କନକ ବ୍ୟୁରୋ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର କର୍ମଚାରୀ ପେନ୍ସନ୍ ସ୍କିମ୍ (ଇପିଏସ୍-୯୫)ରେ ବ୍ୟାପକ ପରିବର୍ତ୍ତନ ଆଣିବା ଉପରେ ବିଚାର କରୁଛି ଯାହାଦ୍ବାରା ଲକ୍ଷ ଲକ୍ଷ ପେନ୍ସନ୍ଭୋଗୀ ଉପକୃତ ହେବେ। ସୂଚନା ଅନୁସାରେ ସର୍ବନିମ୍ନ ମାସିକ ପେନ୍ସନ୍ ଯାହା ବର୍ତ୍ତମାନ ୧୦୦୦ ଟଙ୍କା ରହିଛି ତାହା ୫ ଗୁଣା ବୃଦ୍ଧି ପାଇ ୫୦୦୦ ଟଙ୍କା ହୋଇଯିବ। ମୁଦ୍ରାସ୍ଫୀତି, ବର୍ଦ୍ଧିତ ଜୀବନଯାପନ ଖର୍ଚ୍ଚ ଓ ପେନ୍ସନ୍ଭୋଗୀମାନଙ୍କ ଆର୍ଥିକ ସଂଘର୍ଷକୁ ଦୃଷ୍ଟିରେ ରଖି ସର୍ବନିମ୍ନ ପେନ୍ସନ୍ ବଢ଼ାଇବାକୁ ଇପିଏଫ୍ଓ ଯୋଜନା ରଖିଥିବା କୁହାଯାଉଛି।
‘ଇପିଏସ୍-୯୫’ ସ୍କିମ୍ ଅଧୀନରେ ଯୋଗ୍ୟ ଘରୋଇ କର୍ମଚାରୀମାନଙ୍କୁ ଇପିଏଫ୍ଓ ତରଫରୁ ଅବସର ପରବର୍ତ୍ତୀ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଜୀବନଯାପନ ଖର୍ଚ୍ଚରେ ଯଥେଷ୍ଟ ବୃଦ୍ଧି ସତ୍ତ୍ବେ ପେନ୍ସନ୍ ରାଶି କିନ୍ତୁ ବହୁ ବର୍ଷ ଧରି ଅପରିବର୍ତ୍ତିତ ରହିଛି। ଯେଉଁ କର୍ମଚାରୀମାନେ ଇପିଏଫ୍ଓରେ ସାମିଲ ହେବାର ୧୦ ବର୍ଷ ପୂରଣ କରିଛନ୍ତି ସେମାନଙ୍କୁ ୫୮ ବର୍ଷ ହେବା ପରେ ପେନ୍ସନ ଦିଆଯାଉଛି। ଯଦି ସର୍ବନିମ୍ନ ପେନ୍ସନ୍ ବଢ଼ିବ ତେବେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବ ଏବଂ ଅନ୍ୟ ଉପରେ ସେମାନଙ୍କ ନିର୍ଭରଶୀଳତା କମ୍ ହେବ।
ଆହୁରି ପଢ଼ନ୍ତୁ : ଅସଲ ରଙ୍ଗ ଦେଖାଇଲେ ଟ୍ରମ୍ପ! ଭେନେଜୁଏଲା ତେଲ ଉପରେ କବ୍ଜା କରିବା ପରେ ଚଲାଇଛନ୍ତି ମନମାନି
ସର୍ବନିମ୍ନ ପେନ୍ସନ୍ ବଢ଼ାଇବା ଲାଗି ଇପିଏଫ୍ଓର ରହିଥିବା ଯୋଜନାକୁ କର୍ମଚାରୀ ସଂଘ ଓ ପେନ୍ସନ୍ଭୋଗୀ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି। ସେମାନେ ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ସାମାଜିକ ସୁରକ୍ଷା ସଂସ୍କାର ଭାବେ ଅଭିହିତ କରିଛନ୍ତି। କିନ୍ତୁ ଏହି ସଂସ୍କାର କାର୍ଯ୍ୟକାରୀ କରିବାକୁ ହେଲେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ। ଆସନ୍ତା ବଜେଟ୍ ସମୟରେ ଏବିଷୟରେ ଘୋଷଣା ହେବାର ସମ୍ଭାବନା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/08/eppo-2026-01-08-09-30-49.webp)