ ଯାଉଛି । ଦୀର୍ଘ ଦିନ ପରେ ମହାନଦୀ ଜଳ ବିବାଦର ପୁଣି ଶୁଣାଣି ହେବ । ତେବେ ଟ୍ରିବ୍ୟୁନାଲରେ ଓଡ଼ିଶାର ଆଭିମୁଖ୍ୟ କଣ ରହିବ ତା ଉପରେ ରହିଛି ସମସ୍ତଙ୍କର ନଜର । ତେବେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଏହା ହେଉଛି ଟ୍ରିବ୍ୟୁନାଲର ୪୪ ତମ ଶୁଣାଣି । ତେବେ ଆପୋଷ ଆଲୋଚନା ଦ୍ୱାରା ମହାନଦୀ ବିବାଦର ସମାଧାନ ଏକ ଜଟିଳ ବ୍ୟାପାର ହୋଇପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/08/02/mohan-majhi-2025-08-02-12-33-02.png)