ଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପରିକ୍ରମା ପ୍ରକଳ୍ପ

Advertisment

ଯେଉଁ କଣ୍ଟ୍ରାକ୍ଟର ୨୦୨୩ ମସିହାରୁ ଏକାମ୍ର ପ୍ରକଳ୍ପ କାର୍ଯ୍ୟ କରୁଥିଲେ ସେ ପଛଘୁଞ୍ଚା ଦେବାରୁ କାର୍ଯ୍ୟରେ ବିଳମ୍ବ ହୋଇଛି । ବଳକା କାର୍ଯ୍ୟକୁ ୩ ରୁ ୪ ଭାଗ କରି ମାର୍ଚ୍ଚ ପୂର୍ବରୁ ତଥା ଶିବରାତ୍ରି ବେଳକୁ ମନ୍ଦିର ପାରିପାର୍ଶ୍ବିକ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଟାର୍ଗେଟ ଦିଆଯାଇଛି ।

ଯେଉଁ କଣ୍ଟ୍ରାକ୍ଟର ୨୦୨୩ ମସିହାରୁ ଏକାମ୍ର ପ୍ରକଳ୍ପ କାର୍ଯ୍ୟ କରୁଥିଲେ ସେ ପଛଘୁଞ୍ଚା ଦେବାରୁ କାର୍ଯ୍ୟରେ ବିଳମ୍ବ ହୋଇଛି । ବଳକା କାର୍ଯ୍ୟକୁ ୩ ରୁ ୪ ଭାଗ କରି ମାର୍ଚ୍ଚ ପୂର୍ବରୁ ତଥା ଶିବରାତ୍ରି ବେଳକୁ ମନ୍ଦିର ପାରିପାର୍ଶ୍ବିକ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଟାର୍ଗେଟ ଦିଆଯାଇଛି ।

Ekamra Parikrama Project

Ekamra Parikrama Project Photograph: (Kanak News)

କନକ ବ୍ୟୁରୋ : ଶିବରାତ୍ରି ପୂର୍ବରୁ ସରିବ ଏକାମ୍ର ପରିକ୍ରମା ପ୍ରକଳ୍ପ । ଆସନ୍ତା ଜୁନ୍‌ ମାସ ସୁଦ୍ଧା ସଂପୂର୍ଣ୍ଣ ଶେଷ ହେବ ଏହି ପ୍ରକଳ୍ପ । କାର୍ଯ୍ୟକୁ ବର୍ତ୍ତମାନ ତ୍ୱରିତ ବେଗରେ ଆଗକୁ ନିଆଯାଉଛି । ଜମି ଅଧିଗ୍ରହଣ ସମସ୍ୟାକୁ ସମାଧାନ ପାଇଁ ଉଭୟ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ କଣ୍ଟ୍ରାକ୍ଟର ୨୦୨୩ ମସିହାରୁ ଏକାମ୍ର ପ୍ରକଳ୍ପ କାର୍ଯ୍ୟ କରୁଥିଲେ ସେ ପଛଘୁଞ୍ଚା ଦେବାରୁ କାର୍ଯ୍ୟରେ ବିଳମ୍ବ ହୋଇଛି । ବଳକା କାର୍ଯ୍ୟକୁ ୩ ରୁ ୪ ଭାଗ କରି ମାର୍ଚ୍ଚ ପୂର୍ବରୁ ତଥା ଶିବରାତ୍ରି ବେଳକୁ ମନ୍ଦିର ପାରିପାର୍ଶ୍ବିକ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଟାର୍ଗେଟ ଦିଆଯାଇଛି ।

ଅଧିକ ପଢ଼ନ୍ତୁ : ଅଧପନ୍ତରିଆ ଅଙ୍ଗନବାଡ଼ି କେନ୍ଦ୍ର ସାରିବାକୁ ସରକାରଙ୍କ ତାଗିଦ୍ : ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ

ଫେବୃୟାରୀ ଶେଷ ସୁଦ୍ଧା ପାର୍କିଂ ଅଞ୍ଚଳ ଏବଂ ପ୍ରଭୁ ଲିଙ୍ଗରାଜ ମନ୍ଦିର ଏବଂ ପ୍ରଭୁ ଅନନ୍ତ ବାସୁଦେବଙ୍କ ମନ୍ଦିର ପ୍ଲାଜା କାର୍ଯ୍ୟ ଶେଷ କରିବା ପାଇଁ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବ୍ୟାଖ୍ୟାନ କେନ୍ଦ୍ର ପାଇଁ ଟିକେ ସମୟ ଲାଗିପାରେ । ବିନ୍ଦୁସାଗର ଓ ଏହାର ପାରିପାର୍ଶିକ ଜାଗା ସବୁକୁ ଅଧିକ ସୁନ୍ଦର କରାଯିବା ସହ ଦେବୀପାଦହରା ଓ ପାପନାଶିନୀ ପୁଷ୍କରିଣୀକୁ ପୁନରୁଦ୍ଧାର କରାଯିବ । ଏନେଇ ASI ସହ ଆଲୋଚନା ଚାଲିଛି, ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ASI କୁ ଆର୍ଥିକ ସହାୟତା ଯୋଗାଇ ଦେବେ । କାର୍ଯ୍ୟକୁ ତଦାରଖ କରାଯିବ ଏବଂ କାର୍ଯ୍ୟ ଅଧିକ ତ୍ୱରିତ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe