Photograph: (KANAKNEWS)
କନକ ବ୍ୟୁରୋ : ୨୦୨୫ ଅନେକ ଉତଥାନ ପତନକୁ ଦେଖିଲା । ଦେଶ ଦେଶ ଭିତରେ ଯୁଦ୍ଧ ହେଉ, ବା ଆମେରିକାର ଟାରିଫ୍ ମାଡ଼, ବା ବିଶ୍ବ ସମୁଦାୟରେ ବିବିଧ , ଏସବୁକୁ ଆମେ ଦେଖିଛେ । ଏସବୁ ଭିତରେ ବି ସମସ୍ତେ ଚେଷ୍ଟା କରିଛନ୍ତି ଆଗକୁ ବଢ଼ିବାକୁ । ଏ ସବୁକୁ ଆଧାର କରି କେତେବେଳେ ବିଶ୍ବ ସେୟାର ବଜାର ଖସିଛି ତ କେବେ ବଢ଼ିଛି । ପୁଣି କାହା ରୋଜଗାର ବଢ଼ିଛି ତ କାହାର ହ୍ରାସ ପାଇଛି ।
ଯଦି ବିଶ୍ବ କୋଟିପତିଙ୍କ କଥା ଆସେ ସେମାନଙ୍କ ପାଇଁ ଏ ବର୍ଷ ଭଲ ପ୍ରମାଣିତ ହୋଇଛି କହିଲେ ଚଳେ । କାରଣ ଏ ବର୍ଷରେ ସେମାନଙ୍କର ସମ୍ପତ୍ତି ଦ୍ରୃତଗତିରେ ବୃଦ୍ଧି ପାଇଥିବା ରେକର୍ଡ ହୋଇଛି । ୨୦୨୫ରେ ଟେସଲା, ସ୍ପେସ ଏକ୍ସଭଳି କମ୍ପାନିର ମାଲିକ ତଥା ବିଶ୍ବର ସବୁଠୁ ଧନୀ ଏଲନ୍ ମସ୍କଙ୍କ ରୋଜଗାର ଧନୀ ତାଲିକାର ଶୀର୍ଷରେ ଅଛନ୍ତି । ୨୦୨୫ରେ ଏଲନ୍ ମସ୍କଙ୍କ ଉପରେ ଧନ ବର୍ଷା ହୋଇଛି । ତାଙ୍କ ସମ୍ପତ୍ତି ୭୪୯ ବିଲିୟନ୍ ଡଲାରରେ ପହଞ୍ଚିଛି । ପୂର୍ବରୁ ତାଙ୍କ ସମ୍ପତ୍ତି ୬୨୭ ବିଲିୟନ୍ ଡଲାର ଥିବାବେଳେ ୨୦୨୫ରେ ଏହା ୧୯୪ ବିଲିୟନ୍ ଡଲାର ବଢ଼ିଛି ।
ଟପ୍ ୧୦ କୋଟିପତିଙ୍କ ତାଲିକାରେ ସାମିଲ ଥିବା ଲ୍ୟାରୀ ପେଜ୍ ବତ ଏହି ବର୍ଷ ଧୁମ୍ ରୋଜଗାର କରିଛନ୍ତି । ତାଙ୍କର ମୋଟ୍ ନେଟ ଓର୍ଥ ୨୭୦ ଆରବ ଡଲାରରେ ପହଞ୍ଚିଛି । ୨୦୨୫ରେ ତାଙ୍କ ସମ୍ପତ୍ତି ୧୦୧ ଆରବ ଡଲାର ବୃଦ୍ଧି ପାଇଛି । ଲ୍ୟାରୀ ପେଜ୍ ଦୁନିଆର ଦ୍ବିତୀୟ ଧନୀ ହୋଇଛନ୍ତି ।
ସୁନ୍ଦରଗଡ଼ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଅଘଟଣ : ଦଉଡ଼ିବା ବେଳେ ଟଳିପଡ଼ିଲେ ଛାତ୍ର
ଲ୍ୟାରୀଙ୍କ ପରେ ଅଛନ୍ତି ସର୍ଗେଇ ବ୍ରିନ୍ । ସେ ଏବେ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି । ଏବେ ତାଙ୍କ ମୋଟ୍ ନେଟଓର୍ଥ ୨୫୧ ବିଲିୟନ୍ ଡଲାର । ବିଶ୍ବ ବଜାରରେ ବିବାଦ ସତ୍ତ୍ବେ ବ୍ରିନଙ୍କ ସମ୍ପତ୍ତିରେ ୯୨.୩ ଆରବ ଡଲାର ବୃଦ୍ଧି ହୋଇଛି ।
ତାଲିକାରରେ ପରବର୍ତ୍ତୀ ନାଁ ରହିଛି ଲ୍ୟାରୀ ଏଲିସନଙ୍କର । ଧନ ବୃଦ୍ଧିରେ ୨୦୨୫ ତାଙ୍କ ପାଇଁ ବହୁତ ଭଲ ଥିଲା। ଏହି ବର୍ଷ ତାଙ୍କ ସମ୍ପତ୍ତିରେ ୫୬.୨ ବିଲିୟନ୍ ଡଲାର ବୃଦ୍ଧି ହୋଇଛି । ସେ ଏବେ ଧନୀ ତାଲିକାର ୫ମ ରାଙ୍କରେ ଅଛନ୍ତି ।
ଚିପ୍ ନିର୍ମାତା କମ୍ପାନି ଏନଭିଡିଆର ଫାଉଣ୍ଡର ତଥା ବିଶ୍ବର ଟପ୍-୧୦ ବିଲିନିୟ ର ତାଲିକାରେ ସ୍ଥାନ ପାଇଥିବା ଜେନସେନ୍ ହୁଆଙ୍ଗ ଙ୍କ ଆୟ ବି ୨୦୨୫ରେ ବଢ଼ିଛି । ତାଙ୍କ ନେଟ୍ଓର୍ଥରେ ୪୧.୫ ଆରବ୍ ଡଲାର ବୃଦ୍ଧି ହୋଇ ୧୫୬ ଆରବ ଡଲାରରେ ପହଞ୍ଚିଛି । ସେ ବିଶ୍ବର ନବମ ଧନୀ ସ୍ଥାନରେ ଅଛନ୍ତି ।
୨୦୨୫ରେ ସର୍ବାଧିକ ରୋଜଗାର କରିବାର ଆଶା କରାଯାଉଥିବା ଅନ୍ୟ କୋଟିପତିଙ୍କ ମଧ୍ୟରେ ଫ୍ରାନ୍ସ ଧନୀ ବର୍ଣ୍ଣାର୍ଡ ଅର୍ନାଲ୍ଟ ବି ଏଥିରେ ସ୍ଥାନିତ ହୋଇଛନ୍ତି । ଯାହାଙ୍କ ଆୟ ଏବେ ୨୮. ୮ ବିଲିୟନ୍ ଡଲାରରେ ପହଞ୍ଚିଛି । ଫେସବୁକ୍ ମୂଳ କମ୍ପାନି ମେଟାର ସିଇଓ ମାର୍କସ୍ ଜୁକରବର୍ଗ ୨୫.୫ ବିଲିୟନ୍ ଡଲାର ଏବଂ ଆମାଜନର ଜେଫ୍ ବେଜୋସ୍ ୧୫.୮ ବିଲିୟନ୍ ଡଲାର ରୋଜଗାର କରିଛନ୍ତି । କହିବାକୁ ଗଲେ ୨୦୨୫ ସମସ୍ତଙ୍କ ପାଇଁ ଲାଭ ଲାଭରେ କଟିଛି ।
Follow Us