ଶିକ୍ଷିତ ଯୁବକଙ୍କ ଚାଷ ସଉକ୍‌: ନିଜେ ରୋଜଗାର କରୁଛନ୍ତି ଅନ୍ୟଙ୍କୁ ବି ସ୍ୱାବଲମ୍ୱୀ କରିଛନ୍ତି

ଝାରସୁଗୁଡା ଲଖନପୁର ବ୍ଲକ ପିପିଲିମାଲ ଗାଁର ଗୋପାଳ ବିଶି । ଅତ୍ୟାଧୁନିକ ପ୍ରଣାଳିରେ କାକୁଡି ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ଏହି ଚାଷ କରିବାର ପ୍ରଣାଳି ସେ ୟୁଟ୍ୟୁବ୍‌ରୁ ଶିକ୍ଷିଛନ୍ତି । ପ୍ରଥମେ କାକୁଡି ମଂଜି ଆଣି ଚାରା ପ୍ରସ୍ତୁତ କରିଛନ୍ତି ।

Farming

Farming Photograph: (Kanak News)

କନକ ବ୍ୟୁରୋ: ପନିପରିବା ଚାଷ କରି ସ୍ୱାବଲମ୍ବୀ ଯୁବକ । ଚାଷ ପ୍ରତି ବିମୁଖ ହୋଇ ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । ନିଯୁକ୍ତି ସୁଯୋଗ ନ ପାଇଁ ଯୁବକ ଯୁବତୀ ଅନ୍ୟ ବାଟକୁ ଚାଲିଯାଉଛନ୍ତି । ତେବେ ଚାଷରେ ଯେ ଭଲ ରୋଜଗାର ରହିଛି ତାହାକୁ ପ୍ରମାଣ କରି ଦେଖାଇଛନ୍ତି ଝାରସୁଗୁଡା ଲଖନପୁର ବ୍ଲକ ପିପିଲିମାଲ ଗ୍ରାମର ଗୋପାଳ ବିଶି । ପନିପରିବା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟକୁ ମଧ୍ୟ ସ୍ୱାବଲମ୍ବୀ କରିଛନ୍ତି ।

ଝାରସୁଗୁଡା ଲଖନପୁର ବ୍ଲକ ପିପିଲିମାଲ ଗାଁର ଗୋପାଳ ବିଶି । ଅତ୍ୟାଧୁନିକ ପ୍ରଣାଳିରେ କାକୁଡି ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି । ଏହି ଚାଷ କରିବାର ପ୍ରଣାଳି ସେ ୟୁଟ୍ୟୁବ୍‌ରୁ ଶିକ୍ଷିଛନ୍ତି । ପ୍ରଥମେ କାକୁଡି ମଂଜି ଆଣି ଚାରା ପ୍ରସ୍ତୁତ କରିଛନ୍ତି । ପରେ ଚାରା ଲାଗାଇ ସାର, ଔଷଧ ପାଣି ଦେଇ ଏକର ଏକର ଜମିରେ କାକୁଡି ଫଳାଇଛନ୍ତି । ବତ୍ତର୍ମାନ ତାଙ୍କ ଜମିରୁ କ୍ୱିଣ୍ଟାଇ କ୍ୱିଣ୍ଟାଲ କାକୁଡି ଉତ୍ପାଦନ ହେଉଛି । ବାଜାରରେ କାକୁଡିର ଭଲ ଚାହିଦା ରହିଥିବା ବେଳେ ସେଥିରୁ ଚାଷୀ ଲାଭବାନ ହେଉଛନ୍ତି । ବ୍ୟବସାୟୀ ମାନେ ଆସି ତାଙ୍କ ଜମି ନିକଟରୁ କାକୁଡି କିଣି ନେଉଛନ୍ତି । 

ଆଧିକ ପଢ଼ନ୍ତୁ... ବ୍ରାଉନ ସୁଗାର କବଳରେ ଓଡ଼ିଶା: ଯେଉଁଠି ହାତ ମାରିବ, ସେଇଠି ପୁଳାପୁଳା ନିଶା

କେବଳ କାକୁଡି ଚାଷ କରିଛନ୍ତି ତାହା ନୁହେଁ, ଝୁଡ଼ଙ୍ଗ, କଲରା, କୋବି ଆଦି ପନିପାରିବା ଚାଷ କରିଛନ୍ତି ଗୋପାଳ । ଆଧୁନିକ ଚାଷ ପ୍ରଣାଳୀକୁ ବ୍ୟବହାର କରି ସେ ଚାଷ କରୁଛନ୍ତି । ପ୍ରାୟ ୬ ଏକର ଜମିରେ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକଙ୍କୁ ସ୍ୱାବଲମ୍ବୀ କରିଛନ୍ତି ଗୋପାଳ । ଏହା ସହିତ ବର୍ତ୍ତମାନ କାକୁଡି, ଝୁଡ଼ଙ୍ଗ ଆଦିର ବଜାର ଚାହିଦା  ରହିଛି। ବଜାରରେ ଉତ୍ପାଦିତ କାକୁଡ଼ି ବିକ୍ରି କରି ଲାଭବାନ ହେଉଛନ୍ତି । 

ତେବେ ପନିପରିବା ପାଇଁ ଶୀତଳ ଭଣ୍ଡାର ଆବଶ୍ୟକ ଥିବା ବେଳେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ ଶୀତଳଭଣ୍ଡାରଟିଏ ନାହିଁ । ଫଳରେ ଚାଷୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe