ବାଟବଣା ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ସରକାରଙ୍କ ନାରା,  ଅନୁଗୁଳ ସହରରୁ ମାତ୍ର ୧୫କିଲୋମିଟର ଦୂରରେ ପାଠପଢ଼ିବାକୁ ବାଜିରେ ଲାଗୁଛି ଜୀବନ

Advertisment

ଅନୁଗୁଳ ସହରରୁ ମାତ୍ର ୧୫କିଲୋମିଟର ଦୂରରେ ପାଠପଢ଼ିବାକୁ ବାଜିରେ ଲାଗୁଛି ଜୀବନ । ବିପଦ ଶଂକୁଳ ଅବସ୍ଥାରେ ବିଦ୍ୟୁତ୍ ପୋଲ ଉପରେ ନାଳ ପାର ହେଉଛନ୍ତି କୁନିକୁନି ପିଲା ।

ଅନୁଗୁଳ ସହରରୁ ମାତ୍ର ୧୫କିଲୋମିଟର ଦୂରରେ ପାଠପଢ଼ିବାକୁ ବାଜିରେ ଲାଗୁଛି ଜୀବନ । ବିପଦ ଶଂକୁଳ ଅବସ୍ଥାରେ ବିଦ୍ୟୁତ୍ ପୋଲ ଉପରେ ନାଳ ପାର ହେଉଛନ୍ତି କୁନିକୁନି ପିଲା ।

student life

student life Photograph: (Kanaknews)

କନକ ବ୍ୟୁରୋ:  ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ ନାରା ଦେଉଛନ୍ତି ସରକାର । ଏଥିପାଇଁ ସବୁ ଭିତ୍ତିଭୂମି ଯୋଗାଇ ଦିଆଯାଉଛି ବୋଲି ବାହାସ୍ଫୋଟ ବି ମାରୁଛନ୍ତି । ହେଲେ ଅନୁଗୁଳ ସହରଠୁ ମାତ୍ର ୧୫ କିଲୋମିଟର ଦୂର ନାରାୟଣପୁରରେ ପାଠ ପଢ଼ିବାକୁ ବିପଦସଙ୍କୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ଛୋଟ ଛୋଟ ପିଲା । ଲୋକଙ୍କ କହିବା କଥା, ନିର୍ବାଚନ ଆସିଲେ ନେତା ଗାଁକୁ ଆସନ୍ତି, ପୋଲ କରିବାର ପ୍ରତିଶ୍ରୁତି ଦେଇ ଭୋଟ ନେଇ ପଳାନ୍ତି। ହେଲେ ଭୋଟ ସରିଗଲେ ସେମାନଙ୍କ ସ୍ଥିତି ଯଥା ପୂର୍ବଂ ତଥା ପରଂ ।    କୁନି କୁନି ପାଦ, କଅଁଳ କାନ୍ଧରେ ଭାରି ଭାରି ବ୍ୟାଗ୍ ।

ଅଧିକ ପଢନ୍ତୁ: ମୁଖ୍ୟମନ୍ତ୍ରୀ ଟଙ୍କା ଦେଇଥିଲେ; ପୋଷାକ ବାଣ୍ଟି ପାରିଲାନି ଗଣଶିକ୍ଷା ବିଭାଗ

ତା ଉପରେ ପୁଣି, ନିଇତି ଚାଲିଛି ଏମିତି ବାଉଁଶରାଣୀ ଖେଳ । ପାଠ ପଢ଼ିବାକୁ ବିଦ୍ୟୁତ୍‌ ଖୁଣ୍ଟରେ ନାଳ ପାରି ହେଉଛନ୍ତି ପିଲା । ଅନୁଗୁଳ ସହରଠୁ ମାତ୍ର ୧୫ କିଲୋମିଟର ଦୂର ବନ୍ତଳା ପଞ୍ଚାୟତ ନାରାୟଣପୁର ଏ ଚିତ୍ର । ସ୍କୁଲ ଓ ଅଙ୍ଗନବାଡ଼ି ଯିବା ପାଇଁ ବିପଦସଙ୍କୁଳ ଅବସ୍ଥାରେ ଟାକୁଆ ଯୋର ପାରି ହେବାକୁ ପଡ଼ୁଛି ଛୋଟ ଛୋଟ ପିଲାଙ୍କୁ । କିଛି ମହିଳା କାଖରେ ଛୁଆକୁ ଧରି ଅତି ସନ୍ତର୍ପଣର ସହ ନାଳ ପାର ହେଉଛନ୍ତି । ଏଠି ଟିକିଏ ଅସାବଧାନତା ବି ଘାତକ ହୋଇପାରେ। ସ୍କୁଲକୁ ଯେଉଁ ବିକଳ୍ପ ରାସ୍ତା ଅଛି, ସେଥିପାଇଁ ପ୍ରାୟ ୪ କିଲୋମିଟର ଚାଲିବାକୁ ପଡ଼ିବ । ଯାହା ଏ ଛୋଟ ଛୋଟ ପିଲାଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଏ ବିପଦପୂର୍ଣ୍ଣ ରାସ୍ତାକୁ ବାଛିବାକୁ ବାଧ୍ୟ ହୋଇଛନ୍ତି ସେମାନେ। ଖାଲି ସେତିକି ନୁହେଁ, ବର୍ଷାଦିନେ ଯୋର ବଢ଼ିଲେ, ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଏ। ପିଲାଙ୍କ ପାଠପଢ଼ାରେ ୩-୪ ମାସ ବନ୍ଧାହୁଏ ଡୋରି । 
 

ଗଡ଼ତଇଳା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ନାରାୟଣପୁରରୁ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ଏ ସ୍କୁଲରେ ପଢନ୍ତି। ସ୍କୁଲ ଛୁଟି ହେଲେ ସ୍କୁଲର କର୍ମଚାରୀମାନେ ସେମାନଙ୍କୁ ଯୋର ପାର କରାଇଥାନ୍ତି। ତେବେ ଏହି ଯାତାୟାତ ବିପଦପୂର୍ଣ୍ଣ ଥିବାରୁ ଟାକୁଆ ଯୋର ଉପରେ ଏକ ପୋଲ କରିବାକୁ ସ୍ଥାନୀୟ ସରପଞ୍ଚକୁ ବାରମ୍ବାର ଅନୁରୋଧ କରାଯାଇଛି। ତେବେ ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe