କନକ ବ୍ୟୁରୋ : ସାରା ଦେଶ ନୂଆ ବର୍ଷକୁ ସ୍ବାଗତ କରିବାକୁ ରାତି ଉଜାଗର ରହିଥିବା ବେଳେ କେନ୍ଦୁଝର ଚମ୍ପୁଆ ଉଖୁଣ୍ଡା ସେକ୍ସନରେ ହାତୀ ପାଇଁ ରାତି ଉଜାଗର ଲୋକେ । ରାସ୍ତାରେ ଚାଲିଛନ୍ତି ଗଜରାଜ। ବିଲରେ ବି ପଶିଛନ୍ତି। ଗୋଟିଏ କି ୨ଟି ନୁହେଁ ଏକାଥରେ ୨୫ ଟିକିଆ ହାତୀ ପଲ। କେନ୍ଦୁଝର ବଳା ଗାଁରେ ପଶି ରାତି ତମାମ ଉତ୍ପାତ କରିଛନ୍ତି। ଘର ଭାଙ୍ଗି ଧାନ ଚାଉଳ ଖାଇବା ସହ ବ୍ୟାପକ ଆସବାପତ୍ର ନଷ୍ଟ କରିଛନ୍ତି କ୍ଷ ପରେ ସକାଳୁ ନିଶ୍ଚିନ୍ତପୁର ଜଙ୍ଗଲକୁ ଫେରିଛନ୍ତି। ଘନ କୁହୁଡି ଯୋଗୁଁ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ବନ ବିଭାଗ।
ଅଧିକ ପଢ଼ନ୍ତୁ : ଭରତପୁରକୁ ଫେରିଗଲେ ଦନ୍ତା, ଶିଖରଚଣ୍ଡୀ ଅଞ୍ଚଳରୁ ହାତୀ ଘଉଡ଼ାଇବାରେ ସଫଳ ବନବିଭାଗ
ବାଲେଶ୍ବର କୁଳଡ଼ିହା ରେଞ୍ଜ ଯୋକନଣ୍ଡା ଗାଁରେ ଘଟିଛି ଏଭଳି ଅଘଟଣ। ସକାଳ ସମୟରେ ଏକ ମାଖୁନା ହାତୀ ଗାଁର ରମେଶ ବାରିକଙ୍କ ଘରୁ ପଖାଳ ବାସ୍ନା ବାରି ରୋଷେଇ ଘରକୁ ଭାଙ୍ଗିଥିଲା। ପରେ ଘରର ଆଜବେଷ୍ଟସ ଭାଙ୍ଗିବା ସହ କାନ୍ଥ ଭାଙ୍ଗି ଧାନ ଖାଇଯାଇଥିଲା ମାଖନା ହାତୀ। ପଡ଼ୋଶୀ ଲୋକ ଘଉଡ଼ାଇବା ପରେ ହାତୀଟି ଯାଇଥିଲା। ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅଁଳାବେରେଣି ଜୁଆଙ୍ଗ ସାହିରେ କିଛି ଦିନ ହେଲାଣି ଆତଙ୍କ ଖେଳାଇଛି ଗୋଟିକିଆ ହାତୀ। ରାତିସାରା ଗାଁରେ ରହୁଛି, ସକାଳୁ ଜଙ୍ଗଲକୁ ଚାଲିଯାଉଛି। ଗତକାଲି ରାତିରେ ହାତୀଟି ଗାଁର ଦୁଷ୍ମନ୍ତ ପ୍ରଧାନଙ୍କ ଘର ଭାଙ୍ଗିଦେଇଥିବା ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ : ହାତୀ ବଂଶ ଲୋପ କରିଦେବେ
କିଛି ବର୍ଷ ଭିତରେ ରାଜ୍ୟରେ ହାତୀ ଉପଦ୍ରବ ବଢ଼ିଯାଇଛି। ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ହାତୀପଲ। ଏଥିପାଇଁ ବି ମାନବ ସମାଜ ନିଜେ ଦାୟୀ। ଚାକଚକ୍ୟପୂର୍ଣ୍ଣ ଜୀବନ ଓ ଖଣିଖାଦାନ ପାଇଁ ଜଙ୍ଗଲ କଟା ଚାଲିଛି। ଫଳରେ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଯାହାର ପରିଣାମ ଭୋଗୁଛନ୍ତି ନିରୀହ ଲୋକ। ବନ ବିଭାଗ ଓ ସରକାର ଏସବୁ ଦିଗରେ ଗୁରୁତ୍ବ ଦେବା ନିହାତି ଆବଶ୍ୟକ।
Follow Us