BJD ED Photograph: (KanakNews)
କନକ ବ୍ୟୁରୋ: ଗଞ୍ଜାମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ । ୧୦୦ ଜଣିଆ ଟିମ୍ର ଏକକାଳୀନ ଚଢ଼ଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ। ବାଲି, ମଦ ବ୍ୟବସାୟୀଙ୍କ ଘରେ ଛାପା ମାରିଲା ଇଡି । ଆଜି ସକାଳୁ ସକାଳୁ ପୂରା ଜିଲ୍ଲାକୁ ଇଡି ଟିମ୍ ଖେଦି ଯାଇଛନ୍ତି । ସମୟ ଯେତିକି ବଢ଼ିଲା, ଗୋଟିଏ ପରେ ଗୋଟିଏ ଟିମ୍ ଚଢ଼ଉ କରୁଥିବାର ଖବର ଆସିଲା । ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ଉ ହୋଇଛି। ଜୟପ୍ରକାଶ ନଗର, ଅମ୍ବିକା ନଗର, ବିଜିପୁର, ଲାଞ୍ଜିପଲ୍ଲୀ ସହ ସହର ଉପକଣ୍ଠ କନିଷିରେ ଚଢ଼ଉ କରିଛି ଇଡି। ବାଲି, ମଦ ବ୍ୟବସାୟୀଙ୍କ ସହ ବିଜେଡି ପୃଷ୍ଠପୋଷକ ସାଜିଥିବା ଠିକାଦାରଙ୍କ ଘରେ ଘନ ଘନ ଚଢ଼ଉ ହୋଇଛି । ସେହିପରି ଶେରଗଡ଼, ବୁଗୁଡ଼ା, ହିଞ୍ଜିଳି, ଆସ୍କା ଓ ଛତ୍ରପୁରରେ ବି ଚଢ଼ଉ ହୋଇଛି ।
ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମା ନଗର ଠାରେ ଥିବା ବିଶିଷ୍ଟ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ କାର୍ଯ୍ୟାଳୟରେ ମଧ୍ୟ ଚାଲିଛି ଇଡି ଚଢ଼ାଉ କରିଛି । ଗଞ୍ଜାମ ଜିଲ୍ଲା ଆସିକା-ଶେରଗଡ଼ର ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍ କରୁଛି। ଆଜି ସକାଳୁ ତିନୋଟି ଟିମ ତାଙ୍କ ଶେରଗଡ଼ ସ୍ଥିତ ପୈତୃକ ଘରେ ଚଢାଉ କରୁଛି । ହୃଷିକେଶ ପାଢୀ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ମଧ୍ୟ ରହିଛନ୍ତି । ତେବେ ମନି ଲଣ୍ଡରିଂ ନା ଆଉ କେଉଁ କାରଣ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି, ତାହା ଜଣାପଡିନାହିଁ । ସେହିପରି ବ୍ରହ୍ମପୁରର ବ୍ୟବସାୟୀ ଘରେ ଇଡି ଚଢ଼ାଉ । ବିଜିପୁର କାଳୁଆସାହିର ବ୍ୟବସାୟୀ ବିଶ୍ବନାଥ ପାତ୍ରଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି ।
ଅଧିକ ପଢନ୍ତୁ; ଖବର ବାଜିବା ପରେ ଚେତିଲା ପ୍ରଶାସନ ; ବନ୍ଧସାହିରେ ଅବକାରୀ ବିଭାଗର ଚଢ଼ାଉ
ଗଞ୍ଜାମରେ ଇଡିର ବଡ଼ ଚଢ଼ାଉ
- ଗଞ୍ଜାମରେ ଇଡିର ୧୦୦ ଜଣିଆ ଟିମ୍ର ଏକକାଳୀନ ଚଢ଼ଉ
- ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ
- ବାଲି, ମଦ ବ୍ୟବସାୟୀଙ୍କ ଘରେ ଛାପା ମାରିଲା ଇଡି
- ବ୍ରହ୍ମପୁର ସହରର ୫ରୁ ୬ ସ୍ଥାନରେ ଚଢ଼ଉ
- ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ
- ଜୟପ୍ରକାଶ ନଗରଠାରେ ଥିବା ହୃଷୀକେଶଙ୍କ ପୁଅ ସଚୀନ ପାଢ଼ୀଙ୍କ ଘର
- ବିଜିପୁର କାଳୁଆସାହିରେ ରହୁଥିବା ହକି ଓରଫ ବିଶ୍ୱଜିତ ପାତ୍ରଙ୍କ ଘର
- ଗାନ୍ଧୀନଗର ସ୍ଥିତ ଅମ୍ବିକାନଗରରେ ରହୁଥିବା ହରି ପାଢ଼ୀଙ୍କ ଘର
- କନିଷି ଗାଁର ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘର
- ଆସ୍କା ବ୍ଲକ ଖାରିଆ ସରପଞ୍ଚ ଜୟନ୍ତୀ ସାହୁ ଏବଂ ତାଙ୍କ ସ୍ୱାମୀ ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ବାସଭବନ
- ଶେରଗଡ଼ର ବିଜେଡି ନେତା ହୃଷୀକେଶ ପାଢୀଙ୍କ ବାସଭବନ
Follow Us