କନକ ବ୍ୟୁରୋ : ଚାହା ପିଇବାକୁ କିଏ ବା ଭଲ ନପାଏ । ମନ ଟିକେ ଦୁଃଖ ହେଲେ ଆମେ ଚାହା ପିଇଥାଉ ଅତ୍ୟଧିକ ଖୁସି ହେଲେ ମଧ୍ୟ ଚାହା ପିଇଥାଉ ତ ଆଉ କେତେବେଳେ ଖାଲି ବସିଥିବା ବେଳେ ବି ଚାହା ଟିକେ ପିଇଦେଲେ ମନଟା ଆପେ ଆପେ ହାଲୁକା ହୋଇଯାଇଥାଏ । ଆମ ଦୈନନ୍ଦିନ ଜୀବନରେ ଚାହା ଆମର ସାଥୀ କହିଲେ ଅତ୍ୟୁକ୍ତି ହେବନାହିଁ । ଚାହାତ ପିଇଦେବା ହେଲେ ଚାହା ଛଣାକୁ କିପରି ଭଲ ଭାବେ ସଫା କରିହେବ ତାକୁ ନେଇ ଆମେ ଅନେକ ସମୟରେ ଦ୍ବନ୍ଦରେ ପଡିଥାଉ । କିନ୍ତୁ ଆଉ ଚିନ୍ତା କରିବାକ କୌଣସି ଆବଶ୍ୟକତା ନାହିଁ । ଚାହା ଛଣା ଭଲ ଭାବେ ସଫା ହେବା ପାଇଁ ମାଷ୍ଟରସେଫ୍ ମାନେ କିଛି ଘରୋଇ ଉପଚାର ଆପଣେଇଛନ୍ତି । ଯାହାଦ୍ବାରା ଚାହାଛଣା ଭଲ ଭାବେ ଏହା ସଫା ହୋଇଯିବ ଏବଂ ତା ସହିତ ଆପଣଙ୍କ ରୋଷେଇ ଘର ମଧ୍ୟ ଆହୁରି ସଫା ସୁତୁରା ମଧ୍ୟ ଦେଖାଯିବ ।
ପ୍ରତ୍ୟେକ ଦିନ ମଆମେ ରୋଷେଇ ଘରେ ବାସନ ବ୍ୟବହାର କରିବା ଦ୍ବାରା ଧୀରେ ଧୀରେ ଏହା ଖରାପ ହେବାକୁ ଲାଗିଥାଏ । ମଇଳା ଦେଖାଯାଏ । ଲଗାତାର ଏହାର ବ୍ୟବହାର କରିବା ଦ୍ବାରା ଚାହାଛଣାରେ ମଇଳା ମଧ୍ୟ ଜମା ହୋଇଯାଏ । ପରେ ତାକୁ ସଫା କରିବା ଆମପାଇଁ କଷ୍ଟକର ହୋଇପଡେ । ଭାରତରେ ବିଶେଷ କରି ଅଧିକାଂଶ ଲୋକେ ଚାହା ପିଉଥିବା କାରଣରୁ ଏହି ଉପାୟ ଆପଣେଇଲେ ଆପଣଙ୍କ ଘରର ରୋଷେଇନ ଘର ମଧ୍ୟ ଚମକିଯିବ । ଯଦି ଚାହା ଛଣା ମଧ୍ୟ ମଇଳା ଦେଖାଯିବ , ତେବେ ଘରକୁ ଆସୁଥିବା ଅତିଥିମାନେ ମଧ୍ୟ ଚାହା ପିଇବାକୁ ନାପସନ୍ଦ କରିବେ। ତେଣୁ ଚାହା ଛଣାକୁ ସର୍ବଦା ସଫା ରଖିବା ଉଚିତ୍ । ଅନ୍ୟନ୍ୟ ଲୋକ ଚାହାଛଣାକୁ ସଫା କରିବାରେ ଅସୁବିଧା ଅନୁଭବ କରୁଥିବାରୁ ଏହାକୁ ଫୋପାଡି ମଧ୍ୟ ଦେଇଥାନ୍ତି । ହେଲେ ଏବେ ଆଉ ସେମିତି କରନ୍ତୁ ନାହିଁ । 'ମାଷ୍ଟର ସେଫ୍' ପଙ୍କଜ ଭାଦୋରିଆଙ୍କ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପଙ୍କଜ କେ ନୁସ୍ଖେ ଭିଡିଓ ମାଧ୍ୟମରେ ଚାହା ସଫା କରିବାର ସରଳ ଉପାୟ ଏକ ଭିଡିଓ ଜରିଆରେ ସେୟାର କରିଛନ୍ତି । ତେବେ ଆସନ୍ତୁ ଏବେ ଆମେ ଜାଣିବା କଳା ଚାହାଛଣାକୁ ସଫା କରିବା କିପରି ?
ସାଧାରଣତଃ ମହିଳାମାନେ ଚାହା କରିବା ସମୟରେ ଷ୍ଟିଲ୍ ଚାହା ଛଣା ବା ପ୍ଲାଷ୍ଟିକ ଚାହା ଛଣା ବ୍ୟବହାର କରିବା ଦ୍ବାରା ଏହା ଶୀଘ୍ର ମଇଳା ହୋଇଯାଏ । ସେଇଥିପାଇଁ ମହିଳାମାନେ ରୋଷେଇ ଘରେ ଘଣ୍ଟା ଘଣ୍ଟା ସମୟ ଧରି ଏହାକୁ ସଫା କରିବାରେ ଲାଗିପଡନ୍ତି । ଯାହାଫଳରେ ଅନ୍ୟ ସବୁ କାମ କରିବାରେ ବିଳମ୍ବ ହୋଇଥାଏ । ହେଲେ ଏବେ ଆଉ ବେଶୀ ସମୟ ନଷ୍ଟ ହେବନି । ଏବେ ଘରୋଇ ଉପଚାର ଆପଣେଇ ଖୁବ୍ ଶୀଘ୍ର ସଫା କରିପାରିବେ । ମାଷ୍ଟରସେଫ୍ ପଙ୍କଜଙ୍କ କହିବା ମୁତାବିକ ଛଣାହୋଇଥିବା ଚାହା ଛଣାକୁ ଗ୍ୟାସ୍ ଉପରେ ଜାଳି ରଖନ୍ତୁ । ମଇଳା ଭଲ ଭାବେ ସଫା ନହେବା ପର୍ଯ୍ୟନ୍ତ ଗ୍ୟାସ ଉପରେ ଏହାକୁ ରଖନ୍ତୁ । ପରେ ଏହାକୁ ଟୁଥ୍ ବ୍ରସ୍ କିମ୍ବା ଡିଶଓ୍ବାଶ୍ ଡିଟରଜେଣ୍ଟରେ ଭଲଭାବେ ଘଷି ଘଷି ପାଣିରେ ସଫା କରିଦିଅନ୍ତୁ । ତାପରେ ଆପଣ ଦେଖିବେ ଯେ ଆପଣଙ୍କ ଚାହାଛଣା ନୂଆପରି ଚିକଚିକ୍ କରିବ । ପଙ୍କଜ ଆହୁରି ମଧ୍ୟ କହିଛନ୍ତି ଯେ ଆପଣ ଆପଙ୍କ ଚାହାଛଣାକୁ ବେକିଂ ସୋଡାରେ ମଧ୍ୟ ପାଣିରେ ବୁଡାଇ ଧୋଇପାରିବେ । ଏହି ଉପାୟ କରିବା ପାଇଁ ପ୍ରଥମେ ଗୋଟିଏ ପାତ୍ରରେ କିଛି ଉଷୁମ ପାଣି ନିଅନ୍ତୁ । ପରେ ଏକ ଚାମଚ ବେକିଂ ସୋଡା ପାଣିରେ ମିଶାଇ ଦିଅନ୍ତୁ ଏବଂ ଚାହାଛଣାକୁ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିଦିଅନ୍ତୁ । କିଛି ଘଣ୍ଟା ପରେ ଏହାକୁ ସାବୁନରେ ଭଲଭାବେ ଧୋଇ ବ୍ରଶ୍ ସାହାଯ୍ୟରେ ସଫା କରନ୍ତୁ ।
ଅଧିକ ପଢନ୍ତୁ : କଫି ପିଉଥିଲେ ସାବଧାନ : ସାଜିପାରେ ଘାତକ
ଏବେ ଜାଣିବା ପ୍ଲାଷ୍ଟିକ ଚାହାଛଣା ସଫା ହେବ କିପରି ?ଆପଣଙ୍କ ପାଖରେ ଯଦି ପ୍ଲାଷ୍ଟିକ ଚାହାଛଣା ଅଛି ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ପ୍ଲାଷ୍ଟିକ୍ ଜିନିଷ ସଫା କରିବା ପାଇଁ ଧଳା ଭିନେଗାର ଆବଶ୍ୟକ । ଚାହା ଷ୍ଟ୍ରେନରକୁ ଧଳା ଭିନେଗାରର ଏକ ପାତ୍ରରେ କିଛି ଘଣ୍ଟା ବୁଡାଇ ରଖନ୍ତୁ । ଯଦି ଆପଣଙ୍କ ଷ୍ଟ୍ରେନର ଅତ୍ୟଧିକ ମଇଳା ହୋଇଥାଏ ତେବେ ଏହାକୁ ରାତିସାରା ଭିନେଗାରରେ ଭିଜାଇ ରଖନ୍ତୁ । ତା ପର ଦିନ ସକାଳେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ପ୍ଲାଷ୍ଟିକ୍ ଚାହାଛଣା ସଫା କରିବାର ଆଉ ଏକ ସହଜ ଉପାୟ ହେଉଛି ଗୋଟିଏ କପ୍ ପାଣିରେ ୧ରୁ ପାଣିରେ ବ୍ଲିଚ୍ ମିଶାନ୍ତୁ । ତାପରେ କିଛି ସମୟ ପରେ ଧୋଇ ଦିଅନ୍ତୁ । ଦେଖିବେ ମଇଳା ଭଲଭାବେ ଧୋଇ ହୋଇଯିବ ।
Follow Us