କନକ ବ୍ୟୁରୋ :  ଗାଁ ପାଖ ବିଲରେ ବୁଲୁଛି ହାତୀ । ଘର ପାଖ ଗାଁ ଜମିରେ ହାତୀକୁ ଦେଖି ଏବେ ଚିନ୍ତାରେ ଅଞ୍ଚଳବାସୀ । ରାତିରେ ଗାଁ ମୁହାଁ ହୋଇ ଘର ଭାଙ୍ଗୁଥିବା ବେଳେ ଏବେ ଦିନରେ ବି ଆସି କେଉଁଠି ପରିବା ଚାଷ ନଷ୍ଟ କରୁଛି , ତ କେଉଁଠି ଗଛ ଭାଙ୍ଗୁଛି ।

Advertisment

ଅଧିକ ପଢନ୍ତୁ : ବେଲଘର ହାତୀ ମୃତ୍ୟୁ ଘଟଣା ; ଭୁଲ୍‌ ରିପୋର୍ଟ ଦେବା ଆଧାରରେ ଏସିଏଫଓ ନିଲମ୍ୱିତ

ସୁନ୍ଦରଗଡ଼ ତାମଡା ରେଞ୍ଜର ରୁଷିମଠ, କଣ୍ଟାପାଲି, ବଡ଼ଗାଁ, କୋଇଲି ଝର, ଢ଼ିଙ୍କିଆମ, ପୁରୁଣାପାଣିର ପ୍ରାୟ ୮ରୁ ୧୦ଟି ଗାଁରେ ହାତୀ ଉପଦ୍ରବ । କେତେବେଳେ ଗୋଟିକିଆ ତ କେତେବେଳେ ୨୩ ଟିକିଆ ହାତୀ ସ୍ଥାନୀୟ ଅଞ୍ଚଳରେ ବୁଲୁଛନ୍ତି । ୧୦ ଦିନ ହେଲା ହାତୀ ଆତଙ୍କ ଖେଳାଇ ଚାଲିଥିବାବେଳେ ବନ ବିଭାଗ ଘଉଡ଼ାଇବାରେ ବିଫଳ ହୋଇଛି । ଏବେ ଜମିରେ ଧାନ ନଥିବାରୁ ଏବେ ଗାଁ ମୁହାଁ ହାତୀ । ଫଳରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗାଁ ଲୋକ ।