କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ ଚଢ଼ାଉ। ମଦ ଓ ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ ହୋଇଥିବା ବେଳେ, ଜଣଙ୍କ ଆଲମିରାରୁ ଜବତ ହେଲା ପ୍ରାୟ ୨କୋଟି ନଗଦ ଟଙ୍କା । ୧୦୦ ଜଣିଆ ଟିମର ସ୍କାନରରେ ବିଜେଡି ନେତା ଓ ଦଳୀୟ ପୃଷ୍ଠପୋଷକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଥିବା ବେଳେ, ସେମାନଙ୍କ ମୁଣ୍ଡ ଉପରେ ଯେଉଁମାନଙ୍କ ଆଶୀର୍ବାଦର ହାତ ରହିଛି, ସେମାନଙ୍କ ଛାତି ବି ଧଡ଼ଧଡ଼ ହେଲାଣି ।
ଅଧିକ ପଢ଼ନ୍ତୁ : ପ୍ରଚାର କରି ଫସିଗଲେ ସେଲିବ୍ରେଟି, ଅନଲାଇନ୍ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଯୁବରାଜ ଓ ଉଥାପ୍ପାଙ୍କୁ ଇଡି ସମନ
ଆଲମିରା ଭର୍ତ୍ତି ଥାକ ଥାକ ଟଙ୍କା । ଆଖି ତରାଟି ଦେଲା ଭଳି ବିଡ଼ା ବିଡ଼ା ନୋଟ୍ । ବ୍ରହ୍ମପୁରର ଜଣେ ବାଲି ବ୍ୟବସାୟୀ ଘରେ ପ୍ରାୟ ୨ କୋଟିର ନଗଦ ଟଙ୍କା ଦେଖି ଇଡି ଟିମ୍ ଟେରା । ଆଜି ସକାଳୁ ସକାଳୁ ପୂରା ଗଞ୍ଜାମ ଜିଲ୍ଲାକୁ ଖେଦି ଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ । ବ୍ରହ୍ମପୁର ସହରର ୫ଟି ସ୍ଥାନ ସହ ଶେରଗଡ଼ ଓ ଆସ୍କାରେ ବି ଏକକାଳୀନ ଚଢ଼ାଉ ହୋଇଥିବା ବେଳେ, ଜାଲରେ ଫସିଛନ୍ତି ବଡ଼ ମାଛ ।.ହୃଷିକେଶ ପାଢ଼ୀ- ଠିକାଦାର, ଆସିକା-ସେରଗଡ଼ର ଛାମୁଆ ବିଜେଡି ନେତା, ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି । ହୃଷିକେଶଙ୍କ ସେରଗଡ଼ ସ୍ଥିତ ପୈତୃକ ଘରେ ଇଡିର ୩ଟି ଟିମ୍ ଛାପା ମାରିଥିବା ବେଳେ, ଭିତରକୁ ଟଙ୍କା ଗଣା ମେସିନ ବି ଯାଇଛି । ହୃଷିକେଶଙ୍କ ପୁଅ ସଚିନ ପାଢ଼ୀଙ୍କ ବ୍ରହ୍ମପୁର ଜୟପ୍ରକାଶ ନଗରସ୍ଥିତ ଘରେ ବି ଚଢ଼ାଉ ହୋଇଛି।
ଅଧିକ ପଢ଼ନ୍ତୁ : ମମତା ବାନାର୍ଜୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ଇଡି ଅଧିକାରୀଙ୍କ ବିରୋଧରେ FIR ଉପରେ ରୋକ
କିଏ ବେନାମୀ ବାଲିଘାଟ ଚଳାଉଥିଲା, ଆଉ କିଏ ମଦଭାଟି! ପୁଣି କିଏ ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର। ଚଢ଼ାଉ ହୋଇଥିବା ଅଧିକାଂଶ ବ୍ୟବସାୟୀ ବିଜେଡି ନେତା କିମ୍ୱା ଦଳୀୟ ପୃଷ୍ଠପୋଷକ! ବୋଲି ସୂଚନା ମିଳିଛି । ଲାଞ୍ଜିପଲ୍ଲୀ ଉମାନଗରରେ ବାଲି ବ୍ୟବସାୟୀ କୃପାସିନ୍ଧୁ ମୁଦୁଲିଙ୍କ ଅଫିସ, ବିଜିପୁର କାଳୁଆସାହିର ହକି ଓରଫ ବିଶ୍ୱଜିତ ପାତ୍ରଙ୍କ ଘର, ଗାନ୍ଧୀନଗର ନିକଟ ଅମ୍ବିକାନଗରରେ ଥିବା ହରି ପାଢ଼ୀଙ୍କ ଘର, ଟୁର୍ ଆଣ୍ଡ୍ ଟ୍ରାଭେଲ୍ସ ମାଲିକ ଶିବ ପ୍ରସାଦ ପାଢ଼ୀଙ୍କ ଅମ୍ବିକା ନଗର ସ୍ଥିତ ବାସଭବନ ଓ ଷ୍ଟେସନ୍ ସ୍ଥିତ ଟ୍ରାଭେଲ୍ସ ଅଫିସ୍, କନିଷିର ବ୍ୟବସାୟୀ ସୁନୀଲ ପାତ୍ରଙ୍କ ଘରେ ବି ଛାପା ମାରିଛି ଇଡି। ଆସ୍କା ବ୍ଲକ୍ ଖାରିଆ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ସାହୁ ଏବଂ ତାଙ୍କ ସ୍ୱାମୀ ତଥା ମଦ ଓ ବାଲି ବ୍ୟବସାୟୀ ଭଗବାନ ସାହୁଙ୍କ ଘରେ ବି ପଶିଛି ଇଡି ଟିମ୍ । ଗଞ୍ଜାମ ଜିଲ୍ଲାରେ ଏହା ସବୁଠାରୁ ବଡ଼ ଇଡି ରେଡ୍ ବୋଲି କୁହାଯାଉଛି । କଟକ ଓ କେନ୍ଦୁଝରକୁ ବି ଗଡ଼ିଛି ଇଡି ଗାଡ଼ି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_library/vi/G6hG9lfsMig/hqdefault-594121.jpg)