କନକବ୍ୟୁରୋ : ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲରେ ଅଘଟଣ। ବିଦ୍ୟାଳୟରେ  ବାର୍ଷିକ କ୍ରୀଡ଼ା ଚାଲିଥିବା ବେଳେ ଟଳିପିଡ଼ିଲେ ଏକାଦଶ ଶ୍ରେଣୀର ଛାତ୍ର  । ମୃତକ ହେଲେ ଜୟଦୀପ ସାଗର ବେକ୍ ଓରଫ ସିଲୁ । ଜୟଦୀପ ୪୦୦ ମିଟର ଦୌଡ଼ରେ ସାମିଲ ହୋଇ ଦୌଡ଼ୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ତାପରେ ତାଙ୍କୁ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

Advertisment

ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର : ଦୁଇ ଦିନ ମଧ୍ୟରେ ହୋଇପାରନ୍ତି ଡିସ୍‌ଚାର୍ଜ

ସେଠାରେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣକ ଭବାନୀପୁର ଗାଁର ଓ ସେ ଇଏମଆରଏସରେ ୧୧ ଶ୍ରେଣୀରେ ପାଠ ପଢୁଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ସ୍କୁଲରେ ବାର୍ଷିକ କ୍ରୀଡ଼ା ଚାଲିଥିଲା । ପିଲାଟା ୪ ଶହ ମିଟର ରିଲେ ରେସ ରେ ଭାଗ ନେଇ ଦୌଡୁଥିଲା ହେଲେ ପ୍ରଥମ ରାଉଣ୍ଡ ଦୌଡୁ ଦୌଡୁ ହଠାତ ଟଳି ପଡ଼ିଲା।  ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଲୟର ଛାତ୍ର ଜୟଦୀପ ସାଗର ବେକଙ୍କ ଏପରି ଆକସ୍ମିକ ଭାବେ ଜୀବନ ଚାଲି ଯାଇଛି ।

 ଭବାନୀପୁର ଅଞ୍ଚଳର ଜୟଦୀପ ଚଳିତ ବର୍ଷ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀରେ ଆଡ଼ମିସନ ନେଇଥିଲା । ମାତ୍ର ୬ ମାସ ହୋଇଥିଲା ସ୍କୁଲରେ । ଆଜି ଦୌଡ଼ ପ୍ରତିଯୋଗୀତାରେ ଭାଗ ନେଇ ଦୌଡୁ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତେ ଆଶ୍ଚର୍ଯ୍ୟର କଥା ଯେ ଏମିତି ହଠାତ୍ ଜଣେ ସୁସ୍ଥ ସବଳ ପିଲାର ମୃତ୍ୟୁ କେମିତି ହୋଇପାରେ ।  ପୁଅର ମୃତ୍ୟୁ ଖବର ଶୁଣିଲା ପରେ ତାଙ୍କର ମାଆ ଙ୍କ କାନ୍ଦି କାନ୍ଦି ଅବସ୍ଥା ବେହାଲ୍ ହୋଇଯାଇଛି । ମେଡିକାଲରେ ସାଙ୍ଗସାଥୀ, ମାଆ ବାପା, ବିଦ୍ୟାଳୟର ଅଧ୍ୟକ୍ଷା, ଜିଲ୍ଲା ମଙ୍ଗଳ ଅଧିକାରୀ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ପ୍ରମୁଖ ପହଞ୍ଚିଥିଲେ।