କନକ ବ୍ୟୁରୋ : ଋଷିକୂଲ୍ୟା, ବାହୁଦା ଓ ବଡ଼ ନଦୀକୁ ଲୁଟି ଚାଲିଥିଲେ ବାଲି ମାଫିଆ। ବିନା ୱାଇ ଫର୍ମରେ ଶହ ଶହ କୋଟିର ବାଲି ଲୁଟି ଧ୍ବଂସ କରି ଦେଇଥିଲେ। ଅତର୍କିତ ରେଡ୍ ବେଳେ, ସାମନାକୁ ଆସିଥିଲା ସାଙ୍ଘାତିକ ଚିତ୍ର । ମାଫିଆଙ୍କ ଘରୁ ମିଳିଥିଲା କୋଟି କୋଟି ଟଙ୍କା ଓ ଅଚଳାଚଳ ସମ୍ପତି। ଆଉ ସେହି ଘଟଣାର ଖୋଳତାଡ ପାଇଁ , ଜଣ ଜଣ କରି ଅଫିସକୁ ଘୋଷାଡି, ଘଣ୍ଟା ଘଣ୍ଟା ଘାଣ୍ଟୁଛି ପ୍ରବର୍ତନ ନିର୍ଦେଶାଳୟ। କିଏ, କେବେଠୁ କେତେ ଲେଖାଏଁ ଗିଳିଛ ତାର ହିସାବ ମାଗୁଛି ଇଡି। 

Advertisment

ଅଧିକ ପଢ଼ନ୍ତୁ :  ଆର୍‌ଆଇ ନା ବାଲି ମାଫିଆ ? ବାସ୍କେଙ୍କ ନାଁରେ ସାଂଘାତିକ ଅଭିଯୋଗ

ବିଶ୍ବଜିତ ପାତ୍ର । ପୁର୍ବତନ ଛାତ୍ର କଂଗ୍ରେସ ନେତା । ସମନ ପାଇ ଇଡି କାର୍ୟାଳୟରେ ହାଜର ହେବା ପରେ, ତନାଘନା ଆରମ୍ଭ ହୋଇଛି। ବିଶ୍ବଜିତଙ୍କୁ ଘଣ୍ଟା ଘଣ୍ଟା ଜେରା ପରେ, ସଚିନ ପାଢ଼ୀ ଇଡିରେ ହାଜର ହୋଇଥିଲେ। ହୃଷିକେଶ ପାଢୀଙ୍କ ପୁଅ ସଚ୍ଚିନଙ୍କୁ ବି ବାଲି ମାଫିଆ ଲିଙ୍କରେ ପଚରା ଉଚରା କରିଛି ଇଡି ଟିମ୍। 

 ସେପଟେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ, ଜୟପ୍ରକାଶ ନଗରଠାରେ ଥିବା ହୃଷୀକେଶଙ୍କ ପୁଅ ସଚିନ ପାଢ଼ୀଙ୍କ ଘର, ବିଜିପୁର କାଳୁଆସାହିରେ ରହୁଥିବା ହକି ଓରଫ ବିଶ୍ୱଜିତ ପାତ୍ରଙ୍କ ଘର,  ଗାନ୍ଧୀନଗର ସ୍ଥିତ ଅମ୍ବିକାନଗରରେ ରହୁଥିବା ହରି ପାଢ଼ୀଙ୍କ ଘର, ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ ମାଲିକ ଶିବ ପ୍ରସାଦ ପାଢ଼ୀଙ୍କ ଅମ୍ବିକା ନଗର ସ୍ଥିତ ବାସଭବନ ଓ ଷ୍ଟେସନ୍‌ ସ୍ଥିତ ଟ୍ରାଭେଲ୍ସ ଅଫିସ୍‌, କନିଷି ଗାଁର ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘର, ଆସ୍କା ବ୍ଲକ ଖାରିଆ ସରପଞ୍ଚ ଜୟନ୍ତୀ ସାହୁ ଏବଂ ତାଙ୍କ ସ୍ୱାମୀ ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ବାସଭବନ, ଶେରଗଡ଼ର ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ବାସଭବନରେ ରେଡ୍ ହୋଇଥିଲା। ଆଉ ତଥ୍ୟ ପ୍ରମାଣ ହାତେଇବା ପରେ, ଏ ସମସ୍ତଙ୍କୁ ସମନ କରିଛି ଇଡି। ହେଲେ କେବଳ ଗଞ୍ଜାମର ମାଫିଆଙ୍କୁ ଧରି ଇଡି ଚୁପ୍ ବସିବ ନା ସାରା ରାଜ୍ୟରେ ଥିବା ମାଫିଆଙ୍କୁ ସ୍କାନରକୁ ଆଣିବ? ସେନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ପୂର୍ବତନ ବିଧାୟକ। 

ଅଧିକ ପଢ଼ନ୍ତୁ :  ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ଜିଲ୍ଲା ପ୍ରଶାସନ, ବିଭିନ୍ନ ଜିଲ୍ଲାର ବାଲି ମାଫିଆଙ୍କ ଉପରେ ଚଢ଼ାଉ

ବାଲି ଦଲାଲଙ୍କୁ ତନାଘନା ପରେ, ପ୍ରଶାସନିକ ଅଧିକାରୀଙ୍କ ଛାତି ଧଡଧଡ। ବାଲି, ମଦ ବ୍ୟବସାୟୀଙ୍କ ସହ ମିଲି ଭଗତରେ ଥିଲେ ପ୍ରାଶାସନିକ ଅଧିକାରୀ। ମାଫିଆଙ୍କ ଲିଙ୍କ୍‌ରେ ଥିବା କେଉଁ ଅଧିକାରୀ କେମିତି ଓ କେବେଠୁ ମାଲମାଲ୍ ହୋଇଥିଲେ? ସେନେଇ ତଦନ୍ତ ଆରମ୍ଭ ହୋଇଛି।