କନକ ବ୍ୟୁରୋ  :  କଫି ପିଉଥିଲେ ହୋଇଯାଆନ୍ତୁ ସାବଧାନ ।  ଏହା ଆପଣଙ୍କ ଶରୀର ପାଇଁ ବିପଦ ଆଣିପାରେ ।  ଆଜିକାଲି ସମସ୍ତେ କଫିକୁ ନିଜ ସାଙ୍ଗ ବନେଇ ଦେଇଛନ୍ତି । ଶୋଇ ସାରି ଉଠିବା  ପରଠୁ ଆରମ୍ଭ କରି ଦିନ ତମାମ ଯେତେବେଳେ ଟିକେ ଫ୍ରି ହେଉଛନ୍ତି ସବୁବେଳେ ଖାଦ୍ୟରେ ସାମିଲ କରୁଛନ୍ତି କଫି । କିନ୍ତୁ ଆପଣ ଜାଣିଛନ୍ତି କି ସବୁବେଳେ କଫି ପିଉଥିଲେ ଅନେକ ପ୍ରକାର ଅସୁବିଧା ହୋଇପାରେ । ତେବେ ଆସନ୍ତୁ ଜାଣିବା ବାରମ୍ବାର କଫି ପିଇଲେ କଣ ଅସୁବିଧା ହୁଏ ?  ଆଜିକାଲି ଲୋକମାନେ କଫିକୁ ଜୀବନର ଗୋଟେ ଅଙ୍ଗ ଭାବେ ଭାବି ନେଇଛନ୍ତି । ଦିନ ଆରମ୍ଭରେ ଥକାପଣକୁ ଦୂର କରିବାରେ କଫିକୁ ସାମିଲ କରୁଛନ୍ତି । କଫିରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ ଏହା ଭୁଲ୍ ନୁହେଁ ହେଲେ କିଛି ସାଇଡ ଇଫେକ୍ଟ ଅଛି ଯାହାକୁ ଆମେ ହେୟଜ୍ଞାନ କରି ପାରିବା ନାହିଁ । 

Advertisment

୧- ମୁଣ୍ଡ ଉପରେ ପ୍ରଭାବ :-  ସାଧାରଣତଃ ଲୋକମାନେ ଅଧିକ ଆକ୍ଟିଭ୍ ରହିବା ପାଇଁ ଏବଂ ନିଦକୁ ଦୂର କରିବା ପାଇଁ କଫି ପିଇଥାନ୍ତି । ଯେତେବେଳେ ଆମେ ଥକାପଣ ଦୂର କରିବା ପାଇଁ କଫିର ସାହାରା ନେଇଥାଆନ୍ତି।   ସେତେବେଳେ  ବ୍ରେନର କାମ କରିବା ଧୀରେ ଧୀରେ କମିଯାଇଥାଏ  । ଏହାର କାରଣ ହେଉଛି ମୁଣ୍ଡରେ   ଅତ୍ୟଧିକ ଚିନ୍ତା କାରଣରୁ ଆମକୁ ଅଧିକ ଥକା ଲାଗିଥାଏ । କଫି ପିଇବା ପରେ କ୍ୟାଫିନ୍ ୧୨ ଘଣ୍ଟା ପର୍ଯ୍ୟନ୍ତ  ନିଦ ଆଣୁଥିବା ହରମୋନ୍ ବ୍ଲକ କରିଦେଇପାରେ ।  ଯାହା ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ପୁଣି ନିଦ ଆସିଲା ପରେ ମଧ୍ୟ ଗଭୀର ନିଦ ଭଳି ଆରାମ ଆମକୁ ଦେଇନଥାଏ । ଯାହାଫଳରେ ଲମ୍ବା ସମୟ ପର୍ୟ୍ୟନ୍ତ ଆମକୁ ଭାରି ଭାରି ଅନୁଭବ ହୋଇଥାଏ । 

ଅଧିକ ପଢନ୍ତୁ :  ଖାଆନ୍ତୁ ଏହି ଫ୍ରୁଟ୍ : କମାଇବ ଆପଣଙ୍କଜନ..

୨- ଶରୀରରୁ ଜରୁରୀ ପୋଷକ କମ୍ କରିପାରେ  :- କଫି ଆମ ଶରୀରରୁ କ୍ୟାଲସିୟମ ଓ ଆଇରନ୍ ଭଳି ଜରୁରୀ ପୋଷକ ତତ୍ତ୍ବକୁ କମ୍ କରିପାରେ । 

୩- ହରମୋନ୍ ଏବଂ ସ୍କିନ୍ ଉପରେ ଏହାର ପ୍ରଭାବ :- କଫି ଆପଣଙ୍କ ହରମୋନ୍ ଏବଂ ସ୍କିନ୍ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।  ଅଧିକ ଚିନ୍ତା ପ୍ରକଟ କରୁଥିବା ହରମୋନ୍ ମଧ୍ୟ ମୁଣ଼୍ଡରେ ସକ୍ରିୟ ହୋଇପାରେ । ଯାହାଫଳରେ ଆମ ତ୍ବଚା ଉପରେ ମଧ୍ୟ ପ୍ରଭାବ ପଡିପାରେ। ଧୀରେ ଧୀରେ ତ୍ବଚା ଖରାପ ହେବାର ସମ୍ଭାବନା ମଧ୍ୟ ରହିଛି । 

୪- ଋତୁସ୍ରାବ ଉପରେ ପ୍ରଭାବ :- ସାଧାରଣତଃ ମହିଳାମାନେ ଅଧିକ କଫି ପିଇଥାନ୍ତି । ଅଧିକ କଫି ପିଇବା ଦ୍ବାରା ପିରିୟଡ ହେବାରେ ମଧ୍ୟ ଗଡବଡ ଦେଖାଦେଇପାରେ । ଲଗାତାର କଫି ପିଇବା ଦ୍ବାରା ଚିନ୍ତା , ଚିଡିଚିଡା ପଣ ଏବଂ ଛାତିର ସ୍ପନ୍ଦନ ଜୋରରେ ବଢିପାରେ । 

୫- ଓଜନ ବୃଦ୍ଧି :-  ଆମେ କଫିକୁ କମ୍ କ୍ୟାଲୋରୀଯୁକ୍ତ ଡ୍ରିଙ୍କ୍ସ ମାନିଥାଉ । କଫି ପିଇଲେ ଓଜନ କମେ ସତ କିନ୍ତୁ ଯଦି ବାରମ୍ବାର କଫି ଅଧିକ ମାତ୍ରାରେ ପିଇଥାଉ ତେବେ ଏହା ଓଜନ କମାଇବା ବଦଳରେ ବଢିଥାଏ । ଗୋଟେ କପ୍ କଫି ମେଟାବୋଲିଜିମ୍ ଅଳ୍ପ ବଢାଇପାରେ । ଯେତେବେଳେ ଆମେ ଦିନରୁ ତିନିରୁ ଚାରି ଥର କଫି ପିଇଥାଆନ୍ତି ପେଟ ବଢିବା ସହ ମେଟାବୋଲିଜିକ୍ ସମସ୍ୟା ଆହୁରି ବଢିପାରେ ।