ଥମୁନି ହାତୀ-ମଣିଷ ଲଢେଇ , ୨୨ ଦିନରେ ୬ ମୃତ୍ୟୁ

Advertisment

ଥମୁନି ହାତୀ-ମଣିଷ ଲଢେଇ । ଅକାଳରେ ଯାଉଛି ଅନେକ ଜୀବନ । ଢେଙ୍କାନାଳ ଜିଲ୍ଲା ତମଣ୍ଡା ଗାଁରେ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା ହାତୀ । ଆଜି ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲି ଚାଲି ଗାଁକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ତଡ଼ିଥିଲା ।

ଥମୁନି ହାତୀ-ମଣିଷ ଲଢେଇ । ଅକାଳରେ ଯାଉଛି ଅନେକ ଜୀବନ । ଢେଙ୍କାନାଳ ଜିଲ୍ଲା ତମଣ୍ଡା ଗାଁରେ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା ହାତୀ । ଆଜି ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲି ଚାଲି ଗାଁକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ତଡ଼ିଥିଲା ।

Elephant attack

Elephant attack Photograph: (Kanak News)

କନକ ବ୍ୟୁରୋ : ଥମୁନି ହାତୀ-ମଣିଷ ଲଢେଇ । ଅକାଳରେ ଯାଉଛି ଅନେକ ଜୀବନ । ଢେଙ୍କାନାଳ ଜିଲ୍ଲା ତମଣ୍ଡା ଗାଁରେ ଜଣେ ମହିଳାଙ୍କୁ ଦଳି ଦେଇଛି ଦନ୍ତା ହାତୀ । ଆଜି ଭୋର ୬ଟାରେ ସ୍ବାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ ଚାଲି ଚାଲି ଗାଁକୁ ଯାଉଥିବା ବେଳେ ଗୋଟିଏ ଦନ୍ତା ତଡ଼ିଥିଲା । ସ୍ତ୍ରୀ ସୁଷମା ପ୍ରଧାନଙ୍କୁ ଶୁଣ୍ଢରେ ଟାଣି ଦଳିଦେଇଥିଲା । ସେହିଠାରେ ହିଁ ସୁଷମାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ସ୍ଵାମୀ ଗୁରୁବାରି ପ୍ରଧାନ ଓ ୭ ବର୍ଷର ଝିଅ ଗଛରେ ଚଢ଼ି ଜୀବନ ବଞ୍ଚାଇଥିଲେ । ଘଟଣାସ୍ଥଳରେ ଭାପୁର ଫାଣ୍ଡି ପୁଲିସ୍ ଓ ବନ କର୍ମଚାରୀ ପହଞ୍ଚିଛନ୍ତି ।

ଅଧିକ ପଢନ୍ତୁ : କନ୍ଧମାଳ ହାତୀ ମୃତ୍ୟୁ ଘଟଣା : ପଳାତକ ଡେପୁଟି ରେଞ୍ଜରଙ୍କ କୋର୍ଟରେ ଆତ୍ମସମର୍ପଣ

୨୨ ଦିନରେ ୬ ଟି ମୁଣ୍ଡ ଗଲାଣି । ସେପଟେ ମୟୂରଭଞ୍ଜ ମଧ୍ୟ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଧୀନ ଅସ୍ତିଆ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଜଣଙ୍କ ହେଲେ ବଂଶୀଧର ଗିରି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ କୁଳିଅଣା ଠାରେ ୧୮ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe