କନକ ବ୍ୟୁରୋ : ଶ୍ରମିକଙ୍କ ସ୍ବାସ୍ଥ୍ୟ ସେବାକୁ ନେଇ ସରକାର ଦେଇଥିବା ଧୋକାକୁ ବରଦାସ୍ତ କରାଯିବନି । ଇଏସଆଇସି ସୁପର ସ୍ପେସାଲିଟି ହସ୍ପିଟାଲ୍ ଓ ମେଡିକାଲ କଲେଜ୍ ରାଉରକେଲାରେ ହିଁ ହେଉ। ଏନେଇ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନ ଏକ ହେଉଛନ୍ତି। ଗରିବ ଓ ଶ୍ରମିକର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଆଗକୁ ଜୋରଦାର ଆନ୍ଦୋଳନ ହେବ। ଯାହା ପାଇଁ ସରକାର ରହିବେ ଦାୟୀ। ବିଭିନ୍ନ ଶ୍ରମିକ ସଂଗଠନ ସରକାରଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। 

Advertisment

ଅଧିକ ପଢ଼ନ୍ତୁ :  ରାଉରକେଲା ବସ୍ ଟର୍ମିନାଲ ନାଁରେ ବଡ଼ ଡିଲ୍‌,  ଘରୋଇ କମ୍ପାନିକୁ ୨ ଲକ୍ଷ ମେଟ୍ରିକ୍ ଟନ୍ ବିଷାକ୍ତ ପାଉଁଶ ଦେବାକୁ ଚିଠି ଲେଖିଛି ଠିକା ସଂସ୍ଥା

ଇଏସଆଇସି ସୁପର ସ୍ପେସାଲିଟି ହସ୍ପିଟାଲ ଦାବିରେ ଶ୍ରମିକଙ୍କ ଠାରୁ ଆରମ୍ଭ କରି ସେମାନଙ୍କ ପରିବାର ଓ ବିଭିନ୍ନ ଶ୍ରମିକ ସଂଗଠନ ଏକାଠି ହେଉଛନ୍ତି । ବ୍ୟାପକ ଜନମତ ସୃଷ୍ଟି କରି ବିରାଟ ଆନ୍ଦୋଳନ ପାଇଁ ସଜାବଜ ହେଉଛନ୍ତି । ଏପରିକି ରାଉରକେଲାରେ ଅକୁପେସନାଲ ହସ୍ପିଟାଲ୍ ସହ ଇଏସଆଇସି ମଡେଲ ହସ୍ପିଟାଲର ଅପ୍ ଗ୍ରେଡେସନ ଦାବିରେ ଆଗକୁ ଜୋରଦାର ଆନ୍ଦୋଳନ ନେଇ ଚେତାବନୀ ଦେଇଛନ୍ତି ଶ୍ରମିକ ନେତା 

ଅଧିକ ପଢ଼ନ୍ତୁ :  ରାଜଧାନୀରୁ ରାଉରକେଲା,ବାଲେଶ୍ବରରୁ ବାରିପଦା ; ସକାଳ ହେଉ କି ସଞ୍ଜ ନାରୀ ଏଠି ନୁହେଁ

 ୨0୦୯ ମସିହାରୁ କର୍ମଚାରୀ ରାଜ୍ୟ ବୀମା ନିଗମ୍ ସୁପର ସ୍ପେସାଲିଟି ହସ୍ପିଟାଲ୍ ଓ ମେଡିକାଲ କଲେଜ୍ ପାଇଁ ଦାବି ହେଇ ଆସୁଥିଲା। ଏପରିକି ଏନି ସ୍ଥାନୀୟ ବାଲୁଘାଟ ଓ ଡାଏରୀ ଫାର୍ମ ନିକଟରେ ପ୍ରାୟ ୨୫ ଏକର ଜାଗା ମଧ୍ୟ ଚିହ୍ନଟ ହୋଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଗରିବ ଶ୍ରେଣୀର ଶ୍ରମିକଙ୍କ ପ୍ରତି କାହିଁକି ସରକାରଙ୍କ ଏ ମାନସିକତା? ପଶ୍ଚିମ ଓଡ଼ିଶାରେ ଗୋଟିଏ ବି ସରକାରୀ ସୁପର ସ୍ପେସାଲିଟି ହସ୍ପିଟାଲ୍ ଓ ମେଡିକାଲ କଲେଜ୍ ନଥିବା ବେଳେ କାହିଁକି ରାଉରକେଲାରେ ନକରି ଭୁବନେଶ୍ୱରରେ କରାଯିବ?