ଖୋର୍ଦ୍ଧା ରଣପୁର ରେଞ୍ଜରେ ହାତୀ ଶବକର ମୃତ୍ୟୁ, ପରିତ୍ୟକ୍ତ କୁଅରେ ପଡ଼ି ଗଲା ହାତୀ ଛୁଆର ଜୀବନ

ଅଣଓସାରିଆ କୁଅରେ ଖସିପଡ଼ି । ବାହାରିନପାରିବାରୁ ମୃତ୍ୟୁ ସନ୍ଦେହ

Elephant

Elephant Photograph: (Google)

କନକ ବ୍ୟୁରୋ: ପରିତ୍ୟକ୍ତ କୁଅରେ ପଡ଼ି ଗଲା ହାତୀ ଛୁଆର ଜୀବନ । ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜ ଅଧିନ ବନ୍ଧପଲ୍ଲା ଓ ଜଙ୍କିଆ ଗାଁ ନିକଟ କାଜୁ ଜଙ୍ଗଲରେ ଘଟିଛି ଏହି ଅଘଟଣ । କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୁଅ ଭିତରେ ଛୁଆ ହାତୀ ମୃତଦେହ ଠାବ ହୋଇଛି । ମୃତ ହାତୀ ଛୁଆର ବୟସ ପାଖାପାଖ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକ ଘଟଣାସ୍ଥଳକୁ ଯାଇ ହାତୀ ଶାବକର ମୃତ୍ୟୁ ହୋଇଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

 ଅଧିକ ପଢନ୍ତୁ : ନିଦ ହଜାଇଲେ ହାତୀ ପଲ ; ନିଆଁ ଜାଳି ଚାଷୀ ଜଗିଛି ଫସଲ

ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ କୁଅ ଭିତରୁ ବାହାର କରିବାକୁ ଉଦ୍ୟମ କରୁଛି । ପରିତ୍ୟକ୍ତ କୁଅରେ ଖସିପଡ଼ିବା ପରେ ହାତୀ ଶାବକ ବାହାରିନପାରିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁ ପଛର କାରଣ ଜଣାପଡ଼ି ନାହିଁ । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ଅଧିକାରୀ କହିଛନ୍ତି ।    

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe