କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଦେଢ଼ମାସ ଲୁଚକାଳି ଖେଳିବା ପରେ ତୁମୁଡ଼ିବନ୍ଧ ଜେଏମଏଫସି କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡେପୁଟି ରେଞ୍ଜର ବିନୟ କୁମାର ବିଶି । ହାଜର ହେବାର ୪୮ଘଣ୍ଟା ଭିତରେ ସବୁ ଦସ୍ତାବିଜ ସହ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତେଣୁ ରେଞ୍ଜର ବିନିୟ ବିଶି ବାଲିଗୁଡ଼ା ଡିଏଫଓଙ୍କୁ ଭେଟିବା ସହିତ ତଦନ୍ତକାରୀ ଅଧିକାରୀ ମନୋରଞ୍ଜନ ବାଗଙ୍କ ନିକଟରେ ହାଜର ହୋଇ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି ।
ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ କହିଛନ୍ତି ଅଭିଯୁକ୍ତ ଡେପୁଟି ରେଞ୍ଜର । ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ବର୍ତ୍ତମାନ ସୁଦ୍ଧା ୬ଜଣ ଶିକାରୀ, ଡେପୁଟି ରେଞ୍ଜରଙ୍କ ଡ୍ରାଇଭର, ଜେସିବି ଅପରେଟର ସମେତ ମୋଟ ୧୦ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ହାତୀ ମୃତ୍ୟୁ ଘଟଣାକୁ ଚପେଇଦେବାକୁ ଚେଷ୍ଟା କରିଥିଲେ ଡେପୁଟି ରେଞ୍ଜର ବିନୟ ବିଶି ।
ଅଧିକ ପଢନ୍ତୁ : ଦନ୍ତା ହାତୀ ଆତଙ୍କରେ କଣାସ , ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ
ହାତୀର ମୃତ ଶରୀରକୁ ୩୨ଖଣ୍ଡ କରି କାଟି ମାଟି ତଳେ ପୋତି ଦେଇ ଫେରାର ହୋଇଯାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିନୟ କୁମାର ବିଶିଙ୍କୁ ନିଲମ୍ବନ କରିଥିଲା ବନ ବିଭାଗ । ବନ ବିଭାଗ ପକ୍ଷରୁ ଏତଲା ସତ୍ୱେ ବିନୟ ବିଶି ତଦନ୍ତରେ ସହଯୋଗ କରୁନଥିଲେ । ତେଣୁ ବିଭାଗ ପକ୍ଷରୁ ପଳାତକ ଘୋଷଣା ପରେ ଜେଏମଏଫସିରେ ହାଜର ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/25/elephant-2026-02-25-08-21-20.jpg)