District Photograph: (Kanak News)
କନକ ବ୍ୟୁରୋ : ଓଡ଼ିଆ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ସରକାରୀ ରେକର୍ଡରେ ସଠିକ ଭାବେ କରାଯିବ ପ୍ରତିଫଳିତ । ବଦଳିବ ରାଜ୍ୟର ଅନେକ ସ୍ଥାନର ବିକୃତ ଇଂରାଜୀ ନାଁ । ଓଡ଼ିଶା ସରକାର ବିଭିନ୍ନ ସ୍ଥାନର ଇଂରାଜୀ ନାମରେ ଥିବା ଭୁଲ ସୁଧାର ପାଇଁ ପଦକ୍ଷେପ ନେଇଛନ୍ତି । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି, ଦେବଗଡ଼, କନ୍ଧମାଳ, ଖୋର୍ଦ୍ଧା, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, କେନ୍ଦୁଝର, ସମ୍ବଲପୁର ଓ ନୟାଗଡ଼ ଆଦି ଜିଲ୍ଲାର ନାଁ ଠିକ କରାଯିବ । ପ୍ରସ୍ତାବିତ ସଂଶୋଧନ ସମ୍ପର୍କରେ ସାଧାରଣ ଲୋକଙ୍କର କୌଣସି ଆପତ୍ତି କିମ୍ବା ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଲେଖିତ ଭାବେ ଦାଖଲ କରିବାକୁ ଆହ୍ୱାନ କରିଛି ବିଭାଗ ।
ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ସରକାରୀ ରେକର୍ଡରେ ସ୍ଥାନଗୁଡ଼ିକର ସଠିକ ଓଡ଼ିଆ ରୂପ ସୁନିଶ୍ଚିତ ହେବ । ଏହାଦ୍ୱାରା ରାଜ୍ୟର ଭାଷାଗତ ପରିଚୟ ଅଧିକ ସୁଦୃଢ଼ ହୋଇପାରିବ । ଇଂରାଜୀ ଲିଖନ ଶୈଳୀ ଓଡ଼ିଆ ମୂଳ ଶବ୍ଦ ସହ ସମାନ ରହିବ । ଐତିହ୍ୟ ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସାଂସ୍କୃତିକ ଗୌରବ ବୃଦ୍ଧି ପାଇବ ବୋଲି ମତ ଦେଇଛନ୍ତି ଭାଷାବିତ୍ ।
ଅଧିକ ପଢ଼ନ୍ତୁ : ଓଡ଼ିଶାରେ ମିଳୁନି ଓଡ଼ିଆ ଭାଷାକୁ ଗୁରୁତ୍ୱ; ସୀମାନ୍ତରେ ସବୁଠି ଇଂରାଜୀ ଓ ତେଲୁଗୁ ଭାଷାର ପ୍ରାଧାନ୍ୟ
ରାଜ୍ୟ ସରକାରଙ୍କ ପାଇଁ କିଛି ଚ୍ୟାଳେଞ୍ଜ ମଧ୍ୟ ସାମ୍ନାରେ ଅଛି । ସବୁ ଅଞ୍ଚଳର ବିକୃତ ନାମକୁ ଏକାସାଙ୍ଗେ ଠିକ୍ କରାଯିବ ତ ? ସରକାରଙ୍କ ଏ ନିଷ୍ପତ୍ତି ପୂର୍ବର ଅନ୍ୟ ନିଷ୍ପତ୍ତି ଭଳି କେବଳ କାଗଜକଲମରେ ରହିଯିବନି ତ ? ପୂରା ପ୍ରକ୍ରିୟାକୁ ଲାଗୁ କରିବାକୁ କେତେ ଦିନ ନେବେ ସରକାର ?
Follow Us