କନକ ବ୍ୟୁରୋ : ଏବେ ଯୁବପିଢୀ  ଶରୀରକୁ ସବୁବେଳେ ସୁସ୍ଥ ରଖିବା ପାଇଁ  ବେଶ୍ ଚିନ୍ତିତ । ତେବେ ଆପଣ ଯଦି ଓଜନ କମ୍ ଏବଂ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ପ୍ରୋଟିନ୍ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଏମିତି ୫ଟି ଫଳ ବିଷୟରେ ଯାହା ଖାଇଲେ  ଆପଣଙ୍କ ଶରୀର ସବୁବେଳେ ପ୍ରୋଟିନ୍ ପାଇପାରିବ ।  ଆଜିକାଲି ଅଧିକାଂଶ ଲୋକେ ପ୍ରୋଟିନ୍ ପଛରେ ଧାଉଁଛନ୍ତି । ଶରୀର ଗଠନ କରିବାପାଇଁ ଚାହାଁନ୍ତୁ କି ଓଜନ କମ୍ କରିବା ପାଇଁ ଚାହାଁନ୍ତୁ ସବୁବେଳେ ପ୍ରୋଟିନର ଆବଶ୍ୟକତା ରହିଛି ।  ଆମେ ବେଶ୍ ଭଲ ଭାବେ ଜାଣିଛେ ଯେ ପ୍ରୋଟିନ୍ ଆମ ଶରୀର ପାଇଁ କେତେ ଜରୁରୀ । ଅଧିକାଂଶ ଲୋକେ ଡାଇଟେସିଆନ୍ ମାନଙ୍କ ସାହାଯ୍ୟ ମଧ୍ୟ ନେଇଥାଆନ୍ତି ।

Advertisment

ବିଶେଷକରି ଯେତେବେଳେ ପ୍ରୋଟିନ୍ କଥା ଆମ ମନକୁ  ଆସେ ସେତେବେଳେ ଭାବନ୍ତି ଯେ ମାଂସ, ଅଣ୍ଡା, କ୍ଷୀର , ଡାଲିରେ ପ୍ରୋଟିନ୍ ଥାଏ ବୋଲି ଆମ ମନକୁ ଏଭଳି ଭାବନା ଆସିଥାଏ। ତାହା ଠିକ୍ ମଧ୍ୟ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଏମିତି ବି ଫଳ ଅଛି  ଯାହା ଆମ ଶରୀରକୁ ଭରପୂର ମାତ୍ରାରେ  ପ୍ରୋଟିନ୍ ଯୋଗାଇଥାଏ ।ଏହାକୁ ବିଶ୍ବାସ କରିବା କଷ୍ଟକର ହେଲେ ଏହା ସତ । ଏହି ସବୁ ଫଳ କେବଳ ସ୍ବାଦିଷ୍ଟ ଫଳ ନୁହେଁ ବରଂ ଏହା ଶରୀର ଗଠନ କରିବାରେ ମଧ୍ୟ ସହାୟକ ହୋଇଥାଏ । ଯଦି ଆପଣ ପ୍ରତିଦିନ ଏହି ଫଳକୁ ଆପଣଙ୍କ ଖାଇବାରେ ସାମିଲ୍ କରନ୍ତି ତେବେ ଏହା ଆପଣଙ୍କ ପାଇଁ ବେଶ୍ ଫାଇଦା ହେବ । 

ଅଧିକ ପଢନ୍ତୁ : ମା’ ୫ ମିନିଟ ଶୋଇବାକୁ ଦିଅ..  ନା’ ଜିମ୍ ନା’ ମେଡିସିନ୍ , ଅଧିକ ଶୁଅନ୍ତୁ ଶରୀରରେ ଦେଖାଦେବ ମ୍ୟାଜିକ୍

୧-  ପାସନ୍  ଫ୍ରୁଟ୍ :-  ଗୋଟିଏ କପ୍ ପ୍ୟାସନ ଫ୍ରୁଟର ପଲ୍ ୫ ଗ୍ରାମ ପ୍ରୋଟିନ୍ ରହିଥାଏ। କେବଳ ଏଥିରେ ପ୍ରୋଟିନ୍ ନଥାଏ ବରଂ ଫାଇବର, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ମଧ୍ୟ ଭରପୁର ମାତ୍ରାରେ ପାଇପାରିବେ। ଏହା ପରେ ବି ଏହା ଖାଦ୍ୟ ଯୋଗ୍ୟ ଅଟେ। ଯେଉଁଥିରେ ଆପଣଙ୍କୁ ଆହୁରି ଅଧିକ ପୋଷଣ ମଧ୍ୟ ମିଳିପାରିବ। ଏହାକୁ ମଧ୍ୟ ଧ୍ୟାନ ରଖନ୍ତୁ ଯେ ପ୍ୟାସନ ଫ୍ରୁଟର ଗୋଟିଏ ପଲ୍ପ ତିଆରି କରିବା ପାଇଁ ଅଧିକ ଫଳ ଆବଶ୍ୟକ ପଡିବ।  
୨-  ପିଜୁଳି :-  ପ୍ରୋଟିନ୍ ପାଇବା ପାଇଁ ପିଜୁଳିକୁ ବି ମଧ୍ୟ ଆଫଣଙ୍କ ଡାଏଟରେ ସାମିଲ୍ କରିପାରିବେ ।  ଗୋଟିଏ ପିଜୁଳିରେ ପ୍ରାୟ ୪.୨ ଗ୍ରାମ ପ୍ରୋଟିନ୍ ଥାଏ । ଏହା ସହିତ ପିଜୁଳିରେ  ଭିଟାମିନ୍ ସି , ଫାଇବର ଏବଂ ଆଣ୍ଟିଅକ୍ସିଡେଣ୍ଟ ମଧ୍ୟ ଭରପୂର ମାତ୍ରାରେ ଭରି ରହିଥାଏ । 
୩-  ଆଭୋକାଡୋ :- ଆଭୋକାଡୋରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ୍ ଥାଏ । ଗୋଟିଏ ଆଭୋକାଡୋରେ ୪ ଗ୍ରାମ ପ୍ରୋଟିନ୍ ରହିଥାଏ । ଏଥିରେ ପୋଟାସିୟମ୍ , ଫାଇବର ମଧ୍ୟ ରହିଥାଏ। ଯାହା ହାର୍ଟ୍ ପାଇଁ ଭଲ ହୋଇଥାଏ। ଆଭୋକାଡୋ ଅଧିକ କ୍ୟାଲୋରୀଯୁକ୍ତ ଅଟେ। ହେଲେ ଫ୍ୟାଟ୍ ଏବଂ ପ୍ରୋଟିନ୍ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ଏହା ପେଟକୁ ଭରି ରଖିଥାଏ  । ଖୁବ୍ ଜଲଦି ଭୋକ ହୁଏ ନାହିଁ  । 
୪-  ବ୍ଲାକବେରୀ :- ବ୍ଲାକବେରୀ କେବଳ ରଙ୍ଗରେ ସୁନ୍ଦର ଏବଂ ସ୍ବାଦଯୁକ୍ତ ନୁହେଁ ବରଂ ଏହା ପ୍ରୋଟିନଯୁକ୍ତ ମଧ୍ୟ। ଗୋଟିଏ ବ୍ଲାକବେରୀରେ ୨ ଗ୍ରାମ ପ୍ରୋଟିନ୍ ରହିଥାଏ। ଫାଇବର ଭରପୂର ମାତ୍ରାରେ ରହିଥାଏ । ଯେଉଁଥିପାଇଁ ହଜମ ଧୀର ହୋଇଥାଏ ଏବଂ ବ୍ଲଡ୍ ସୁଗାର ମଧ୍ୟ କଣ୍ଟ୍ରୋଲରେ ରହିଥାଏ । 
୫-  କୋବି : - କୋବିରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ । ଗୋଟିଏ କୋବିରେ ୨.୧ ଗ୍ରାମ ପ୍ରୋଟିନ୍ ରହିଥାଏ । କୋବିରେ ଭିଟାମିନ୍  ସି  ଥିବା ସହ ଡାଇଜେସ୍ଟିଭ୍ ଏନଜାଇମ୍ ବି ରହିଥାଏ । ଯାହାକି ହଜମ କରିବାରେ ସହାୟକ ମଧ୍ୟ ହୋଇଥାଏ ।