ନୂଆ ଏନଏସି ଓ ପୌରପାଳିକା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ୧୮ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି, ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ

Advertisment

୧୮ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି । ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ । ମାର୍ଚ୍ଚ ୩୧ ରେ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି । ସମ୍ବଲପୁର ଏବଂ ପୁରୀ ମହାନଗର ନିଗମ ନିର୍ବାଚନ ପାଇଁ ବି ଫିଟିଲା ବାଟ ।

୧୮ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି । ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ । ମାର୍ଚ୍ଚ ୩୧ ରେ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି । ସମ୍ବଲପୁର ଏବଂ ପୁରୀ ମହାନଗର ନିଗମ ନିର୍ବାଚନ ପାଇଁ ବି ଫିଟିଲା ବାଟ ।

Election

କନକ ବ୍ୟୁରୋ :  ନୂଆ ଏନଏସି ଏବଂ ପୌରପାଳିକା ପାଇଁ ଆରମ୍ଭ ହେଲା ନିର୍ବାଚନ ପ୍ରକ୍ରିୟା । ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗର ଚିଠି। ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ । ଫେବ୍ରୁଆରି  ୧୨ ତାରିଖରୁ ୨୧ ତାରିଖ ଯାଏଁ ପୌରାଞ୍ଚଳ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରସ୍ତାବ ଏବଂ ଅଭିଯୋଗ ମଗାଯିବ । ଫେବ୍ରୁଆରି ୨୬ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ମାର୍ଚ୍ଚ ୨୬ ତାରିଖରୁ ୧୩ ତାରିଖ ଯାଏଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ଗ୍ରହଣ କରାଯିବ ।

ଅଧିକ ପଢନ୍ତୁ : ନବରଙ୍ଗପୁର ପୌରପାଳିକାରେ ମାଳମାଳ ଦୁର୍ନୀତି, ଡମ୍ପିଂୟାର୍ଡ ନିର୍ମାଣରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ

ମାର୍ଚ୍ଚ ୧୬ ରୁ ୨୮ ତାରିଖ ମଧ୍ୟରେ ଅଭିଯୋଗ ଶୁଣାଣି ଓ ମାର୍ଚ୍ଚ ୩୧ ରେ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶ ପାଇବ ଚୂଡାନ୍ତ ବିଜ୍ଞପ୍ତି । ନୂଆରେ ଗଠିତ ୨୮ଟି ଏନ୍‌ଏସି ଓ ୭ ପୌରପାଳିକା ଘୋଷଣା ହୋଇଥିବା ୧୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ନଗର ଉନ୍ନୟନ ବିଭାଗ ଚିଠି ଦେଇଛି । ଘୋଷଣାର ୬ ମାସ ସୁଦ୍ଧା ନିର୍ବାଚନ ସାରିବା ସହ ସୀମା ପୁନଃନିରଦ୍ଧାରଣ ଏବଂ ସଂରକ୍ଷଣ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe