ଆରମ୍ଭ ହେଲା ପରୀକ୍ଷା ଋତୁ ; ମାର୍ଗଦର୍ଶିକା ଜାରି କଲେ କର୍ତ୍ତୁପକ୍ଷ

Advertisment

ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଯେତିକି ଉତ୍ସାହିତ ତ୍ରୁଟିଶୂନ୍ୟ ପରୀକ୍ଷାକୁ ନେଇ ସେତିକି ଆଶଙ୍କାରେ ଅଛନ୍ତି । ମାସ ମାସ ଧରି ପାଠ ପଢ଼ିବା ପରେ ଆସିଛି ପରୀକ୍ଷାର ସମୟ। ପରୀକ୍ଷା କେନ୍ଦ୍ରରେ, ନିର୍ଦ୍ଧାରଣ ହେବ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ। ଆରମ୍ଭ ହେବ ଛାତ୍ର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା +୨ ଓ ଦଶମ ଶ୍ରେଣୀ ପରୀକ୍ଷା । 

ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଯେତିକି ଉତ୍ସାହିତ ତ୍ରୁଟିଶୂନ୍ୟ ପରୀକ୍ଷାକୁ ନେଇ ସେତିକି ଆଶଙ୍କାରେ ଅଛନ୍ତି । ମାସ ମାସ ଧରି ପାଠ ପଢ଼ିବା ପରେ ଆସିଛି ପରୀକ୍ଷାର ସମୟ। ପରୀକ୍ଷା କେନ୍ଦ୍ରରେ, ନିର୍ଦ୍ଧାରଣ ହେବ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ। ଆରମ୍ଭ ହେବ ଛାତ୍ର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା +୨ ଓ ଦଶମ ଶ୍ରେଣୀ ପରୀକ୍ଷା । 

exam session

exam session Photograph: (KanakNews)

କନକ ବ୍ୟୁରୋ : କାଲି ସିବିଏସଇ ଦ୍ବାଦଶ ଓ ଦଶମ ପରୀକ୍ଷା । ପଛକୁ ପଛ ଆସୁଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ଓଡ଼ିଶା ବୋର୍ଡର +୨ ଓ ମାଟ୍ରକ ପରୀକ୍ଷା । ଚଳିତ ବର୍ଷ ରାଜ୍ୟର ପ୍ରାୟ ୧୦ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଯେତିକି ଉତ୍ସାହିତ ତ୍ରୁଟିଶୂନ୍ୟ ପରୀକ୍ଷାକୁ ନେଇ ସେତିକି ଆଶଙ୍କାରେ ଅଛନ୍ତି । ମାସ ମାସ ଧରି ପାଠ ପଢ଼ିବା ପରେ ଆସିଛି ପରୀକ୍ଷାର ସମୟ। ପରୀକ୍ଷା କେନ୍ଦ୍ରରେ, ନିର୍ଦ୍ଧାରଣ ହେବ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ। ଆରମ୍ଭ ହେବ ଛାତ୍ର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା +୨ ଓ ଦଶମ ଶ୍ରେଣୀ ପରୀକ୍ଷା । 

ପରୀକ୍ଷା ସୂଚୀ .. 

- ଆସନ୍ତାକାଲି ସିବିଏସ୍ଇ ଦ୍ବାଦଶ ଓ ଦଶମ ପରୀକ୍ଷା 
- ଫେବ୍ରୁଆରୀ ୧୮ରେ ସିଏଚ୍‌ଏସ୍‌ଇ +୨ ପରୀକ୍ଷା
- ଫେବ୍ରୁଆରୀ ୧୯ରେ ଦଶମ ବୋର୍ଡ ପରୀକ୍ଷା 

ଚଳିତ ବର୍ଷ ରାଜ୍ୟର ପ୍ରାୟ ୧୧ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପରୀକ୍ଷାକୁ ଶୃଂଖଳିତ ଓ ତ୍ରୁଟିଶୂନ୍ୟ କରିବା କର୍ତ୍ତୁପକ୍ଷଙ୍କ ପାଇଁ ବଡ ଆହ୍ବାନ ପାଲଟିଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି ସିବିଏସି। 

ଅଧିକ ପଢ଼ନ୍ତୁ---୧୦୦ ବସ୍ ଘୋଷଣା କରିଥିଲେ ସରକାର, ଖୋଦ୍ ପରିବହନ ମନ୍ତ୍ରୀଙ୍କ ଅଞ୍ଚଳକୁ ଗଡ଼ୁନି ଆମ ବସ୍

ସିବିଏସ୍‌ଇର ପରୀକ୍ଷା ମାର୍ଗଦର୍ଶିକା  

- ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ୟତାମୂଳକ
- ପରୀକ୍ଷା ସକାଳ ସାଢେ ୧୦ଟାରେ ଆରମ୍ଭ ହେବ 
- ୧୦ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ 
- ନିର୍ଦ୍ଧାରିତ ସମୟ ପୂର୍ବରୁ ନପହଞ୍ଚିଲେ ଦେଇପାରିବେନି ପରୀକ୍ଷା
- ଅଭିଭାବକମାନଙ୍କୁ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି। 

ଓଡ଼ିଶା ଉଚ୍ଚମାଧ୍ୟମିକ ପରିଷଦ ଓ ବୋର୍ଡ ପକ୍ଷରୁ ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ନୋଡାଲ କେନ୍ଦ୍ରରେ ପହଁଚିଛି ପରୀକ୍ଷା ପ୍ରଶ୍ନପତ୍ର। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସିସିଟିଭି ନଜରରେ ରଖାଯାଇଛି। ସିଏଚଏସଇ କାର୍ଯ୍ୟାଳୟରେ ଖୋଲିଛି ୨୪ଘଣ୍ଟିଆ କଂଟ୍ରୋଲ ରୁମ୍। ତେବେ +୨ ପରୀକ୍ଷା ଖାତାର ସ୍କାନିଂ ପାଇଁ ଯେଉଁ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି ସେ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ବାରମ୍ବାର ପରୀକ୍ଷାରେ କେଳେଙ୍କାରୀ ହେଉଥିବାରୁ ଏଥର ତ୍ରୁଟି ଶୂନ୍ୟ କରିବା ସରକାରଙ୍କ ପାଇଁ ବଡ ଆହ୍ବାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe