କନକ ବ୍ୟୁରୋ : ଦୋଳାରେ ବୁହାହୋଇ ଅଭିଯୋଗ ଶୁଣାଣି କେନ୍ଦ୍ରରେ ପହଂଚିଲେ ବୃଦ୍ଧା । ୮୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ମଧ୍ୟ ସରକାରୀ ଯୋଜନା ମୁତାବକ ୩୫ଶହ ଟଙ୍କା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧା ଜଣଙ୍କ । ବାରମ୍ବାର ବିଡିଓ ଓ ବ୍ଲକକୁ ଯାଇ ଗୁହାରି କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଅଭିଯୋଗ କେନ୍ଦ୍ରକୁ ଦୋଳାରେ ବୋହିକି ଆଣିଥିଲେ ପୁଅ । 

Advertisment

କଳିଙ୍ଗା ଘାଟି ରାସ୍ତା ସିଲ୍, ଭୂସ୍ଖଳନ ଭୟରେ ପ୍ରଶାସନର ବଡ଼ ପଦକ୍ଷେପ

ଏଭଳି ଏକ ଦୃଶ୍ୟ ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ କାର୍ଯ୍ୟାଳୟରୁ ଆସିଛି । ବାଇଗୁଣିଆ ପଞ୍ଚାୟତ ଖୁଣ୍ଟୁପଡା ଗାଁର ବ୍ରଜକିଶୋର ମହାପାତ୍ରଙ୍କ ସ୍ତ୍ରୀ ସରୋଜିନୀ ମହାପାତ୍ର ଦିବ୍ୟାଙ୍ଗ ଭତ୍ତା ପାଇବା ପାଇଁ ବାରମ୍ବାର ଗୁହାରି କରିଥିଲେ । ୪ ମାସହେଲା ଆବେଦନ କରିଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ନୟାଗଡ଼ ଜିଲ୍ଲାପାଳଙ୍କ ଭାପୁର ବ୍ଲକରେ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ପୁଅ ବୋହୂ ମିଶି ଏକ ଦୋଳାରେ ବୋହିନେଇ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ଘଟଣା ଦେଖି ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ଜିଲ୍ଲାପାଳ ।