ନୂଆକୁ ପ୍ରୋତ୍ସାହନ, ପୁରୁଣାକୁ ଅଣଦେଖା ! ଅବ୍ୟବସ୍ଥାରେ ଆଦର୍ଶ ବିଦ୍ୟାଳୟ

ଅବ୍ୟବସ୍ଥିତ ହୋଇପଡିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ୮୦ ପ୍ରତିଶତ ସ୍କୁଲରେ ଅଧ୍ୟକ୍ଷ ନାହାନ୍ତି । ପ୍ରାୟ ୪୦ ପ୍ରତିଶତ ସ୍କୁଲରେ ଶିକ୍ଷକ ନାହାନ୍ତି । ଦେଢ଼ ବର୍ଷ ହେଲାଣି ପ୍ରକାଶ ପାଇନି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ।

Adarsh ​​school

Adarsh ​​school Photograph: (Kanak News)

କନକ ବ୍ୟୁରୋ : ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଜରିଆରେ ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମି ସହ ଏକ ଶିକ୍ଷଣ ପରିବେଶ ବିକାଶର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ହେଲେ ସେପଟେ ପୂର୍ବ ସରକାର ସମୟରୁ ଚାଲିଥିବା ଆଦର୍ଶ ବିଦ୍ୟାଳୟ ଏବେ ଅବ୍ୟବସ୍ଥିତ । କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ।

ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୨୨ଶହ ସ୍କୁଲକୁ ସୁଦୃଢ଼ କରିବାକୁ ଖର୍ଚ୍ଚ ହେବ ୧୨ହଜାର କୋଟି ଟଙ୍କା । ଏଥିରେ ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ ଏବଂ କ୍ରୀଡ଼ା ଉପକରଣ ଭଳି ସୁବିଧା ଉପଲବ୍ଧ ହେବ ।

ଅଧିକ ପଢ଼ନ୍ତୁ : ଜିଲ୍ଲାପାଳଙ୍କୁ ଚରମବାଣୀ ଶୁଣାଇଲେ ମୋହନ, ଶାସନତନ୍ତ୍ରରେ ପ୍ରୟୋଗ ହେବ ୯ ସୂତ୍ରୀ ଫର୍ମୁଲା

ସେପଟେ ଅବ୍ୟବସ୍ଥିତ ହୋଇପଡିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ୮୦ ପ୍ରତିଶତ ସ୍କୁଲରେ ଅଧ୍ୟକ୍ଷ ନାହାନ୍ତି । ପ୍ରାୟ ୪୦ ପ୍ରତିଶତ ସ୍କୁଲରେ ଶିକ୍ଷକ ନାହାନ୍ତି । ଦେଢ଼ ବର୍ଷ ହେଲାଣି ପ୍ରକାଶ ପାଇନି ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି । ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧୮୨୯ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ବାହାରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା । ହେଲେ ଏବେ ଯାଏଁ ତାହା କାର୍ଯ୍ୟକାରୀ ହୋଇନାହିଁ । ଫଳରେ ବାଧାପ୍ରାପ୍ତ ହୋଇଛି ପାଠପଢ଼ା ।

ଉଭୟ ନୂଆ ଓ ପୁରୁଣା ଯୋଜନାରେ ଗ୍ରାମାଞ୍ଚଳରେ ଶିକ୍ଷା ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଉଛି । ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । ସେପଟେ ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘର ୧୩ଦଫା ଚର୍ଚ୍ଚାର ବିଷୟ ହୋଇଛି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧୀନରେ ୩୨୧ଟି ସ୍କୁଲ ରହିଛି । ଯେଉଁଠି ୧ଲକ୍ଷ ୯ହଜାର ୪୪୩ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୩୨୧ଟି ସ୍କୁଲରେ ୭୩୭୦ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିଲାବେଳେ ଅଛନ୍ତି ମାତ୍ର ୪୫୪୮ ଶିକ୍ଷକ । ତେଣୁ ଏସବୁ ପଦବୀ କେତେ ପୂରଣ ହେବ, ତାହା ବଡ଼ ପ୍ରଶ୍ନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe