କନକବ୍ୟୁରୋ : ପୁରୁଣା ବର୍ଷ ଯାଇ ନୂଆ ବର୍ଷ ଆସୁଛି । ଆଉ ନୂଆ ବର୍ଷରେ ସବୁଠୁ ଅଧିକ ଆଶାବାଦୀ ଅଛନ୍ତି କେନ୍ଦ୍ରୀୟ କର୍ମଚାରୀ । କାରଣ ୨୦୨୬ ଜାନୁଆରି ପହିଲାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେଉଛି । ମାସ ଆରମ୍ଭରୁ ବିଭିନ୍ନ ନିୟମ ସହ ଅଷ୍ଟମ ବେତନ ସହ ବେତନ କମିସନ ଲାଗୁ ହୋଇପାରେ । ଏହା କାର୍ଯ୍ୟକାରୀ ହେଲେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢ଼ିବ । ହେଲେ ଦରମା କେତେ ବଢ଼ିବ, ମହଙ୍ଗା ଭତ୍ତାରେ କି ପରିବର୍ତ୍ତନ ହେବ, ଏରିଅର କେବେ ମିଳିବ, ପେନସନ ଭୋଗୀଙ୍କୁ କେତେ ଅଧିକ ପେନସନ ମିଳିବ ସେସବୁ ଜାଣିବାକୁ ସମସ୍ତଙ୍କ ମନରେ ଆଗ୍ରହ ।
ଚୀନର ଦାବି, ଭାରତର ମନା: ପାକିସ୍ତାନ ସହ ଯୁଦ୍ଧ ବିରତି ଘୋଷଣା ନେଇ ଚୀନକୁ ଏମିତି କହିଲା ଭାରତ
କର୍ମା ମ୍ୟାନେଜମେଣ୍ଟ ଗ୍ଲୋବାଲ କନସଲ୍ଟିଂ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡର ଏମଡି ପ୍ରତୀକ ବୈଦ୍ୟ କହିଛନ୍ତି, କେନ୍ଦ୍ର କର୍ମଚାରୀଙ୍କ ଦରମା ଅତୀତର ଦରମା ଓ ବର୍ତ୍ତମାନର ଆର୍ଥିକ ପରିସ୍ଥିତି ଉପରେ ନିର୍ଭର କରୁଛି । ଷଷ୍ଠ ବେତନ କମିସନରେ କର୍ମଚାରୀଙ୍କ ଦରମା ୪୦ ପ୍ରତିଶତ ବୃଦ୍ଧି ପାଇଥିଲା । ସପ୍ତମ ବେତନ କମିସନରେ ୨୩ ରୁ ୨୪ ପ୍ରତିଶତ ବୃଦ୍ଧି ପାଇଥିଲା । ଏହାକୁ ଆକଳନ କଲେ ଅଷ୍ଟମ ବେତନ ରେ କର୍ମଚାରୀଙ୍କ ଦରମା ୨୦ରୁ ୩୫ ପ୍ରତିଶତ ବୃଦ୍ଧି ପାଇପାରେ ।
କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ସହ ଅଷ୍ଟମ ବେତନ କମିସନ ବୃଦ୍ଧି ପରେ କେନ୍ଦ୍ର ସରକାରୀ କର୍ମଚରୀଙ୍କ ସହ ପେନସନଭୋଗୀ ଙ୍କ ମହଙ୍ଗା ଭତ୍ତାରେ ପରିବର୍ତ୍ତନ ହେବ । ମହଙ୍ଗା ମାଡ଼ରୁ କର୍ମଚାରୀଙ୍କୁ ଆଶ୍ବସ୍ତ କରିବାକୁ ସରକାର ମହଙ୍ଗା ଭତ୍ତାକୁ ବର୍ଷକୁ ବର୍ଷ ବୃଦ୍ଧି କରିଥାନ୍ତି । ଏପରିକି କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି ହୁଏ । ତେଣୁ ଯେବେ ନୂଆ ବେତନ କମିସନ ଲାଗୁ ହୁଏ, ଡିଏକୁ ବି ମୂଳ ବେତନ ସହ ମିଶାଇଦିଆଯାଏ ।
ସମସ୍ତଙ୍କ ମନରେ ପ୍ରଶ୍ନ 8TH PAY COMMISSION ଲାଗୁହେଲେ ବର୍ଦ୍ଧିତ ଦରମା କେବେଠୁ ମିଳିବ? ଏକ୍ସପର୍ଟଙ୍କ କହିବା କଥା, ନୂଆ ବେତନ ସଂଶୋଧନ ଏବଂ ବକେୟା ରାଶି ମିଳିବାରେ ସମୟ ଲାଗିବ । ଏଥିପାଁ କର୍ମଚାରୀ ଏବଂ ପେନସନଭୋକ୍ତାଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଆପଣଙ୍କ ମନେଥିବ , ସପ୍ତମ ବେତନ କମିସନ ୨୦୧୬ ଜାନୁଆରିରେ ଲାଗୁ ହୋଇଥିଲା , ହେଲେ ଏଥିପାଇଁ କ୍ୟାବିନେଟ୍ ମଂଜୁରି ସେହିବର୍ଷ ଜୁନରେ ମିଳିଲା । ଏହା ପରେ ମାସରେ କର୍ମଚାରୀଙ୍କୁ ବର୍ଦ୍ଧିତ ଦରମା ମିଳିଲା ।
ପ୍ରତି ୧୦ ବର୍ଷରେ ଥରେ ବେତନ କମିସନ ଗଠନ ହୋଇଥାଏ । ସପ୍ତମ ବେତନ କମିସନଙ୍କ ସୁପାରିସ ଆଧାରରେ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ହୋଇଥିଲା । ଅଷ୍ଟମ ବେତନ କମିସନ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ୫୧,୪୮୦ ଟଙ୍କା ହୋଇଯିବ । ଏହା ଦ୍ବାରା କେବଳ କର୍ମଚାରୀ ନୁହେଁ, ବରଂ ପେନ୍ସନ୍ ଭୋଗୀ ମାନେ ମଧ୍ୟ ଉପକୃତ ହେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/31/8th-pay-commison-2025-12-31-12-26-12.jpg)