କନକ ବ୍ୟୁରୋ : ଥାନା ଭିତରେ ମାରପିଟ୍‌ । ହାତାହାତି ହୋଇ ବଦଳିଲେ ଥାନା ଅଧିକାରୀ ଏବଂ ଏଏସ୍‌ଆଇ । ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଏଏସ୍‌ଆଇଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍‌ପି ୟସପ୍ରିତ୍ ଶ୍ରୀମଲ ।

Advertisment

ଅଧିକ ପଢ଼ନ୍ତୁ : ମହାନଦୀ ଜଳ ବିବାଦ: ତୁଟିବ କି ଅଡ଼ୁଆ? କାଲି ବଡ଼ ବୈଠକ

ସୂଚନା ଅନୁସାରେ, କିଛିଦିନ ତଳେ ଏକ ମାମଲାକୁ ନେଇ ଥାନାଧିକାରୀ ଦେବାଶିଷ ଶତପଥୀ ଏବଂ ଏଏସ୍‌ଆଇ ପ୍ରକାଶ ସିଂଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ହାତାହାତି ହୋଇଥିଲା । ସେନେଇ ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ ଏଏସ୍‌ଆଇ ପ୍ରକାଶ ସିଂ । ଏବେ ସେହି ସମୟର ହାତାହାତି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସ୍‌ପି ୟସପ୍ରିତ୍ ଶ୍ରୀମଲ ଉଭୟ ଥାନା ଅଧିକାରୀ ଏବଂ ଏଏସଆଇଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଥିବା ଜଣାପଡ଼ିଛି ।