ଖାଦ୍ୟ ପାଇଁ ଜଂଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ହାତୀ,  ଘର ଭାଂଗୁଛନ୍ତି, ନେଉଛନ୍ତି ଲୋକଙ୍କ ଜୀବନ

Advertisment

ବାଲେଶ୍ବର ଖଇରାରେ ଜଣଙ୍କୁ କଚାଡି ମାରିବା ପରେ ଉତେଜନା । ମାଇକ୍ ଯୋଗେ ସତର୍କ କଲା ବନବିଭାଗ ।

ବାଲେଶ୍ବର ଖଇରାରେ ଜଣଙ୍କୁ କଚାଡି ମାରିବା ପରେ ଉତେଜନା । ମାଇକ୍ ଯୋଗେ ସତର୍କ କଲା ବନବିଭାଗ ।

ELEPHANT

ELEPHANT Photograph: (KanakNews)

କନକ ବ୍ୟୁରୋ:  ମଣିଷ - ହାତୀ ଲଢ଼େଇ ଧିରେ ଧିରେ ବଢ଼ିବାରେ ଲାଗିଛି । ହାତୀ ଖାଦ୍ୟ ଅନ୍ବେଷଣରେ ଆସି ଜନବସତିରେ ପଶି ଆତଙ୍କ ସୃଷ୍ଟି କରୁଛି ।  ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳକୁ ହାତୀ ପଶିଆସି ଗଛ ଓ ଘର ଭାଙ୍ଗିଛି । ଗଣ୍ଡିବେଡ଼ ନୂଆସାହି ପୂର୍ବପଦ ଗାଁର ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ମାରି ଦେଇଛି। ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ପ୍ରଶାସନ ଲୋକଙ୍କୁ ବୁଝାସୁଝା କରିଛି । ହାତୀ ଘଉଡ଼ାଇବା ସହ ବନ ବିଭାଗ ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଇଛି । ହାତୀ ଭୟରେ ଖଇରା ଅଞ୍ଚଳରେ ସ୍କୁଲ ଓ ଦୋକାନ ବଜାର ବନ୍ଦ ଥିଲା । ନିଆଁ ଜାଳି ହାତୀ ଘଉଡ଼ାଇବା ପାଇଁ ଏବେ ବି ଉଦ୍ୟମ ଜାରି ରହିଛି । 

ଅଧିକ ପଢନ୍ତୁ ;  ବିଗୁଡୁଛି ମାଖନା ହାତୀର ସ୍ବାସ୍ଥ୍ୟ : ଉଠିପାରୁନି କି ଖାଉନି


 ସେପଟେ ନୀଳଗିରି ଅଞ୍ଚଳର ଜଙ୍ଗଲ ପାଦଦେଶରେ ଥିବା କ୍ଷେତରେ ଉପଦ୍ରବ କରୁଛନ୍ତି ହାତୀପଲ । ଫସଲ ନଷ୍ଟ ଯୋଗୁ  ଚାଷୀ ହତାଶ ହୋଇପଡ଼ିଛନ୍ତି । ହାତୀ ଆକ୍ରମଣର ଆଶଙ୍କା ମଧ୍ୟ ରହିଛି ।  ସେହିପରି ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ପାଟବେଡା ଗାଁରେ ୩୦ ଟିକିଆ ହାତୀପଲ ଉପଦ୍ରଵ ଉପଦ୍ରବ ଚଳାଇଛନ୍ତି। ବ୍ୟାପକ ଫସଲ ନଷ୍ଟ ଯୋଗୁ ଚାଷୀଙ୍କୁ ଋଣ ଶୁଝିବା ଚିନ୍ତା ଘାରିଛି ।   କେନ୍ଦୁଝର ଜିଲ୍ଲା ଚମ୍ପୁଆ  ଅଞ୍ଚଳରେ ମଧ୍ୟ ହାତୀ ଆତଙ୍କ ଲାଗି ରହିଛି । ଫସଲ ନଷ୍ଟ ସହ ହାତୀ ଆକ୍ରମଣରେ ଲୋକ ଜୀବନ ହାନିର ଆଶଙ୍କା କରୁଛନ୍ତି । ଅତୀତରେ କିଛି ଘଟଣାରେ ହାତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେଣୁ ମଣିଷ ସହ ହାତୀଙ୍କ ସୁରକ୍ଷା ପାଇଁ ଦାବି ହୋଇଛି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe