କନକ ବ୍ୟୁରୋ: ନୂଆବର୍ଷ ପାଇଁ ଅବକାରୀ ବିଭାଗର ନୂଆ ଯୋଜନା । ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ଜୋରଦାର ଧରପଗଡ଼ । ନୂଆବର୍ଷ ପାଇଁ ସ୍କାନରରେ ରହିଛନ୍ତି ରାଜଧାନୀର ବାର୍ ଓ ପବ୍ । ତେବେ ବଡଦିନ, ଜିରୋ ନାଇଟ୍ ଓ ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ରହିଛି ଅବକାରୀ ଟିମ । ମିଳିଥିବା ସୂଚନା ଅନୁସାରେ, ସିସିଟିଭି ଯାଞ୍ଚ ସହ ଡ୍ୟାନ୍ସ ବାର୍ ଉପରେ କଡା ନଜର ରହିବ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲିଲେ କାର୍ଯ୍ୟନୁଷ୍ଠାନ ହେବ ।
ଆହୁରି ପଢ଼ନ୍ତୁ: ନୂଆ ନୂଆ ଦିଶିବ କଲେକ୍ଟର ଅଫିସ୍
ଖାସ୍ କରି ହୋଟେଲଗୁଡିକରେ ମଧ୍ୟ ସରପ୍ରାଇଜ ଭିଜିଟ ହେବ ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ଦେବାଶିଷ ପଟେଲ । ବିନା ଲାଇସେନ୍ସରେ ମଦ ବିକ୍ରି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ନକଲି ମଦ ବିକ୍ରି ଓ ଚୋରା ଚାଲାଣ ଉପରେ ମଧ୍ୟ ନଜର ରହିବ । ତେବେ କେବଳ ମଦ ନୁହେଁ, ଅନ୍ୟ ନିଶା ଦ୍ରବ୍ୟ ଯେପରିକି ବ୍ରାଉନସୁଗର, କୋକେନ୍, କଫ୍ ସିରଫ କାରବାର ଉପରେ ମଧ୍ୟ କଡା ନଜର ରହିଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/01/excise-department-2025-12-01-13-27-52.webp)