କନକ ବ୍ୟୁରୋ : ବାତ୍ୟା ପୂର୍ବରୁ କଳିଙ୍ଗା ଘାଟି ରାସ୍ତା ସିଲ କଲା ଭଞ୍ଜନଗର ପ୍ରଶାସନ । କଳିଙ୍ଗା ଘାଟିରେ ଭୂସ୍ଖଳନ ହେବାର ଭୟ ଆରମ୍ଭ ହୋଇଛି । ଘାଟି ରାସ୍ତା ମରାମତି ଚାଲିଥିବା ବେଳେ କାମ ବନ୍ଦ କରି ସବୁ ଶ୍ରମିକକୁ ଘାଟିରୁ ତଳକୁ ଅଣାଯାଇଛି । ଗତକାଲି ରାତିରୁ ଭଞ୍ଜନଗର ଓ ତା ଆଖପାଖ ଅଂଚଳରେ ବର୍ଷା ଲାଗିରହିଛି । ବିକଳ୍ପ ରାସ୍ତା ନିର୍ମାଣ ପାଇଁ ପଙ୍ଗୁଲୁ ଠାରୁ ବାଲିଆପଟା ଜଙ୍ଗଲ ରାସ୍ତାରେ ମଧ୍ୟ ପାଣି ଜମିଯାଇଥିବାରୁ ସେ ରାସ୍ତାରେ କେହି ଯିବା ଆସିବା ନ କରିବାକୁ ଭଞ୍ଜନଗର ପ୍ରଶାସନ ଘୋଷଣା କରିଛନ୍ତି । ବର୍ଷ। ଲାଗି ରହିଥିବାରୁ ଘାଟି ରାସ୍ତାରେ ପୁଣି ଭୁସ୍ଖଳନ ହେବା ଭୟ ରହିଛି ।
ବାତ୍ୟା ‘ମୋନ୍ଥା’ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ପକ୍ଷରୁ ବ୍ୟାପକ ପ୍ରସ୍ତୁତି : ଜରୁରିକାଳୀନ କଲ୍ ହାତଛଡ଼ା ନ ହେବା ପାଇଁ ଅତିରିକ୍ତ କର୍ମଚାରୀ ନିଯୁକ୍ତ
ଗତ କିଛି ମାସ ମଧ୍ୟରେ କଳିଙ୍ଗା ଘାଟିରେ ଏକାଧିକ ଭୂସ୍ଖଳନ ଦେଖିବାକୁ ମିଳିଛି । ସେହି ଭୂସ୍ଖଳନରେ ରାସ୍ତା ଧୋଇଯାଇଥିବାରୁ ଯାତାୟତ ପୂରା ବିଛିନ୍ନ ହୋଇଯାଇଥିଲା । ଅନେକ ପର୍ଯ୍ୟଟକ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଏହି ରାସ୍ତାକୁ ବନ୍ଦ କରାଯାଇଥିଲା । ଏହାପରେ କଳିଙ୍ଗା ଘାଟିକୁ ମରାମତି ଆରମ୍ଭ କରାଯାଇଥିଲା । ଏବେ କଳିଙ୍ଗା ଘାଟିରେ ମରାମତି କାମକୁ ବନ୍ଦ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଶ୍ରମିକଙ୍କୁ ଘାଟି ତଳକୁ ଅଣାଯାଇଛି । ସେପଟେ ପ୍ରଶାସନ ମଧ୍ୟ କଳିଙ୍ଗା ଘାଟିକୁ ସିଲ୍ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/28/6-2025-10-28-07-39-44.jpg)