କନକବ୍ୟୁରୋ : ଅନୁଗୁଳ ସହର ଭିତରେ ହାତୀ ପଲ । ଆତଙ୍କିତ ସହରବାସୀ ।  ପୌରପାଳିକା ୮ ନମ୍ବର ୱାର୍ଡ ହୁଲୁରିସିଂହା ନିକଟରେ ଗତକାଲି ରାତିରେ ୧୩ ଟିକିଆ ହାତୀ ପଲ ଦେଖିବାକୁ ମିଳିଛି  ।   ରାତି ତମାମ ଲୋକେ ଉଜାଗର ରହି ଭୟଭୀତ ଅବସ୍ଥାରେ ରହିଥିଲେ ।  ହାତୀ ପଲ ଅନୁଗୁଳ ମୁଖ୍ୟ ସହରରେ ବୁଲିବା ଇଏ ପ୍ରଥମ ଘଟଣା  ।   ବନ ବିଭାଗ ହାତୀ ପଲକୁ ଘଉଡାଇବାରେ ବିଫଳ ହେବାରୁ ଏହି ହାତୀ ପଲ ସହର ମୁହାଁ ହୋଇଛନ୍ତି   । 

Advertisment