ୟୁରୋପୀୟ ଦେଶଙ୍କ ସାଂଘାତିକ ଅଭିଯୋଗ, ବିରୋଧୀଦଳ ନେତାଙ୍କୁ ବିଷ ଦେଇ ହତ୍ୟା କରିଛି ଋଷ

Advertisment

ଲଣ୍ଡନଠାରେ ଏକ ଯୁଗ୍ମ ବାର୍ତ୍ତାରେ ଏହି ପାଞ୍ଚ ଦେଶର ସରକାର ରୁଷ୍‌ ନିକଟରେ ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିବାର ସମସ୍ତ କାରଣ ଓ ସୁଯୋଗ ରହିଥିଲା ବୋଲି କହିଛନ୍ତି। ସେମାନେ ରାସାୟନିକ ଅସ୍ତ୍ର ଚୁକ୍ତିନାମା ଉଲ୍ଲଂଘନ କରିବା ପାଇଁ ରୁଷ ବିରୋଧରେ ରାସାୟନିକ ଅସ୍ତ୍ର ନିଷେଧ ସଂଗଠନକୁ ରିପୋର୍ଟ କରିବେ ବୋଲି କହିଛନ୍ତି

ଲଣ୍ଡନଠାରେ ଏକ ଯୁଗ୍ମ ବାର୍ତ୍ତାରେ ଏହି ପାଞ୍ଚ ଦେଶର ସରକାର ରୁଷ୍‌ ନିକଟରେ ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିବାର ସମସ୍ତ କାରଣ ଓ ସୁଯୋଗ ରହିଥିଲା ବୋଲି କହିଛନ୍ତି। ସେମାନେ ରାସାୟନିକ ଅସ୍ତ୍ର ଚୁକ୍ତିନାମା ଉଲ୍ଲଂଘନ କରିବା ପାଇଁ ରୁଷ ବିରୋଧରେ ରାସାୟନିକ ଅସ୍ତ୍ର ନିଷେଧ ସଂଗଠନକୁ ରିପୋର୍ଟ କରିବେ ବୋଲି କହିଛନ୍ତି

11A

କନକ ବ୍ୟୁରୋ : ରୁଷ୍ ଏହାର ବିରୋଧୀ ଦଳ ନେତା ଆଲେକ୍ସେସି ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିଥିବା ୟୁରୋପୀୟ ଦେଶଗୁଡ଼ିକ ଅଭିଯୋଗ କରିଛନ୍ତି। ନାଭାଲନିଙ୍କୁ ବେଙ୍ଗଠାରୁ ମିଳୁଥିବା ବିଷ ଏପିବାଟିଡିନ୍‌ ଦେଇ ହତ୍ୟା କରାଯାଇଛି। ୨୦୨୪ ମସିହାରେ ଜେଲରେ ନାଭାଲନିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ବିଷ ଦିଆଯାଇଥିବା ଲାବୋରେଟୋରୀ ପରୀକ୍ଷାରୁ ଜଣାପଡ଼ିଥିବା ବ୍ରିଟେନ ସମେତ ୫ ୟୁରୋପୀୟ ଦେଶ ଅଭିଯୋଗ କରିଛନ୍ତି।ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ସ୍ବିଡେନ ଓ ନେଦରଲ୍ୟାଣ୍ଡର ବିଦେଶ ମନ୍ତ୍ରୀମାନେ ଶନିବାର ଅଭିଯୋଗ କରିଛନ୍ତି ଯେ, ଦୁଇ ବର୍ଷ ତଳେ ନାଭାଲନିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କଠାରୁ ସଂଗ୍ରହ ନମୁନାରୁ ଏପିବାଟିଡିନ୍‌ ବିଷର ଉପସ୍ଥିତି ଜଣାପଡ଼ିଛି। ଏପିବାଟିଡିନ୍‌ ବିଷ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ପ୍ରକାର ବେଙ୍ଗଠାରୁ ମିଳିଥାଏ। ଏହି ବେଙ୍ଗ ରୁଷ୍‌ରେ ଦେଖା ଯାଆନ୍ତି ନାହିଁ।

ଅଧିକ ପଢ଼ନ୍ତୁ :ୟୁକ୍ରେନ ମୁଥରେ ରୁଷ୍ ଘାଇଲା, ଅନ୍ତର୍ଜାତୀୟ ମଂଚରେ ମୁହାଁମୁହିଁ ହେଲେ ରୁଷ-ୟୁକ୍ରେନ

ଲଣ୍ଡନଠାରେ ଏକ ଯୁଗ୍ମ ବାର୍ତ୍ତାରେ ଏହି ପାଞ୍ଚ ଦେଶର ସରକାର ରୁଷ୍‌ ନିକଟରେ ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିବାର ସମସ୍ତ କାରଣ ଓ ସୁଯୋଗ ରହିଥିଲା ବୋଲି କହିଛନ୍ତି। ସେମାନେ ରାସାୟନିକ ଅସ୍ତ୍ର ଚୁକ୍ତିନାମା ଉଲ୍ଲଂଘନ କରିବା ପାଇଁ ରୁଷ ବିରୋଧରେ ରାସାୟନିକ ଅସ୍ତ୍ର ନିଷେଧ ସଂଗଠନକୁ ରିପୋର୍ଟ କରିବେ ବୋଲି କହିଛନ୍ତି। ବ୍ରିଟେନର ବିଦେଶ ମନ୍ତ୍ରୀ ୟେଭେଟ୍‌ କୁପର କହିଛନ୍ତି, ରୁଷ୍‌ ନାଭାଲନିଙ୍କୁ ବିପଦ ଭାବେ ଗ୍ରହଣ କରୁଥିଲା। ନାଭାଲନି ସରକାରଙ୍କ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିଥିଲେ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋର ଶତ୍ରୁ ଭାବରେ କ୍ରେମଲିନ ବିରୋଧୀ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଫେବ୍ରୁଆରି ୨୦୨୪ରେ ଆର୍କଟିକ ପେନାଲ କଲୋନୀ ଜେଲ‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ୧୯ ବର୍ଷର ଜେଲଦଣ୍ଡାଦେଶ ଦିଆଯାଇଥିଲା, ଯାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ନାଭାଲନିଙ୍କ ପତ୍ନୀ ୟୁଲିଆ ନାଭାଲନି ଗତବର୍ଷ କହିଥିଲେ ଯେ, ଦୁଇଟି ନିରପେକ୍ଷ ଲାବୋରେଟୋରୀ ପରୀକ୍ଷାରେ ତାଙ୍କ ସ୍ବାମୀଙ୍କୁ ମୃତ୍ୟୁ ପୂର୍ବରୁ ବିଷ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା। ସେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରିଥିବାବେଳେ ରୁଷ୍‌ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଥିଲା। ୨୦୨୦ରେ ନାଭାଲନିଙ୍କୁ ବିଷ ଦିଆଯାଇଥିଲା। କ୍ରେମଲିନ୍‌ ପକ୍ଷରୁ ବିଷ ଦିଆଯିବାକୁ ଖଣ୍ଡନ କରାଯାଇଥିଲା। ନାଭାଲନିଙ୍କୁ ପରିବାର ଓ ସହଯୋଗୀ ଜର୍ମାନୀ ଚିକିତ୍ସା ପାଇଁ ନେଇଥିଲେ। ପାଞ୍ଚ ମାସ ପରେ ସେ ରୁଷ୍‌ ଫେରିଥିଲେ। କିନ୍ତୁ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରାଯାଇଥିଲା ଓ ତାଙ୍କ ଜୀବନର ଶେଷ ୩ ବର୍ଷ ସେ ଜେଲରେ କାଟିଥିଲେ। ରୁଷ୍‌ କର୍ତ୍ତୃପକ୍ଷ ନାଭାଲନିଙ୍କର ସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିଲା ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe