ବୃଦ୍ଧ ଦମ୍ପତିଙ୍କୁ ସାହା ଅଧା ଭଙ୍ଗା ମାଟି ଘର, ଅନ୍ତ୍ୟୋଦୟ ଯୋଜନାରେ ଘର ଦେବାକୁ ପ୍ରତିଶ୍ରୁତି ଦେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସୁନାଧର ଖିଲ ଏବଂ ତାଙ୍କ ପତ୍ନୀ ନୟନା ଖିଲ । ବୟସ ବଢ଼ିବା ସହ ନୟନାଙ୍କ ଦୃଷ୍ଟି ଶକ୍ତି କ୍ଷୀଣ ହୋଇଯାଇଛି । ସୁନାଧର ବି ଏ ବୟସରେ ଆଉ ମୂଲ ମଜୁରୀ କରିପାରୁନାହାନ୍ତି । ସାହାରା ବି କେହି ନାହିଁ । ବଡ଼ ପୁଅ ଆରପାରିକୁ ଚାଲିଗଲା, ସାନପୁଅ ବାହା ହୋଇ ଅଲଗା ରହୁଛନ୍ତି ।

13

କନକ ବ୍ୟୁରୋ :  ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନାହିଁ । ଭଙ୍ଗା କୁଡ଼ିଆଟିଏ ଅଛି । ନା ଘରକୁ ସୁରକ୍ଷା ଦେବାକୁ କାନ୍ଥ ଅଛି ନା ଛାତ । ଝାଟି ଉପରେ ମାଟି ଲଗାଇ ଖଣ୍ଡେ ଲୁଗା ଟାଣି ଛିଣ୍ଡା ପଲିଥିନଟିଏ ପକାଇ ଜୀବନ କାଟୁଛନ୍ତି ବୈପାରିଗୁଡା ବ୍ଲକର ଦାନ୍ଦରଖାଲ ଗାଁର ବୃଦ୍ଧ ଦମ୍ପତି । ଖରା, ବର୍ଷା, ଶୀତ, କାକର ସବୁ ଏଇ ଘରେ । ବର୍ଷା ହେଲେ ଘର ପାଣିରେ ଭର୍ତ୍ତି ହୋଇଯାଏ । ରୋଷେଇ କରିବା, ରହିବା ସବୁ ମୁସ୍କିଲ ହୋଇଯାଏ । ହେଲେ ଆଜି ଯାଏଁ ପକ୍କା ଘର ଖଣ୍ଡିଏ ମିଳିପାରିନି ।

ସୁନାଧର ଖିଲ ଏବଂ ତାଙ୍କ ପତ୍ନୀ ନୟନା ଖିଲ । ବୟସ ବଢ଼ିବା ସହ ନୟନାଙ୍କ ଦୃଷ୍ଟି ଶକ୍ତି କ୍ଷୀଣ ହୋଇଯାଇଛି । ସୁନାଧର ବି ଏ ବୟସରେ ଆଉ ମୂଲ ମଜୁରୀ କରିପାରୁନାହାନ୍ତି । ସାହାରା ବି କେହି ନାହିଁ । ବଡ଼ ପୁଅ ଆରପାରିକୁ ଚାଲିଗଲା, ସାନପୁଅ ବାହା ହୋଇ ଅଲଗା ରହୁଛନ୍ତି । ସରକାରୀ ସହାୟତା କହିଲେ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ କିଲୋ ଚାଉଳ । ଏନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜଣାଇବା ପରେ ଅନ୍ତ୍ୟୋଦୟ  ଯୋଜନାରେ ଘର ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ; ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଏକାଠି

ଅସହାୟ ବୃଦ୍ଧ ଦମ୍ପତିଙ୍କୁ ପକ୍କା ଘରଟିଏ ଯୋଗାଇଦେଲେ ଏମାନେ ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe