ନୂଆବର୍ଷ ପାଇଁ ଅବକାରୀ ବିଭାଗର ନୂଆ ଯୋଜନା: ଆରମ୍ଭ ହେଲା ଜୋରଦାର ଧରପଗଡ଼

ନୂଆବର୍ଷ ପାଇଁ ଅବକାରୀ ବିଭାଗର ନୂଆ ଯୋଜନା । ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ଜୋରଦାର ଧରପଗଡ଼ । ନୂଆବର୍ଷ ପାଇଁ ସ୍କାନରରେ ରହିଛନ୍ତି ରାଜଧାନୀର ବାର୍ ଓ ପବ୍ । ତେବେ ବଡଦିନ, ଜିରୋ ନାଇଟ୍ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ରହିଛି ଅବକାରୀ ଟିମ । ମିଳିଥିବା ସୂଚନା ଅନୁସାରେ, ସିସିଟିଭି ଯାଞ୍ଚ ସହ ଡ୍ୟାନ୍ସ ବାର୍ ଉପରେ କଡା ନଜର ରହିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ କାର୍ଯ୍ୟନୁଷ୍ଠାନ ହେବ ।

excise-department

excise-department Photograph: (KANAK NEWS)

କନକ ବ୍ୟୁରୋ: ନୂଆବର୍ଷ ପାଇଁ ଅବକାରୀ ବିଭାଗର ନୂଆ ଯୋଜନା । ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ଜୋରଦାର ଧରପଗଡ଼ । ନୂଆବର୍ଷ ପାଇଁ ସ୍କାନରରେ ରହିଛନ୍ତି ରାଜଧାନୀର ବାର୍ ଓ ପବ୍ । ତେବେ ବଡଦିନ, ଜିରୋ ନାଇଟ୍ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ରହିଛି ଅବକାରୀ ଟିମ । ମିଳିଥିବା ସୂଚନା ଅନୁସାରେ, ସିସିଟିଭି ଯାଞ୍ଚ ସହ ଡ୍ୟାନ୍ସ ବାର୍ ଉପରେ କଡା ନଜର ରହିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ କାର୍ଯ୍ୟନୁଷ୍ଠାନ ହେବ ।

ଆହୁରି ପଢ଼ନ୍ତୁ: ନୂଆ ନୂଆ ଦିଶିବ କଲେକ୍ଟର ଅଫିସ୍

ଖାସ୍ କରି ହୋଟେଲଗୁଡିକରେ ମଧ୍ୟ ସରପ୍ରାଇଜ ଭିଜିଟ ହେବ ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ନଜର ରହିବ । ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫ୍ ସିରଫ କାରବାର ଉପରେ ମଧ୍ୟ କଡା ନଜର ରହିଛି  ବୋଲି ସେ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe