କନକବ୍ୟୁରୋ :  କଳାହାଣ୍ଡି ଜୟପାଟଣା  ଫରେଷ୍ଟ ରେଞ୍ଜ ଅଫିସରେ ପଶିଲା ଇଡି। ଅଢେଇ କୋଟି ସରକାରୀ ଟଙ୍କା ହେରଫେର ଅଭିଯୋଗରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସରକାରୀ ଟଙ୍କା ଲୁଟ୍‌ ହୋଇଥିବା ତଥ୍ୟ ମିଳିବା ପରେ ଫରେଷ୍ଟ ଗାର୍ଡ ଅଶୋକ ସାହୁଙ୍କ ଘର ସମେତ ଅଫିସ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।  ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସରେ ଇଡି ଅଧିକାରୀ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି ,    ୧୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଯାଞ୍ଚ ପରେ ଅନେକ ତଥ୍ୟ ସାମ୍ନାକୁ ଆସିଥିବା ଜଣାପଡ଼ିଛି ।  ଅଶୋକ ସାହୁ ଥୁଆମୂଳ ରାମପୁର ବ୍ଳକ ମହୁଳପଟଣା ଅଧୀନ ବେଣାଖମାର ବିଟଗାର୍ଡ ଥିଲେ।

Advertisment

ତେବେ ସେ ମ୍ୟୁଲ ଆକାଉଣ୍ଟ ବ୍ୟବହାର କରି କୋଟି କୋଟି କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର କରିଥିବା ଜଣାପଡ଼ିଛି  ।  ବନ ବିଭାଗର ଅଧିକାରୀ ଗୋଟିଏ ମୋବାଇଲ ନମ୍ବରରେ ୧୨୧ଟି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରୁଥିଲେ ।  ଜଙ୍ଗଲ ବିଭାଗର ଅନେକ ଯୋଜନାରେ ଆସିଥିବା ସରକାରୀ ପାଣ୍ଠିରୁ ସେ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ଆସିଛି ।  ପରବର୍ତ୍ତୀ ସମୟରେ ଏଟିଏମରୁ ସେଇ ଟଙ୍କାକୁ ଉଠାଣ କରାଯାଇଛି। ଜଙ୍ଗଲ ବିଭାଗ ପାଣ୍ଠିରୁ ପ୍ରାୟ ଅଢେଇ କୋଟି ଟଙ୍କାର ହେରଫେର ହୋଇଥିବା ଜଣାପଡିଛି  ।
ଇଡି ପଞ୍ଝାରେ ଫରେଷ୍ଟଗାର୍ଡ

- ଏକାଧିକ ଏଟିଏମ୍ କାର୍ଡ, ମୋବାଇଲ୍ ଫୋନ୍, ଡିଜିଟାଲ ଡିଭାଇସ୍ ଜବତ
- ଅପରାଧିକ କାଗଜପତ୍ର ଓ ବାଘ ଚମଡ଼ା ମଧ୍ୟ ଜବତ ହୋଇଛି
- ବିଭିନ୍ନ ବ୍ୟକ୍ତିଙ୍କ ନାଁ ଖୋଲାଯାଇଛି ୧୨୧ଟି ମ୍ୟୁଲ ଆକାଉଣ୍ଟ
- ଗୋଟିଏ ମୋବାଇଲ ନମ୍ବର ଦେଇ ଅନେକ ଆକାଉଣ୍ଟ ଖୋଲାଯାଇଛି
- ଅଢେଇ କୋଟି ସରକାରୀ ଟଙ୍କା ଚଳୁ କରୁଥିବା ଅଭିଯୋଗ
- ରେଞ୍ଜ ଅଫିସ୍‌ରୁ ଏନ୍‌ଇଏଫ୍‌ଟି ମାଧ୍ୟମରେ ପାଣ୍ଠି ଗ୍ରହଣ କରାଯାଇଥିଲା
- ଏସବୁ ଅର୍ଥକୁ ଏଟିଏମ୍ ମାଧ୍ୟମରେ ତୁରନ୍ତ ଉଠାଯାଉଥିଲା

--