କନକ ବ୍ୟୁରୋ : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଗାଁରେ ହାତୀ ଆତଙ୍କ । ଗତକିଛିଦିନ ଧରି ଏହି ଅଞ୍ଚଳରେ ଏଗାର ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଏକ ଗୋଠଛଡ଼ା ଦନ୍ତା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଦନ୍ତାଟି ଗତ ଦୁଇଦିନ ତଳେ ଅଁଳାବେରେଣୀ ଗାଁର ଚାରୁଲତା ନାଏକ ନାମକ ଜଣଙ୍କୁ ଦଳି ଦେଇଥିବା ବେଳେ ଗତକାଲି ରାତିରେ ଢେଙ୍କାନାଳ -କାମାକ୍ଷାନଗର ମୁଖ୍ୟରାସ୍ତାରେ ବହୁ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇ ରହିବା ସହ ଅଁଳାବେରେଣୀ ବଜାରରେ ବୁଲୁଥିଲା ।
ଅଧିକ ପଢନ୍ତୁ : ଦନ୍ତା ହାତୀ ଆତଙ୍କରେ କଣାସ , ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ
ଏହା ସିସିଟିଭିରେ କଏଦ ହୋଇଛି । ଜଙ୍ଗଲ ଛାଡି ଦନ୍ତାଟି ଏବେ ଗାଁ ମୁହାଁ ହେଉଥିବାବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି । ତେବେ ଦନ୍ତାଟି ଗତକାଲି ଅଁଳାବେରେଣୀ ଗାଁରେ ଥିବା କିଛି କଦଳୀ ବଗିଚା ନଷ୍ଟ କରିଥିବାବେଳେ ବନବିଭାଗ ତୁରନ୍ତ ଗାଁ ନିକଟରୁ ଦନ୍ତାକୁ ଘଉଡ଼ାଇବାପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/elephant-2026-03-07-10-09-18.png)