କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଥିବା ଭୋଟର ତାଲିକାର ବିଶେଷ ସଂଶୋଧନ ଅଭିଯାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗରେ 'ଏସଆଇଆର ୨୦୨୬' ବା ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅଧୀନରେ ଭୋଟର ତାଲିକାରୁ ବାଦ ପଡ଼ିଥିବା ଭୋଟରଙ୍କ ଏକ ଡ୍ରାପ୍ଟ ପ୍ରକାଶ କରିଛନ୍ତି । ଆୟୋଗଙ୍କ କହିବାନୁସାରେ, ଭୋଟର ତାଲିକାକୁ ଅଧିକ ସଠିକ୍ ଏବଂ ତ୍ରୁଟିମୁକ୍ତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ମୁତାବକ, ତାଲିକାରୁ ବାଦ ପଡ଼ିଥିବା ନାମଗୁଡିକ ମଧ୍ୟରେ ମୁଖ୍ୟତଃ ସେହି ବ୍ୟକ୍ତିମାନେ ସାମିଲ ଅଛନ୍ତି ଯେଉଁମାନେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି, ମୃତ ଘୋଷିତ ହୋଇଛନ୍ତି କିମ୍ବା ଯେଉଁମାନଙ୍କର ଯୋଗ୍ୟତା ସଠିକ୍ ଭାବେ ଯାଞ୍ଚ କରାଯାଇ ପାରିନାହିଁ । ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ସ୍ୱଚ୍ଛତା ଏବଂ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ସମସ୍ତ ପ୍ରକ୍ରିୟା କରାଯାଉଛି ।
ଜାରି କରାଯାଇଥିବା ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଚିଠା ତାଲିକାରୁ ମୋଟ ୫୮ ଲକ୍ଷ ୨୦ ହଜାର ୮୯୮ ଜଣଙ୍କ ନାମ ବାଦ ଦିଆଯାଇଛି । ଏହି ସଂଖ୍ୟା ମଧ୍ୟରେ ସର୍ବାଧିକ ୨୪ ଲକ୍ଷ ୧୬ ହଜାର ୮୫୨ ଜଣ ବ୍ୟକ୍ତି ମୃତ ବୋଲି ଚିହ୍ନଟ ହୋଇଛନ୍ତି । ସେହିପରି ୧୯ ଲକ୍ଷ ୮୮ ହଜାର ୦୭୬ ଜଣ ଲୋକ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇସାରିଛନ୍ତି । ଏହା ବ୍ୟତୀତ ପ୍ରାୟ ୧୨ ଲକ୍ଷ ୨୦ ହଜାର ୦୩୮ ଜଣ ଲୋକ ନିଖୋଜ ଥିବା ବେଳେ ୧ ଲକ୍ଷ ୩୮ ହଜାର ୩୨୮ ଟି ନାମ ଡୁପ୍ଲିକେଟ୍ ବା ଦୋହରା ନାମ ଭାବେ ତାଲିକାରେ ରହିଥିଲା । ଅନ୍ୟାନ୍ୟ ବିଭିନ୍ନ କାରଣରୁ ୫୭ ହଜାର ୬୦୪ ଜଣଙ୍କ ନାମ ମଧ୍ୟ ବାଦ ଦିଆଯାଇଛି । ଆୟୋଗ କହିଛନ୍ତି ଯେ ଏହା ଏକ ନିୟମିତ ପ୍ରକ୍ରିୟା ଯାହା ଭବିଷ୍ୟତ ନିର୍ବାଚନ ପାଇଁ ଏକ ସ୍ୱଚ୍ଛ ଡାଟାବେସ୍ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ।
ଅଧିକ ପଢ଼ନ୍ତୁ--ପଶ୍ଚିମବଙ୍ଗରେ ଭୋଟର କାର୍ଡରେ ବଡ଼ ତ୍ରୁଟି ଧରିଲା ଏସଆଇଆର, ୮୫ ଲକ୍ଷ ମତାଦାତାଙ୍କ ଭୋଟର କାର୍ଡରେ ତ୍ରୁଟି
ନିର୍ବାଚନ ଆୟୋଗ ଭୋଟରମାନଙ୍କ ସୁବିଧା ପାଇଁ ଆପତ୍ତି ଅଭିଯୋଗ ଦାଖଲ କରିବାର ସୁଯୋଗ ମଧ୍ୟ ଦେଇଛନ୍ତି । ଆୟୋଗ ସାଧାରଣ ଜନତାଙ୍କୁ ନିବେଦନ କରିଛନ୍ତି ଯେ ସେମାନେ ନିଜର ସ୍ଥିତି ଯାଞ୍ଚ କରନ୍ତୁ । ଯଦି କୌଣସି ବ୍ୟକ୍ତିଙ୍କ ନାମ ଭୁଲବଶତଃ ତାଲିକାରୁ ବାଦ ପଡିଯାଇଥାଏ, ତେବେ ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜର ଆପତ୍ତି ଦାଖଲ କରିପାରିବେ । ଏଥିପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମ ଉପଲବ୍ଧ କରାଯାଇଛି, ଯାହାଦ୍ୱାରା ଲୋକମାନେ ସହଜରେ ନିଜର ନାମ ପୁନର୍ବାର ଯୋଡ଼ିବା ପାଇଁ ଆବେଦନ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/16/sir-in-wb-2025-12-16-12-15-59.png)