କନକ ବ୍ୟୁରୋ: ମିଆଁମାର ପରି ଭାରତରେ ହେବ ଭୂ-କମ୍ପ । ଭାଙ୍ଗିବ ଅଟ୍ଟାଳିକା, ମାଟିରେ ମିଶିବ ଘର । ଶହଶହ ଲୋକ ହେବେ ବାସହରା । ଚାଲିଯାଇପାରେ ଅନେକ ଜୀବନ । ଇଏ କୌଣସି ଜ୍ୟୋତିର୍ବିଦ କି ଭବିଷ୍ୟବକ୍ତା ପୂର୍ବାନୁମାନ କରିନାହାନ୍ତି ବରଂ କାନପୁର ଆଇଆଇଟିର ବୈଜ୍ଞାନିକ କହିଛନ୍ତି । ଏମିତି ଆକଳନ ପରେ ପୂରା ଦେଶରେ ଏବେ ଚର୍ଚ୍ଚା ସତରେ କ'ଣ ମିଆଁମାର ସ୍ଥିତି ଭାରତରେ ହେବ ।

Advertisment

ମିଆଁମାରରେ ଯାହା ହେଲା ଭାରତ ବି ତାହା ହେବ !
ଭୂ-କମ୍ପରେ ଦୋହଲିବ ପୂରା ହିନ୍ଦୁସ୍ତାନ !
ଆଇଆଇଟି କାନପୁର ଦେଲା ଚମକାଇଦେବା ପରି ତଥ୍ୟ
ସାଗାଇଙ୍ଗ ପାଇଁ ହେଉଛି ଭୂ-କମ୍ପ
ବୈଜ୍ଞାନିକ ଜାବେଦ ମଲିକଙ୍କ ସାଙ୍ଘାତିକ ଖୁଲାସା

ବର୍ଷା, ଶୀତ ଓ ଖରା କେବେ ଓ କେଉଁଠି ହେବ ସେନେଇ ପାଣିପାଗ ବିଭାଗ ବହୁ ପୂର୍ବରୁ ପୂର୍ବାନୁମାନ କରେ । ଖାଲି ଏତିକି ନୁହେଁ ବାଦଲଫଟା ବର୍ଷା ଓ କାଳବୈଶାଖୀର ବି ପୂର୍ବାନୁମାନ କରିପାରେ ଆଇଏମଡି । ହେଲେ ଭୂ-କମ୍ପ କେବେ ଓ କେଉଁଠି ହେବ ସେନେଇ କୌଣସି ସୂଚନା ଏଯାବତ୍‌ ପାଣିପାଗ ବିଭାଗ ଦେଇପାରିନି ପୂର୍ବାନୁମାନ କରି । କେବଳ ଭୂ-କମ୍ପ ପରିଧୀ ବା ବେଲ୍ଟ କେଉଁ ସ୍ଥାନ ତାହା ଆକଳନ କରାଯାଇପାରେ । ହେଲେ ଭୂ-କମ୍ପ କେବେ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରେ ନାହିଁ । ଏହାରି ଭିତରେ ପୂରା ବିଶ୍ବକୁ ଦୋହଲାଇ ଦେଇଛି ମିଆଁମାରର ଶକ୍ତିଶାଳୀ ଭୂ-କମ୍ପ । କିଛି ସେକେଣ୍ଡର ଏ ଭୂକମ୍ପ କେତେ ଯେ ଘର ଭାଙ୍ଗିଛି କେତେ ଯେ ଜୀବନ ନେଇଛି ତାହାର ହିସାବ ନାହିଁ । ଆଉ ସମାନ ଡର ଭାରତ ପ୍ରତି ଥିବା କଥା ବୈଜ୍ଞାନିକ କହିବା ପରେ ଏବେ ଭୟ ବଢିଛି । 

ଭାରତରେ କେତେବେଳେ ବି ହୋଇପାରେ ଭୂ-କମ୍ପ
ହିମାଳୟ ଭୂ-କମ୍ପ ହେଲେ କଥା ସରିଲା

ଭାରତର ଉତ୍ତରରେ ରହିଛି ସୁଦୀର୍ଘ ହିମାଳୟ । ଆଉ ଏହି ହିମାଳୟ ହିଁ ଆଗାମୀ ଦିନରେ ଦେଶରେ ବିପର୍ଯ୍ୟୟ ସୃଷ୍ଟି କରିପାରେ । ଅର୍ଥାତ୍‌ ମିଆଁମାରରେ ହୋଇଥିବା ଶକ୍ତିଶାଳୀ ଭୂ-କମ୍ପ ଲାଗି ସାଗାଇଙ୍ଗ ଫଲ୍ଟ ଦାୟୀ । ଏହି ଫଲ୍ଟ ଅତି ବିପଦପୂର୍ଣ୍ଣ । ଠିକ୍‌ ସେହିପରି ଭାରତର ପଶ୍ଚିମବଙ୍ଗ ସିଲିଗୁଡ଼ିରେ ରହିଛି ଗଙ୍ଗା ଓ ବଙ୍ଗ ଫଲ୍ଟ । ଯଦି କେତେବେଳେ ବି ଏହି ଫଲ୍ଟ ସକ୍ରିୟ ହେଉଛି ତା'ହେଲେ ଅନ୍ୟ ଫଲ୍ଟ ବି ସକ୍ରିୟ ହୋଇପାରେ । ଯଦି ଏମିତି ହୁଏ ତା'ହେଲେ ଭୟଙ୍କର ବିପତ୍ତି ମାଡ଼ି ଆସିବ । ଖାଲି ସିଲିଗୁଡ଼ିରେ ନୁହେଁ ବରଂ ହିମାଳୟରେ ବି ଏମିତି ଅନେକ ଫଲ୍ଟ ରହିଛି । ଯାହା ଦେଶ ପାଇଁ କେଉଁ ମୁହୂର୍ତ୍ତରେ ବି ବିପଦ ସୃଷ୍ଟି କରିପାରେ । 

ଭୂ-କମ୍ପ କଥା ଆସିଲେ ମନେପଡ଼େ ଜାପାନ ଓ ନେପାଳ କଥା
ଗୋଟିଏ ଝଟ୍‌କାରେ ମାଟିରେ ଲୋଟିଥିଲା ଲକ୍ଷଲକ୍ଷ ଜୀବନ

ଭୂ-କମ୍ପର କଥା ଯେବେଯେବେ ଆସେ ସେବେ ପଡ଼ୋଶୀ ନେପାଳ ଓ ଜାପାନର କଥା ଆସେ । କାରଣ ଶକ୍ତିଶାଳୀ ଭୂ-କମ୍ପର ଝଟ୍‌କାରେ ମାତ୍ର କେହି ମୁହୂର୍ତ୍ତରେ ଦୁଇ ଦେଶର ଭୌଗୋଳିକ ସ୍ଥିତି ବିଗାଡ଼ି ଦେଇଥିଲା । ଏହାରି ଭିତରେ ମିଆଁମାରରେ ଭୂ-କମ୍ପ ହେବା ପରେ ଜାପାନର ବିଶେଷଜ୍ଞ  ଯେଉଁ ଆକଳନ କରିଛନ୍ତି ତାହା ବି ଚିନ୍ତାଜନକ । ସେ କହିଛନ୍ତି, ଶୀତ ଋତୁରେ ଦେଶରେ ହେବ ଭୟଙ୍କର ଭୂକମ୍ପ । ଥରକେ ଯିବ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ । ଯଦି ଏମିତି ହୁଏ ତାହେଲେ  ପୂରା ବିଶ୍ବର ଅର୍ଥନୀତି ଦୋହଲିଯାଇପାରେ । ମୋଟ୍‌ ଉପରେ ଭାରତରେ ବି ଭୟଙ୍କର ଭୂ-କମ୍ପ ହେବା ନେଇ ଆଶଙ୍କା ଦେଖାଯିବା ପରେ ଏବେ ଚିନ୍ତା ବଢିଛି ।