ଖାଦ୍ୟରେ ବୋମା ଦେଇ ହାତୀଙ୍କୁ କରୁଛନ୍ତି ଶିକାର, ଅନୁଗୁଳରେ ଆହତ ହାତୀର ମୃତ୍ୟୁ ପରେ ବଢ଼ିଲା କାର୍ଯ୍ୟାନୁଷ୍ଠାନ ଦାବି

Advertisment

ଓଡ଼ିଶା ଜଙ୍ଗଲରେ ଅବାଧ ହାତୀ ଶିକାର ଚାଲିଛି। ଦେଶରେ ସବୁଠାରୁ ଅଧିକ ହାତୀଙ୍କ ମୃତ୍ୟୁ ଓଡ଼ିଶାରେ ହେଉଛି । ପ୍ରତିବର୍ଷ ୭୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହେଉଛି । ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ବନବିଭାଗ ସଠିକ୍ ଢଙ୍ଗରେ ପାଟ୍ରୋଲିଂ କରିଥିଲେ ହୁଏତ ହାତୀଟିର ଜୀବନ ବଞ୍ଚିଯାଇଥାନ୍ତା। ଅନ୍ୟପଟେ କେଉଁଠି ହାତୀ ବୋମା ଖାଇଲା ଏବଂ ଏଥିରେ କେଉଁମାନେ ସଂପୃକ୍ତ?

ଓଡ଼ିଶା ଜଙ୍ଗଲରେ ଅବାଧ ହାତୀ ଶିକାର ଚାଲିଛି। ଦେଶରେ ସବୁଠାରୁ ଅଧିକ ହାତୀଙ୍କ ମୃତ୍ୟୁ ଓଡ଼ିଶାରେ ହେଉଛି । ପ୍ରତିବର୍ଷ ୭୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହେଉଛି । ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ବନବିଭାଗ ସଠିକ୍ ଢଙ୍ଗରେ ପାଟ୍ରୋଲିଂ କରିଥିଲେ ହୁଏତ ହାତୀଟିର ଜୀବନ ବଞ୍ଚିଯାଇଥାନ୍ତା। ଅନ୍ୟପଟେ କେଉଁଠି ହାତୀ ବୋମା ଖାଇଲା ଏବଂ ଏଥିରେ କେଉଁମାନେ ସଂପୃକ୍ତ?

anugul

କନକ ବ୍ୟୁରୋ : ହାତୀ ପାଇଁ ବଢ଼ିବାରେ ଲାଗିଛି ବିପଦ। ବିସ୍ଫୋରକ ଭର୍ତ୍ତି ଖାଦ୍ୟ ଖାଇ ଗୁରୁତର ହାତୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ଦୁଇ ଦିନ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି। ଯାହାକି ହାତୀ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଖାଦ୍ୟ ସହ ବିସ୍ଫୋରକ ଖାଇ ଗୁରୁତର ହାତୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ହାତୀ ଶିକାର ପାଇଁ ଶିକାରୀଙ୍କ ଷଡ଼ଯନ୍ତ୍ରକୁ କାହିଁକି ରୋକିପାରୁନି ବନବିଭାଗ? ଅନୁଗୁଳ ବନଖଣ୍ଡରେ ବିସ୍ଫୋରକ ଭର୍ତ୍ତି ଖାଦ୍ୟ ଖାଇ ଗୁରୁତର କୁନି ହାତୀକୁ କପିଳାସ ସ୍ଥିତ ହାତୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଉଥିଲା। ଦୁଇ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ହାରିଯାଇଛି କୁନି ହାତୀ। ଏନେଇ ଅନୁଗୁଳ ଡିଏଫଓ କହିଛନ୍ତି, ଟିମ୍‌ ଗଠନ କରାଯାଇ ଘଟଣାର ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କଠୋର   କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ : ବୋମା ଖାଇ ଗୁରୁତର ହୋଇଥିବା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,  ଚିକିତ୍ସା କେନ୍ଦ୍ରରେ ଗୁରୁତର ହାତୀର ଚିକିତ୍ସା ଚାଲିଥିଲା

ଓଡ଼ିଶା ଜଙ୍ଗଲରେ ଅବାଧ ହାତୀ ଶିକାର ଚାଲିଛି। ଦେଶରେ ସବୁଠାରୁ ଅଧିକ ହାତୀଙ୍କ ମୃତ୍ୟୁ ଓଡ଼ିଶାରେ ହେଉଛି । ପ୍ରତିବର୍ଷ ୭୦ରୁ ଅଧିକ ହାତୀଙ୍କ ମୃତ୍ୟୁ ହେଉଛି । ବନ୍ୟପ୍ରାଣୀ ବିଶେଷଜ୍ଞ କହିଛନ୍ତି ବନବିଭାଗ ସଠିକ୍ ଢଙ୍ଗରେ ପାଟ୍ରୋଲିଂ କରିଥିଲେ ହୁଏତ ହାତୀଟିର ଜୀବନ ବଞ୍ଚିଯାଇଥାନ୍ତା। ଅନ୍ୟପଟେ କେଉଁଠି ହାତୀ ବୋମା ଖାଇଲା ଏବଂ ଏଥିରେ କେଉଁମାନେ ସଂପୃକ୍ତ? ତାହାର ତଦନ୍ତ ହେବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଏଥିସହ ଅସାମାଜିକ ବ୍ୟକ୍ତି ଓ ଶିକାରୀଙ୍କ ଗିତିବିଧି ଉପରେ କଡ଼ା ନଜର ରଖିବା ପାଇଁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ : କେନ୍ଦୁଝରରୁ ଢେଙ୍କାନାଳ, ସବୁଠି ହାତୀ କରୁଛନ୍ତି ହତାଶ, ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ

ହାତୀ ପାଇଁ ଖାଦ୍ୟରେ ଖଞ୍ଜିଥିଲେ ବୋମା। ବନବିଭାଗର ନାକ ତଳେ ହାତୀ ଶିକାର ଷଡ଼ଯନ୍ତ୍ରକୁ ସଫଳ କରୁଛନ୍ତି ଶିକାରୀ, କିନ୍ତୁ କିଛି କରିପାରୁନି ବନବିଭାଗ । ଯାହା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe