ପଶ୍ଚିମବଙ୍ଗ ଭୋଟର ତାଲିକାରୁ କଟିଲା ୫୮ ଲକ୍ଷ ନାମ; ଡ୍ରାପ୍ଟ ଜାରି କଲେ ନିର୍ବାଚନ ଆୟୋଗ

Advertisment

ତାଲିକାରୁ ବାଦ ପଡ଼ିଥିବା ନାମଗୁଡିକ ମଧ୍ୟରେ ମୁଖ୍ୟତଃ ସେହି ବ୍ୟକ୍ତିମାନେ ସାମିଲ ଅଛନ୍ତି ଯେଉଁମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି, ମୃତ ଘୋଷିତ ହୋଇଛନ୍ତି କିମ୍ବା ଯେଉଁମାନଙ୍କର ଯୋଗ୍ୟତା ସଠିକ୍ ଭାବେ ଯାଞ୍ଚ କରାଯାଇ ପାରିନାହିଁ । ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି ।

ତାଲିକାରୁ ବାଦ ପଡ଼ିଥିବା ନାମଗୁଡିକ ମଧ୍ୟରେ ମୁଖ୍ୟତଃ ସେହି ବ୍ୟକ୍ତିମାନେ ସାମିଲ ଅଛନ୍ତି ଯେଉଁମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି, ମୃତ ଘୋଷିତ ହୋଇଛନ୍ତି କିମ୍ବା ଯେଉଁମାନଙ୍କର ଯୋଗ୍ୟତା ସଠିକ୍ ଭାବେ ଯାଞ୍ଚ କରାଯାଇ ପାରିନାହିଁ । ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି ।

SIR in WB

SIR in WB Photograph: (KANAK NEWS)

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ବିଶେଷ ସଂଶୋଧନ ଅଭିଯାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ 'ଏସଆଇଆର ୨୦୨୬'  ବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅଧୀନରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଏକ ଡ୍ରାପ୍ଟ ପ୍ରକାଶ କରିଛନ୍ତି । ଆୟୋଗଙ୍କ କହିବାନୁସାରେ, ଭୋଟର ତାଲିକାକୁ ଅଧିକ ସଠିକ୍ ଏବଂ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ମୁତାବକ, ତାଲିକାରୁ ବାଦ ପଡ଼ିଥିବା ନାମଗୁଡିକ ମଧ୍ୟରେ ମୁଖ୍ୟତଃ ସେହି ବ୍ୟକ୍ତିମାନେ ସାମିଲ ଅଛନ୍ତି ଯେଉଁମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି, ମୃତ ଘୋଷିତ ହୋଇଛନ୍ତି କିମ୍ବା ଯେଉଁମାନଙ୍କର ଯୋଗ୍ୟତା ସଠିକ୍ ଭାବେ ଯାଞ୍ଚ କରାଯାଇ ପାରିନାହିଁ । ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି ।

ଜାରି କରାଯାଇଥିବା ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଚିଠା ତାଲିକାରୁ ମୋଟ ୫୮ ଲକ୍ଷ ୨୦ ହଜାର ୮୯୮ ଜଣଙ୍କ ନାମ ବାଦ ଦିଆଯାଇଛି । ଏହି ସଂଖ୍ୟା ମଧ୍ୟରେ ସର୍ବାଧିକ ୨୪ ଲକ୍ଷ ୧୬ ହଜାର ୮୫୨ ଜଣ ବ୍ୟକ୍ତି ମୃତ ବୋଲି ଚିହ୍ନଟ ହୋଇଛନ୍ତି । ସେହିପରି ୧୯ ଲକ୍ଷ ୮୮ ହଜାର ୦୭୬ ଜଣ ଲୋକ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇସାରିଛନ୍ତି । ଏହା ବ୍ୟତୀତ ପ୍ରାୟ ୧୨ ଲକ୍ଷ ୨୦ ହଜାର ୦୩୮ ଜଣ ଲୋକ ନିଖୋଜ ଥିବା ବେଳେ ୧ ଲକ୍ଷ ୩୮ ହଜାର ୩୨୮ ଟି ନାମ ଡୁପ୍ଲିକେଟ୍ ବା ଦୋହରା ନାମ ଭାବେ ତାଲିକାରେ ରହିଥିଲା । ଅନ୍ୟାନ୍ୟ ବିଭିନ୍ନ କାରଣରୁ ୫୭ ହଜାର ୬୦୪ ଜଣଙ୍କ ନାମ ମଧ୍ୟ ବାଦ ଦିଆଯାଇଛି । ଆୟୋଗ କହିଛନ୍ତି ଯେ ଏହା ଏକ ନିୟମିତ ପ୍ରକ୍ରିୟା ଯାହା ଭବିଷ୍ୟତ ନିର୍ବାଚନ ପାଇଁ ଏକ ସ୍ୱଚ୍ଛ ଡାଟାବେସ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।

ଅଧିକ ପଢ଼ନ୍ତୁ--ପଶ୍ଚିମବଙ୍ଗରେ ଭୋଟର କାର୍ଡରେ ବଡ଼ ତ୍ରୁଟି ଧରିଲା ଏସଆଇଆର, ୮୫ ଲକ୍ଷ ମତାଦାତାଙ୍କ ଭୋଟର କାର୍ଡରେ ତ୍ରୁଟି

ନିର୍ବାଚନ ଆୟୋଗ ଭୋଟରମାନଙ୍କ ସୁବିଧା ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସୁଯୋଗ ମଧ୍ୟ ଦେଇଛନ୍ତି । ଆୟୋଗ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ନିଜର ସ୍ଥିତି ଯାଞ୍ଚ କରନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କ ନାମ ଭୁଲବଶତଃ ତାଲିକାରୁ ବାଦ ପଡିଯାଇଥାଏ, ତେବେ ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ଆପତ୍ତି ଦାଖଲ କରିପାରିବେ । ଏଥିପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମ ଉପଲବ୍ଧ କରାଯାଇଛି, ଯାହାଦ୍ୱାରା ଲୋକମାନେ ସହଜରେ ନିଜର ନାମ ପୁନର୍ବାର ଯୋଡ଼ିବା ପାଇଁ ଆବେଦନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe