ଦିନକରେ ୩ ହତ୍ୟା! ହାଣିଲେ, ପିଟିଲେ, ମୁଣ୍ଡ ଗଡ଼ାଇଲେ

Advertisment

ଅପରାଧର ଅନ୍ଧାରି ବିଜେ ଭିତରେ ବଢିଛି ଭୟ । ସାମାନ୍ୟ କଥାରୁ ପ୍ରତିଶୋଧ, ହସ ଖୁସିରୁ ହତ୍ୟା । ରାଜ୍ୟରେ ଏଭଳି କିଛି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏପଟେ ଝାରୁସୁଗୁଡାରେ ଦମ୍ପତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଲୋକେ ।

ଅପରାଧର ଅନ୍ଧାରି ବିଜେ ଭିତରେ ବଢିଛି ଭୟ । ସାମାନ୍ୟ କଥାରୁ ପ୍ରତିଶୋଧ, ହସ ଖୁସିରୁ ହତ୍ୟା । ରାଜ୍ୟରେ ଏଭଳି କିଛି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏପଟେ ଝାରୁସୁଗୁଡାରେ ଦମ୍ପତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଲୋକେ ।

Murder--

କନକ ବ୍ୟୁରୋ :  ସ୍ତ୍ରୀର ଶବକୁ ତିନିଦିନ ଜଗି ବସିବା ପରେ ଟଳି ପଡ଼ିଲେ ସ୍ୱାମୀ । କେମିତି ହେଲା ମୃତ୍ୟୁ ?  ବୟସର ସଂଧ୍ୟାରେ ଦମ୍ପତିଙ୍କ ଏଭଳି ମୃତ୍ୟୁକୁ ନେଇ ସମସ୍ତେ ଚକିତ  । ଝାରସୁଗୁଡ଼ା ବ୍ରଜରାଜନଗରର ଓରିଏଣ୍ଟ ଥାନା ଅଞ୍ଚଳର ଏହି ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନ ଠିଆ କରିଛି । ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହେବାର ଦୁଇ ଘଣ୍ଟା ଭିତରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ସନଯୋବ ଗାଁର ଗୋବିନ୍ଦ ଭୋଇ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ ଭୋଇ କିଛି ଦିନ ହେଲା ଘରୁ ବାହାରୁ ନଥିଲେ । ଭିତର ପଟୁ କବାଟ ବନ୍ଦ କରି ରହୁଥିଲେ ସ୍ୱାମୀ-ସ୍ତ୍ରୀ । ରୁକ୍ମିଣୀଙ୍କ ଭଉଣୀ ଫୋନ କରୁଥିଲେ ମଧ୍ୟ କେହି ଉଠାଉନଥିଲେ । ସନ୍ଦେହ ହେବାରୁ ଘରେ ଆସି ପହଞ୍ଚିବା ପରେ ଏଭଳି ସ୍ଥିତି ଦେଖି ଚକିତ ମୃତକଙ୍କ ଭଉଣୀ । ପଡୋଶୀ ମଧ୍ୟ ତିନି ଦିନ ହେଲାଣି କିଛି ଟେର୍ ପାଉନଥିଲେ । ପୋଲିସ ତଦନ୍ତ କଲେ ସବୁକିଛି ସ୍ପଷ୍ଟ ହେବ ବୋଲି ଲୋକେ କହିଛନ୍ତି । ପୁରା ଘଟଣା  ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 

ଏହା ବି ପଢ଼ନ୍ତୁ; ଧଳାଜହରକୁ ନେଇ ବିଧାନସଭାରେ ହୁଲସ୍ତୁଲ, ଓଡ଼ିଶାର ୪ ବ୍ରାଉନସୁଗାର୍‌ ହଟ୍‌ସ୍ପଟ୍

ରାଜ୍ୟରେ ଅପରାଧ ଉପରମୁହାଁ । କଥା କଥାରେ ବୁଲୁଛି ଖଣ୍ଡା,ଫୁଟୁଛି ଗୁଳି । ସେମିତି କେନ୍ଦୁଝର ଘଷିପୁରା ଅଂଚଳରେ ଚାନ୍ଦା ନଦେବାରୁ ଠିକାଦାରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଦେଓଗାଁ ପଞ୍ଚାୟତରେ ବିପିନ ପରିଡାଙ୍କୁ ହତ୍ୟା ଭୟର ବାତାବରଣ ସୃଷ୍ଟି କରିଛି । ସେପଟେ ରାଉରକେଲାରେ ସିଭିଲ୍ ଟାଉନସିପରେ ମେଡିକାଲ୍ ରିପ୍ରେଜେଣ୍ଟେଟିଭଙ୍କ ମୃତ ଦେହ ଉଦ୍ଧାର । ହତ୍ୟା କି ଆତ୍ମହତ୍ୟା ତାକୁ ନେଇ ତନାଘନା ଚାଲିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସ୍ଥିତିର ଅନୁସନ୍ଧାନ କରୁଛି । 

ଏପଟେ ଦେବଗଡ଼ ଜିଲ୍ଲା ବାରକୋଟ ଥାନାଞ୍ଚଳରେ ରାସ୍ତା କଡରୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ମୃତକ ହେଲେ ଦଣ୍ଡାସିଂହା ଗ୍ରାମର ଶଙ୍କର ଦେହୁରୀ । ସାପ୍ତାହିକ ହାଟକୁ ଯାଇ ଶଙ୍କର ଆଉ ଘରକୁ ଫେରିନଥିଲେ । ସକାଳୁ ଖୋଜାଖୋଜି  କରିବା ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କେହି ପିଟିପିଟି ହତ୍ୟା କରୁଥିବା ଅନୁମାନ କରାଯାଉଛି... 


   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe