କନକ ବ୍ୟୁରୋ: ଗତ କିଛି ଦିନ ହେବ ବଢିଚାଲିଛି ଅଣ୍ଡା ଦର । କିଛି ଦିନ ତଳେ ଯେଉଁ ଅଣ୍ଡା ଗୋଟା ୭ଟଙ୍କା ଥିଲା, ଏବେ ତାହା ୯ଟଙ୍କାରେ ପହଞ୍ଚିଲାଣି। କିଛି ଛୋଟ ଦୋକାନୀ ଗୋଟାକୁ ୧୦ ଟଙ୍କାରେ ମଧ୍ୟ ବିକୁଛନ୍ତି। ଦର ବୃଦ୍ଧି ଯୋଗୁଁ ଧିରେ ଧିରେ ଖାଦ୍ୟ ଥାଳିରୁ ଉଭାନ ହେଲାଣି ଅଣ୍ଡା। ଯାହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ପକେଟ ଉପରେ ପଡିଛି। ଦର ବୃଦ୍ଧି ଯୋଗୁଁ ବ୍ୟବସାୟ ବି ପ୍ରଭାବିତ ।

Advertisment

ଅଧିକ ପଢନ୍ତୁ:  ଚା’ ପତି ପାଣିରେ ବୁଡ଼ାଇ ବିକୁଛନ୍ତି ନକଲି ଅଣ୍ଡା, ଏମିତି ଚିହ୍ନନ୍ତୁ ଅସଲି ଏବଂ ନକଲି ଅଣ୍ଡା

ଫାଷ୍ଟଫୁଡ୍ ଠାରୁ ମେନ୍ କୋର୍ସ ସବୁଥରେ ଅଣ୍ଡାର ଚାହିଦା ଅଧିକ ଥିବାରୁ ଏହା ଖାଉଟିଙ୍କ ଚିନ୍ତା ବଢାଇଦେଇଛି । ବିଶେଷ କରି ବିଭିନ୍ନ ପୋଷଣ ଯୋଜନାରେ ଅଣ୍ଡା ଦିଆଯାଉଥିବାରୁ, ଏହା ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି। କିନ୍ତୁ ଦର କେମିତି ନିୟନ୍ତ୍ରଣ ହେବ ସେ ନେଇ କାହାର ଚିନ୍ତା ନାହିଁ। ଶୀତଦିନେ ଚାହିଦା ଅଧିକ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା କହି ହାତ ଟେକି ଦେଇଛନ୍ତି ମନ୍ତ୍ରୀ ।  ଅଣ୍ଡାର ଉପରମୁହାଁ ଦର, ସରକାରଙ୍କ ପୋଷଣ ଯୋଜନାକୁ ଧକ୍କା  ସଦୃଶ ହୋଇଛି। ଏହା ଆଗାମୀ ଦିନରେ ସ୍କୁଲ ଓ ଅଙ୍ଗନବାଡ଼ି ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ପ୍ରଭାବିତ କରିପାରେ।