କନକ ବ୍ୟୁରୋ: କ୍ରମାଗତ ଭାବେ ଷଷ୍ଠ ଦିନରେ ଜାରି ରହିଛି ବିମାନ ଯାତ୍ରା ସଂକଟ । ଆଜି ବି ସ୍ବାଭାବିକ ହୋଇ ପାରିନି ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସେବା । ଦିଲ୍ଲୀରେ ୧୦୮, ବେଙ୍ଗାଲୁରୁରେ ୧୫୦, ହାଇଦ୍ରାବାଦରେ ୧୩୮ ସହ ଦେଶର ବିଭିନ୍ନ ବିମାନବନ୍ଦରରେ ୬୫୦ରୁ ଅଧିକ ବିମାନ ବାତିଲ କରାଯାଇଛି । ଏତେ ସଂଖ୍ୟାରେ ବିମାନ ବାତିଲ ଯୋଗୁଁ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ । ଭୁବନେଶ୍ବର ବିମାନବନ୍ଦରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଯିବାକୁ ଟିକେଟ୍ କରିଥିବା ଯାତ୍ରୀ ବିମାନବନ୍ଦରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି ।

Advertisment

ଅଧିକ ପଢନ୍ତୁ: ପୁଣି ବିମାନକୁ ମିଳିଲା ବୋମା ଧମକ : ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

 
ବିମାନ ଯାତ୍ରା ସଂକଟକୁ ନେଇ ବେସାମରୀକ ବିମାନ ଚଳାଚଳ ମନ୍ତ୍ରାଳୟ କଡା ଆଭିମୁଖ୍ୟ ଆପଣାଇଛି । ଇଣ୍ଡିଗୋ କର୍ତ୍ତୁପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ କରିଛି । ବାତିଲ ହୋଇଥିବା ବିମାନ ଭଡ଼ା ଟଙ୍କା ୨୪ ଘଣ୍ଟା ଭିତରେ ଫେରାଇବାକୁ ନିର୍ଦ୍ଦେଶ ଦେଇଛି ।  ଅନ୍ୟ କମ୍ପାନୀଙ୍କୁ ବିମାନ ଭଢ଼ା ନବଢ଼ାଇବାକୁ ନିର୍ଦ୍ଦେଶ ସହ ଦର ଧାର୍ଯ୍ୟ କରିଛି ଡିଜିସିଏ । ପୁଣି ଥରେ କ୍ଷମା ମାଗିଛନ୍ତି ଇଣ୍ଡିଗୋ କର୍ତ୍ତୃପକ୍ଷ । ଏଥିସହ ୧୬୫୦ ବିମାନ ବିଭିନ୍ନ ରୁଟରେ ଉଡ଼ାଣ ଭରିଥିବା ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ରାଜନୈତିକ ବୟାନବାଜି ଜାରି ରହିଥିବାବେଳେ, ୧୦ରୁ ୧୫ ତାରିଖ ଭିତରେ ବିମାନ ଚଳାଚଳ ସ୍ବାଭାବିକ ହୋଇପାରେ ବୋଲି କହିଛି ଡିଜିସିଏ ।