୧୯ ବର୍ଷରୁ କମ ଟ୍ୱେଣ୍ଟି-୨୦ ବିଶ୍ୱକପ : ନିଜେ ନିଜକୁ ରନ ଆଉଟ କଲେ ପାକ୍ ବ୍ୟାଟର୍

Advertisment

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୬.୫ ଓଭରରେ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବେନ ଡାଓକିନ୍ସ ୩୩ ରନ କରିଥିବାବେଳେ ସେଲେବ ଫାଲକନର ୬୬ ରନ କରିଥିଲେ । ଏହାର ଜବାବରେ ପାକିସ୍ତାନ ୪୬.୩ ଓଭରରେ ୧୭୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫରହାନ ୟୁସୁଫ ୬୫ ରନ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୬.୫ ଓଭରରେ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବେନ ଡାଓକିନ୍ସ ୩୩ ରନ କରିଥିବାବେଳେ ସେଲେବ ଫାଲକନର ୬୬ ରନ କରିଥିଲେ । ଏହାର ଜବାବରେ ପାକିସ୍ତାନ ୪୬.୩ ଓଭରରେ ୧୭୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫରହାନ ୟୁସୁଫ ୬୫ ରନ କରିଥିଲେ ।

Pak Batter Run Out

କନକ ବ୍ୟୁରୋ: ଜିମ୍ବାଓ୍ବେରେ ଖେଳାଯାଇଥିବା ୧୯ ବର୍ଷରୁ କମ ଟ୍ୱେଣ୍ଟି-୨୦ ବିଶ୍ୱକପର ଏକ ଲିଗ୍ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୩୭ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୬.୫ ଓଭରରେ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ବେନ ଡାଓକିନ୍ସ ୩୩ ରନ କରିଥିବାବେଳେ ସେଲେବ ଫାଲକନର ୬୬ ରନ କରିଥିଲେ । ଏହାର ଜବାବରେ ପାକିସ୍ତାନ ୪୬.୩ ଓଭରରେ ୧୭୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ଫରହାନ ୟୁସୁଫ ୬୫ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟର୍‌ମାନେ ବଡ଼ ସ୍କୋର କରିପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଜେମ୍ସ ମିଣ୍ଟୋ, ରାଲଫି ଆଲବର୍ଟ ଓ ଆଲେକ୍ସ ଗ୍ରିନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । 

ଏହା ବି ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ପୁଣି ପାକିସ୍ତାନ ବେଜିତ୍‌ : ଧିମା ବ୍ୟାଟିଂ କରୁଥିଲେ ବାବର, ଏମିତି କହିଲେ ସ୍ମିଥ୍‌

ତେବେ ଏହି ମ୍ୟାଚଟି ଭିନ୍ନ ଏକ କାରଣରୁ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି । ତାହା ହେଉଛି ପାକିସ୍ତାନୀ ଟେଲଏଣ୍ଡର ବ୍ୟାଟର୍ଅଲି ରାଜାଙ୍କ ଅଜବ ରନ ଆଉଟ୍ । ଏହି ରନଆଉଟକୁ ଦେଖିଲେ କୁହାଯାଇପାରିବ ଯେ ସେ ଯେପରି ନିଜେ ନିଜକୁ ଆଉଟ କରିଦେଲେ ।  ମ୍ୟାଚର ୪୭ତମ ଓଭରରେ ଦଳ ୧୭୩ ରନ କରିଥିବାବେଳେ ରାଜା ବିନା କୌଣସି ରନ ନେବାକୁ ଉଦ୍ୟମ କରି ହଠାତ କ୍ରିଜ୍ ବାହାରକୁ ପଳାଇଆସିଥିଲେ । ଯେତେବେଳେ ତାଙ୍କୁ ରନ ଆଉଟ କରିବାକୁ ଇଂଲଣ୍ଡ ଫିଲ୍ଡର ବେନ ମେୟର୍ସ ବଲ ପକାଇଲେ ସେ ବଲକୁ କିପର ଥମାସ ରିଉଙ୍କ ହାତକୁ ଯିବାକୁ ଦେଲେ। ପରେ ରାଜା ନିଜର ଭୁଲ ବୁଝି କ୍ରିଜକୁ ଫେରିବାବେଳେ ବିଳମ୍ବ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe