ED Raid Photograph: (google)
କନକ ବ୍ୟୁରୋ: ବୈଶିଙ୍ଗା ଅଞ୍ଚଳରେ ବାଲି ବ୍ୟବସାୟୀ ଓ ଦେଶି ମଦ ବ୍ୟବସାୟୀ ପ୍ରଦୀପ ବିନ୍ଧାଣିଙ୍କ ଘରେ ଇଡିର ଚଢ଼ାଉ । ୧୨ଘଣ୍ଟାରୁ ଅଧିକ ସମୟଧରି ଘର ଭିତରେ ପ୍ରଦୀପକୁ ଅଟକ ରଖି ଇଡି ଛାନଭିନ କରୁଛି । ବୁଢ଼ାବଳଙ୍ଗ ନଦୀରୁ ବେଆଇନ୍ ଭାବେ ଅତ୍ୟଧିକ ବାଲି ଉତ୍ତୋଳନ ଅଭିଯୋଗରେ ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି) ଦ୍ୱାରା ୧୭ କୋଟି ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ପାଇଥିଲେ ବାଲି ସୈରାତ ଲିଜଧାରୀ ତଥା ବ୍ୟବସାୟୀ ପ୍ରଦୀପ କୁମାର ବିନ୍ଧାଣି ଓରଫ୍ ଭାଲୁ । ତେବେ ଗୁରୁବାର ସକାଳେ ପ୍ରଦୀପଙ୍କ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଥିବା ଡାହିସାହି ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଥିଲା ।
କଳାହାଣ୍ଡି ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସରେ ଇଡି ଚଢ଼ାଉ : ଅଢେଇ କୋଟି ସରକାରୀ ଟଙ୍କା ହେରଫେର କରିଥିବା ଅଭିଯୋଗ
ସେହିଭଳି ବୈଦପୁର ନିମୁହାଁ ଠାରେ ଥିବା ଦେଶୀ ମଦ ଭାଟିରେ ମଧ୍ୟ ଚଢ଼ାଉ କରିଥିଲା ଇଡି । ସୂଚନା ଅନୁସାରେ, ପ୍ରଦୀପ ବିନ୍ଧାଣି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀରୁ ସରକାରୀ ଲିଜ୍ରେ ବାଲି ଉତ୍ତୋଳନ କରୁଥିଲେ। କିନ୍ତୁ ଲିଜ୍ରେ ଉଲ୍ଲେଖ ଥିବା ପରିମାଣଠାରୁ ଅନେକ ଗୁଣ ଅଧିକ ବାଲି ଉଠାଇ ନେଇଥିବା ଅଭିଯୋଗରେ ତାଙ୍କ ନାମରେ ଏକ ମାମଲା ଦାୟର ହୋଇଥିଲା । ଏହି ମାମଲାର ଶୁଣାଣି କରି ଏନଜିଟି ତାଙ୍କୁ ପ୍ରାୟ ୧୭ କୋଟି ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏହି ଅର୍ଥ ଆଦାୟ କରିବାକୁ ଦାୟିତ୍ବ ଦେଇଥିଲେ । ହେଲେ ଏହି ଜୋରିମାନା ଟଙ୍କା ଆଜିଯାଏଁ ମୟୂରଭଞ୍ଜ ରାଜସ୍ୱ ବିଭାଗ ଆଦାୟ କରିପାରି ନ ଥିବା ବେଳେ ଅଭିଯୁକ୍ତ ପ୍ରଦୀପ ବିନ୍ଧାଣି ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଅଟକାଇବା ପାଇଁ ଓଡିଶା ହାଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏବଂ ଏହି ମାମଲା ବର୍ଷ ବର୍ଷ ଧରି ଚାଲିବ ବୋଲି ଭାବିଥିଲେ । କିନ୍ତୁ ହଠାତ୍ ଇଡି କର୍ତୁପକ୍ଷଙ୍କ ଦ୍ବାରା ଚଢ଼ାଉ ସେହି ଭାବନାରେ ପୂର୍ଣ୍ଣଛେଦ ପକାଇଥିଲା ।
Follow Us