ବାଲେଶ୍ୱର ନୂଆସାହି ପୂର୍ବପଦ ଗାଁରେ ହାତୀ ଆତଙ୍କ, ୧୦ ଟି ସ୍କୁଲ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

Advertisment

ହାତୀ ଭୟ ପାଇଁ ମହତିପୁର, ନୂଆସାହି, ଅଣ୍ଡେଲ, ଶୁଣ୍ଡିରା ଗଣ୍ଡିବେଡ଼ ଅଂଚଳ ରେ ଥିବା ୧୦ଟି ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ସ୍କୁଲକୁ ଆସୁଥିବା ପିଲାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସେପଟେ  ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୁରେନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଔପଦା ରେଞ୍ଜର ହରି ହର ମାଝୀ ଓ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା।

balasore

କନକ ବ୍ୟୁରୋ : ବାଲେଶ୍ବର ଖଇରା ବ୍ଲକ୍ ବଟାପଡା ଓ ବଟେଶ୍ବର ଗାଁରେ ହାତୀ ଆତଙ୍କ । ଖଇରାରେ ହାତୀ ଆତଙ୍କରେ ସବୁ ଦୋକାନ ବଜାର ବନ୍ଦ ସହିତ ଗାଁରେ ଲୋକେ ଭୟଭୀତ ହେଶଇ ରହିଛନ୍ତି । ବନ ବିଭଗ ତରଫରୁ ଡାକ ବାଜି ଯନ୍ତ୍ର ଦ୍ଵାରା ଲୋକ ମାନଙ୍କୁ ସତର୍କ ରହିବାକୁ ସୂଚନା ଦେବା ସହ ଭୟଭିତ ନ ହେବାକୁ କହିଛନ୍ତି ଡିଏଫଓ । ଘଟଣାସ୍ଥଳରେ ଡିଏଫଓଙ୍କ ସମେତ ଔପଦା  ନୀଳଗିରି ଓ ସୋରର ରେଞ୍ଜର ସହ ସବୁଜ ବାହିନୀ ଓ ବାଲେଶ୍ୱର ଏସପିଙ୍କ ନିର୍ଦେଶ କ୍ରମେ ଖଇରା ଥାନା ଆଇଆଇସି ସମସ୍ତ ଅଧିକାରୀଙ୍କ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ଅଧିକ ପଢ଼ନ୍ତୁ : ବଜାରରେ ବୁଲୁଛି ଦନ୍ତା : କେନ୍ଦୁଝର ଦୈତାରୀ ବନାଞ୍ଚଳ ବ୍ରାହ୍ମଣୀପାଣ ବଜାରରେ ହାତୀ ଆତଙ୍କ

ଡିଏଫଓଙ୍କ ନିର୍ଦେଶ କ୍ରମେ ସବୁ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ  ଲୋକମାନଙ୍କୁ ସତର୍କ କରାଯାଉଛି । ହାତୀ ଭୟ ପାଇଁ ମହତିପୁର, ନୂଆସାହି, ଅଣ୍ଡେଲ, ଶୁଣ୍ଡିରା ଗଣ୍ଡିବେଡ଼ ଅଂଚଳ ରେ ଥିବା ୧୦ଟି ସ୍କୁଲରେ ଛୁଟି ଘୋଷଣା କରାଯାଇଛି । ସ୍କୁଲକୁ ଆସୁଥିବା ପିଲାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସେପଟେ  ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ସୁରେନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ଔପଦା ରେଞ୍ଜର ହରି ହର ମାଝୀ ଓ ଖଇରା ତହସିଲଦାର ଅମିତ ରଞ୍ଜନ ହୋତା। ମୃତ୍ୟୁ ବରଣ କରିଥିବା ପରିବାରକୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାର ଲୋକ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।  ଆଜି ସକାଳୁ ଗାଁ ପାଖରେ ହାତୀକୁ ଦେଖି ଭୟଭୀୟ ହୋଇ ପଡିଥିଲେ ସ୍ଥାନୀୟ ଲୋକ। ଏହାସହ ବନକର୍ମଚାରୀଙ୍କୁ ସୂଚନା ଦେଇଥିଲେ। କେନ୍ଦୁଝର ଅଞ୍ଚଳରୁ ଦୁଇଟି ହାତୀ ଖାଦ୍ୟ ଅନ୍ବେଷଣରେ ଗାଁକୁ ଆସିଥିବା ଅନୁମାନ କରାଯାଉଛି। ଗୋଟିଏ ହାତୀ ଗତକାଲି ଜଙ୍ଗଲକୁ ପଳାଇଛି। ଆଉ ଗୋଟିଏ ହାତୀ ରହିଯାଇଥିବା ନେଇ ଔପଦା ରେଞ୍ଜର ହରିହର ମାଝୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe